ସ୍ୱାଇନ୍‍ ଫ୍ଲୁ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କ ସମୀକ୍ଷା

ରାଜ୍ୟର ପ୍ରଥମ ସ୍ୱାଇନ୍‍ ଫ୍ଲୁ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛି । ସଂପୃକ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଗତ କାଲି ଏହି ରୋଗୀ ଚିହ୍ନଟ ହେବା ପରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ଏକ ଜରୁରୀ ବୈଠକରେ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ।
ବର୍ତ୍ତମାନ ଶୀତ ଦିନ ହୋଇଥିବାରୁ ସାଧାରଣତଃ ବିଭିନ୍ନ ପ୍ରକାର ପ୍ଳୁ ଦେଖା ଦେଇ ଥାଏ । ସେଥିରୁ ସ୍ୱାଇନ୍‍ ଫ୍ଲୁ ଅନ୍ୟତମ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୨୦୦୯ ମସିହାରେ ସ୍ୱାଇନ୍‍ ଫ୍ଲୁ ଦେଖା ଦେବା ବେଳେ ବିଶ୍ୱବ୍ୟାପୀ ଯେଉଁ ପ୍ରକାର ଭୟାବହତା ସୃଷ୍ଟି ହୋଇଥିଲା , ୨୦୧୦ ମସିହାରୁ ସେ ପ୍ରକାର ଭୟାବହତା ଦୁର ହୋଇସାରିଛି । ତେବେ ଶୀତ ଦିନରେ ସାଧାରଣ ଭାବେ ଫ୍ଲୁ ଦେଖା ଦେବା ସହିତ ଏଚ୍‍୧.ଏନ୍‍୧ ବା ସ୍ୱାଇନ୍‍ ଫ୍ଲୁ ମଧ୍ୟ ଦେଖା ଦେଇ ପାରେ । ସେ ନେଇ ଆତଙ୍କିତ ହେବାର କୋ÷÷ଣସି କାରଣ ନାହିଁ । ପ୍ରକାଶ ଥାଉକି ୨୦୦୯-୧୦ ଏବଂ ୨୦୧୦-୧୧ ବର୍ଷରେ ରାଜ୍ୟର ୧୨୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୨ ଜଣଙ୍କର ମୃତ୍ୟୁ ଘଟିଥିଲା । ୨୦୧୧-୧୨ ରେ ଦୁଇ ଜଣ ଏବଂ ୧୩-୧୪ ବର୍ଷରେ ଜଣେ ଏଥିରେ ଆକ୍ରାନ୍ତ ହୋଇଥିଲେ ।
ସମୀକ୍ଷା ବିବରଣୀରୁ ପ୍ରକାଶ ଯେ ଚଳିତ ବର୍ଷ ଯଥେଷ୍ଟ ପୂର୍ବର୍ରୁ ସ୍ୱାଇନ୍‍ ଫ୍ଲୁ ପାଇଁ ପ୍ରସ୍ତୁତ ରହିବାକୁ ସରକାରୀ ମେଡିକାଲ କଲେଜ ଓ ହସପିଟାଲ , ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ମାନଙ୍କୁ ଗାଇଡ୍‍ ଲାଇନ ପଠାଯାଇ କୁହାଯାଇଥିଲା । ସେହି ଅନୁଯାୟୀ ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି । ସ୍ୱାଇନ୍‍ ଫ୍ଲୁ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧ ଏବଂ ମାସ୍କ ଆଦି ମଧ୍ୟ ଉପଲବ୍ଧ ରହିଛି । ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଦିଲ୍ଲୀ ଏବଂ ପଡୋଶୀ ରାଜ୍ୟରେ ସ୍ୱାଇନ୍‍ ଫ୍ଲୁ ର ପାଦ୍ରୃଭାବ ଦେଖା ଦେଇଥିବା ଦୃଷ୍ଟିର ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପ୍ରମୁଖ ସଚିବ ଶ୍ରୀମତୀ ଆହୁଜା ନିଦେ୍ର୍ଧଶ ଦେଇଛନ୍ତିା ବର୍ତ୍ତମାନ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କୁ ନଜର ମଧ୍ୟରେ ରଖିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟର ସମସ୍ତ ଘରୋଇ ଡାକ୍ତରଖାନା ଗୁଡିକୁ ଯଦି ଚିକିତ୍ସା ପାଇଁ କୌଣସି ଲୋକ ଆସନ୍ତି ସେମାନଙ୍କ ସଂପର୍କରେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ନିମନ୍ତେ କୁହାଯାଇଛି । ସବୁ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରସ୍ତୁତି ନେଇ ଆଲୋଚନା କରିବାକୁ ଏବଂ ଆବଶ୍ୟକ ପଡିଲେ ସାଧାରଣ ଲୋକଙ୍କୁ ଫ୍ଲୁ ସଂପର୍କରେ ସଚେତନ କରିବାକୁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ଘରୋଇ ଡାକ୍ତରଖାନା ଗୁଡିକୁ ଡାକି ସେମାନଙ୍କ ସହ ଆଲୋଚନା ମଧ୍ୟ କରାଯିବ । ସେହିପରି ରାଜ୍ୟ ନିୟନ୍ତ୍ରଣ କକ୍ଷ ପକ୍ଷରୁ ସବୁ ଜିଲ୍ଲା ସଂପର୍କରେ ନିୟମିତ ତଥ୍ୟ ସଂଗ୍ରହ କରାଯିବା ସହ ପୂର୍ଣ୍ଣ ସତର୍କତା ଅବଲମ୍ବନ ନିମନ୍ତେ ପ୍ରମୁଖ ସଚିବ କଡା ନିଦେ୍ର୍ଧଶ ଦେଇଛନ୍ତି । ତାପମାତ୍ରା ବଢିବା ସହ ଏହି ରୋଗର ପାଦ୍ରୃଭାବ ମଧ୍ୟ କମିଯିବ ।
ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡାଃ ନଳିନୀକାନ୍ତ ଦାଶ , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ରୂପା ମିଶ୍ର , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ଚତୁର୍ଭୁଜ ନାୟକ ଏବଂ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାଃ କୈଳାସ ଚନ୍ଦ୍ର ଦାଶଙ୍କ ସମେତ ଏସ୍‍.ସି.ବି ମେଡିକାଲ କଲେଜ ଅଧିକ୍ଷକ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!