ଜାଗ ଯୁବଶକ୍ତି

ଡକ୍ଟର ଧୀରେନ୍ଦ୍ର ନନ୍ଦ
ସ୍ୱାମୀ ବିବେକାନନ୍ଦ ଯୁବକମାନଙ୍କୁ ଯେତିକି ଭଲ ପାଉଥିଲେ, ଭାରତବର୍ଷର ପୁନର୍ଗଠନ ତଥା ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ତା’ଠାରୁ ଅଧିକ ଆସ୍ଥା ସେମାନଙ୍କ ଉପରେ ସ୍ଥାପନ କରିଥିଲେ । ସ୍ୱାମୀଜୀଙ୍କର ପ୍ରତ୍ୟେକ ଚିନ୍ତାଧାରା ଭାରତର ମହିମାମୟ ଗୌରବର ଗାଥା ବହନ କରିବା ସହିତ ସଂପୂର୍ଣ୍ଣ ଭାବେ ଆଧୁନିକ ଏବଂ ବୈଜ୍ଞାନିକ ଚିନ୍ତାଧାରାର ଏକ ସର୍ବୋକ୍ରୃଷ୍ଟ ନିଦର୍ଶନ ଥିଲା । ତାଙ୍କ ଚରିତ୍ରର ସ୍ୱରୂପ, ତାଙ୍କର ପ୍ରତ୍ୟେକ ବାଣୀରେ ପରିସ୍ଫୁଟ । ଅନନ୍ତ ପ୍ରେମ, ଅନନ୍ତ କରୁଣା, ଅସୀମ ସାହସ ତାଙ୍କ ଚରିତ୍ରର ଥିଲା ସଂପୂର୍ଣ୍ଣ ସ୍ୱାଭାବିକ ଅବସ୍ଥା । ସେ କେବଳ ମହାନ୍ ବ୍ରହ୍ମଜ୍ଞାନୀ ନ ଥିଲେ, ସେ ଥିଲେ ଜଣେ ଖା•ି ଜାତୀୟତାବାଦୀ ଲୈାହ ପୁରୁଷ । ଘୁମାଇ ପଡ଼ିଥିବା ଭାରତର ଚେତନାକୁ ଜାଗ୍ରତ କରି ଆଗକୁ ବଢିବା

ପାଇଁ ସେ ଯେଉଁ ମାର୍ଗ ଦେଖାଇଥିଲେ, ସେହି ମାର୍ଗରେ ଭାରତୀୟତାର ଚେତନା ଦୃତ ଗତିରେ ଧାବମାନ ହୋଇଥିଲା । ତାଙ୍କର ହୃଦୟର ପ୍ରତ୍ୟେକଟି ଷ୍ପନ୍ଦନରେ ଷ୍ପନ୍ଦିତ ହେଉଥିଲା ଭାରତ । ସେ ଥିଲେ ରାଷ୍ଟ୍ରୀୟତାର ମୂ•ର୍ୀମନ୍ତ ପ୍ରତୀକ ଯାହାଙ୍କୁ ପଢିଲେ ଜାଣିହେବ ଆମ ରାଷ୍ଟ୍ର, ରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟତାକୁ ଅର୍ଥାତ୍ ଭାରତ, ଭାରତୀୟ ଓ ଭାରତୀୟତାକୁ । ତାଙ୍କ ଜୀବନର ପ୍ରତ୍ୟେକଟି କାର୍ଯ୍ୟ ଓ ପ୍ରତ୍ୟେକଟି ମୂହୁ•ର୍ ଗତିଶୀଳ କରିପାରିଛି ଭାରତବର୍ଷର ରାଷ୍ଟ୍ରୀୟ ଜୀବନ ପ୍ରବାହକୁ, ଭରିଦେଇଛି ରାଷ୍ଟ୍ରୀୟତା ପ୍ରତ୍ୟେକ ରାଷ୍ଟ୍ରଭକ୍ତ ନାଗରିକଙ୍କ ଅନ୍ତଃକରଣରେ । ସେହି ମହାନ୍ ବରପୁତ୍ର ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଚରିତ ଅତ୍ୟନ୍ତ ମର୍ମସ୍ପର୍ଶୀ । ତାଙ୍କ ଆହ୍ୱାନ ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ ।

