ଜାତୀୟ ଯୁବ ଦିବସ ଅବସରରେ ବିଜେପିରେ ଯୁବନେତାଙ୍କ ଯୋଗଦାନ

ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ତଥା ଜାତୀୟ ଯୁବ ଦିବସ ଅବସରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ଶତାଧିକ ବୁଦ୍ଧିଜୀବୀ, ଚଳଚ୍ଚିତ୍ର କଳାକାର ଏବଂ ଯୁବନେତୃବୃନ୍ଦ ଯୋଗଦାନ କରିଛନ୍ତି । ବିଶିଷ୍ଟ ଚଳଚ୍ଚିତ୍ର ତାରକା ତଥା ନିଦେ୍ର୍ଧଶକ ଅଶ୍ରୁମୋଚନ ମହାନ୍ତି, ଚଳଚ୍ଚିତ୍ର ନିଦେ୍ର୍ଧଶକ ସୁଧାକର ବସନ୍ତ, ଯୁବନେତା ଦେବବ୍ରତ ବାରିକ, ନିରଞ୍ଜନ ବାରିକ, ବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଯୁବକ ବିଜେପିରେ ଯୋଗଦାନ କରିଛନ୍ତି ।

youthଏହି ମନୋଜ୍ଞ ଉସôବରେ ଦଳର ସାଧାରଣ ସମ୍ପାଦକ (ସଂଗଠନ)ଶ୍ରୀ ପ୍ରସନ୍ନ ମିଶ୍ର, ବରିଷ୍ଠ ନେତା ବିଜୟ ମହାପାତ୍ର, ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ, ମୁଖ ପାତ୍ର ସମୀର ମହାନ୍ତି, ଦିଲ୍ଲିପ ମହାନ୍ତି, ଅମୀୟ ଦାସ, ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଦସ୍ୟତା ପ୍ରଭାରୀ ହରେକୃଷ୍ଣ ଖୁଣ୍ଟିଆ ଓ ସହପ୍ରଭାରୀ ସୁଶାନ୍ତ ଜେନା ପ୍ରମୁଖ ଉପସ୍ଥିତି ଥିଲେ । ଏହି ଅବସରରେ ସାଧାରଣ ସମ୍ପାଦକ ପସନ୍ନ ମିଶ୍ର ମୋବାଇଲ ଯୋଗେ ସଦସ୍ୟତା ଗ୍ରହଣ କରାଇ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଯୁବନେତା ମାନେ ଓଡିଶାରେ ବିଜେପିକୁ ଆହୁରି ଶକ୍ତିଶାଳୀ ତଥା ସକ୍ରିୟ କରିବା ପାଇଁ ସଂକଳ୍ପ ନେଇଥିଲେ । ଭୁବନେଶ୍ୱର ମଧ୍ୟ ନିର୍ବାଚନ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ସେମାନଙ୍କୁ ସ୍ୱାଗତ କରି ବିଜେପିକୁ ସଶକ୍ତ କରି ଗଢିବା ପାଇଁ ଆହ୍ୱାନ ଦେଇଥିଲେ ।

Share in top social networks!