ହେ ମୋର ଯୁବ ବନ୍ଧୁଗଣ ! ବଳିଷ୍ଠ ହୁଅ । ତୁମକୁ ମୋର ଏହା ହିଁ ଉପଦେଶ । ଏହା ଏକ ମହାନ୍ ବାସ୍ତବତା ଯେ ଶକ୍ତି ହିଁ ଜୀବନ ଓ ଦୁର୍ବଳତା ହିଁ ମୃତୁ୍ୟ । ଶକ୍ତି ହିଁ ସୈାଭାଗ୍ୟ, ଚିରନ୍ତନ, ଜୀବନ୍ତ ଓ ଅମୃତ । ଦୁର୍ବଳତା କେବଳ ନିରବଚ୍ଛିନ୍ନ ଦୁଃଖ । ଦୁର୍ବଳତା ହିଁ ମୃତୁ୍ୟ । କୃତକାର୍ଯ୍ୟ ହେବା ପାଇଁ ତୁମର ଦରକାର ବିପୁଳ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ।
ଏକ ଅଧ୍ୟବସାୟୀ ଆତ୍ମା କହେ, ‘ମୁଁ ମହାସାଗର ପାନ କରିବି ଏବଂ ମୋ ଇଚ୍ଛାରେ ଉ•ୁଙ୍ଗ ପର୍ବତମାଳା ଧୂଳିସାତ୍ ହୋଇଯିବ’ । ତୁମର ସେହି ପ୍ରକାର ଶକ୍ତି ଓ ଅଭିପ୍ସା ଦରକାରା କଠିନ ପରିଶ୍ରମ ଥିଲେ ତୁମେ ତୁମର ଲକ୍ଷ୍ୟ ସ୍ଥଳରେ ପହ•ôପାରିବ । ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟ ଆରମ୍ଭ କର, ନିଜ ଗୋଡ଼ରେ ଠିଆହୁଅ ଏବଂ ନିଜପାଇଁ ତଥା ଦେଶପାଇଁ ନିଜ ଜୀବନକୁ ବଳିଦିଅ । କୌଣସି କାର୍ଯ୍ୟରେ ସଫଳତା ଆଣିବାରେ ଯଦି ତୁମର ମୃତୁ୍ୟ ହୁଏ ସେଥିପାଇଁ ଦୁଃଖ କରନାହିଁ, ଭାଙ୍ଗି ପଡ଼ନାହିଁ କିମ୍ବା ନିଜ ଚେଷ୍ଟାରୁ ବିରତ ହୁଅନାହିଁା ନିଜ ଭିତରେ ଆତ୍ମବିଶ୍ୱାସକୁ ଖୁବ୍ ଦୃଢ଼ କରିବାକୁ ହେବ । ଆଜିର ଯୁବକ-ଯୁବତୀ ଉଭୟ ଅଧ୍ୟୟନ ଏବଂ ବୃ•ି କ୍ଷେତ୍ରରେ ଯଦି ଆତ୍ମ-ବିଶ୍ୱାସର ସହିତ କାର୍ଯ୍ୟ କରିବେ, ତେବେ ନିଶ୍ଚିତ ଭାବରେ ଲକ୍ଷ୍ୟ ସ୍ଥଳରେ ଉପନୀତ ହେବେ ହିଁ ହେବେ । ଅବଶ୍ୟ ପଥରେ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ, ତଥାପି ସେଥିପ୍ରତି ବୀତସ୍ପୃହ ନ ହୋଇ ଏକାଗ୍ର ଚି•ରେ ଅଗ୍ରସର ହେବା ଉଚିତ । ଏହି ଆତ୍ମବିଶ୍ୱାସର ଅନ୍ୟନାମ ହେଉଛି ଶ୍ରଦ୍ଧା । ନିଜ ଭିତରେ ଶ୍ରଦ୍ଧା ଯେତେ ଶକ୍ତିଶାଳୀ ହେବ, ତୁମେ ସେତେ ଉଭୟ ଭୌତିକ ଓ ଆଧ୍ୟାତ୍ମିକ
ସ୍ତରରେ ପ୍ରଗତି କରିପାରିବ । ଭୌତିକ ସ୍ତରରେ ଉନ୍ନତି ଆମକୁ ନିଶ୍ଚିତ ବାହ୍ୟ ସୁଖ ପ୍ରଦାନ କରେ, କିନ୍ତୁ ଅନ୍ତର୍ସୁଖ ପାଇଁ ନିଃସ୍ୱାର୍ଥପରତା ନିହାତି ଆବଶ୍ୟକ । ନିଃସ୍ୱାର୍ଥପରତା ହିଁ ଈଶ୍ୱର ା ସର୍ବପ୍ରଥମେ ତୁମ ନିଜଠାରେ ବିଶ୍ୱାସ ରଖ । ସମସ୍ତ ଶକ୍ତି ତୁମ ମଧ୍ୟରେ ରହିଅଛି । ଏଥିପ୍ରତି ସଚେତନ ହୁଅ ଏବଂ ଏହାକୁ ପରିପ୍ରକାଶ କର । କହ, ‘ମୁଁ ସବୁକିଛି କରିପାରିବି’ ।

ତୁମେ ଯାହାକିଛି ଭାବିବ ତାହା ତୁମେ ନିଶ୍ଚୟ ହୋଇପାରିବ । ତୁମେ ଯଦି ନିଜକୁ ଦୁର୍ବଳ ମନେକର ତାହାହେଲେ ତୁମେ ଦୁର୍ବଳ ହୋଇଯିବ । ତୁମେ ଯଦି ନିଜକୁ ଶକ୍ତିଶାଳୀ ମନେକର ତାହାହେଲେ ତୁମେ ଶକ୍ତିଶାଳୀ ହୋଇ ଉଠିବ । ତୁମ ଭିତରେ ଅନନ୍ତ ଶକ୍ତି ରହିଛି, ତାହାକୁ ଜାଗ୍ରତ କର; ମନପ୍ରାଣ ଦେଇ କର୍ମରେ ଲାଗିପଡ଼ । ଏତେ କ୍ଷଣସ୍ଥାୟୀ ଧନ ଓ ଯଶ ନେଇ କ’ଣ କରିବ ? ନୀୟମନିଷ୍ଠ ନୀତିବାନ ହୁଅ, ସଂଘାତିକ ଭାବରେ ସାହସୀ ହୁଅ, ଏକ ପୂର୍ଣ୍ଣ ହୃଦୟବାନ ମାନବ ହୁଅ । ଆଦର୍ଶ ଏବଂ ଲକ୍ଷ୍ୟକୁ ଅନ୍ୱେଷଣ କର ।

ସମ୍ମୁଖକୁ ଦେଖ । ପଛକୁ ଅନାଇ କିଛି ଲାଭ ନାହିଁ । ଆମେ ଚାହୁଁ ଅନନ୍ତ ଶକ୍ତି, ଅନନ୍ତ ସ୍ପୃହା ଓ ଅନନ୍ତ ଧୈର୍ଯ୍ୟ । ତାହା ହେଲେ ଯାଇ ମହତ୍ କର୍ମମାନ ସାଧିତ ହେବ । ହେ ଅମୃତର ସନ୍ତାନଗଣ ! ଦେହ ତ ନିଶ୍ଚୟ ଯିବ, ତେବେ ଆଳସ୍ୟରେ କାହିଁକି ଯିବ ? କଳଙ୍କି ଲାଗି ମରିବା ଅପେକ୍ଷା କ୍ଷୟ ହୋଇ ମରିବା ଭଲ । ମୃତୁ୍ୟ ଯେତେବେଳେ ଅନିବାର୍ଯ୍ୟ, ପୋକମାଛି ପରି ମରିବା ଅପେକ୍ଷା ବୀରଙ୍କ ପରି ମରିବା ଶ୍ରେୟସ୍କର । ଏହି ଅନିତ୍ୟ ସଂସାରରେ ଦୁଇଦିନ ବେଶୀ ବ•ôରହି ଲାଭ କ’ଣ ? ଜରାଜୀର୍ଣ୍ଣ ହୋଇ ଟିକିଏ ଟିକିଏ କ୍ଷୟ ହୋଇ ମରିବା ଅପେକ୍ଷା ଅନ୍ୟଙ୍କ କଲ୍ୟାଣ ନିମନ୍ତେ ଲଢ଼ି ବୀରଙ୍କ ପରି ଏକାଥରକେ ମରିବା ଭଲ ନୁହେଁ କି ? ନିଷ୍କର୍ମା ଭାବରେ ଜୀବନ କାଟିବା

ଅପେକ୍ଷା ମରଣ ହିଁ ଶ୍ରେୟସ୍କର; ପରାଜିତ ଭାବରେ ଜୀବନଯାପନ କରିବା ଅପେକ୍ଷା ଯୁଦ୍ଧ-କ୍ଷେତ୍ରରେ ମୃତୁ୍ୟବରଣ କରିବା ଅଧିକ ସ୍ପୃହଣୀୟ । ଆମେମାନେ ଅଳ୍ପାଧିକ ସମୟ ପାଇଁ ଦେହଟାକୁ ବ•ାଇ ରଖିପାରୁ ଓ ଅଳ୍ପାଧିକ ସ୍ୱାସ୍ଥ୍ୟ ସମ୍ଭୋଗ କରିପାରୁ, କିନ୍ତୁ ସେଥିରେ ବା କି ଫଳ ? ଦେହର ବିନାଶ ଅନିବାର୍ଯ୍ୟ, ଏହାର ନିତ୍ୟତା ନାହିଁ । ଧନ୍ୟ ସେହିମାନେ, ଯେଉଁମାନଙ୍କ ଦେହ ଅପରର ସେବାରେ ବିନଷ୍ଟ ହୁଏ । ତୁମେମାନେ ଆହାରଦ୍ୱାରା ଶରୀରର ପୁଷ୍ଟି ସାଧନ କରୁଛ ଏବଂ ଅଧ୍ୟୟନାଦି ଦ୍ୱାରା ବୁଦ୍ଧିବୃ•ିର ବିକାଶସାଧନ କରୁଛ – କିନ୍ତୁ ସେଥିରେ କ’ଣ ହେବ, ଯଦି ତୁମେ ତାହାକୁ ଅନ୍ୟମାନଙ୍କ ନିମନ୍ତେ ଉତ୍ସର୍ଗ ନ କର । ଆମ୍ଭେମାନେ ନିଜ ମନକୁ ଏକ କ୍ଷଣ ପାଇଁ ଶାସନ କରିପାରୁନାହୁଁ କିମ୍ବା ଗୋଟିଏ ବସ୍ତୁରେ ମନକୁ ଥୟ କରିପାରୁ ନାହୁଁ, କୈାଣସି ବିଷୟରେ ମୁହୂ•ର୍କ ପାଇଁ ଏକ ବିନ୍ଦୁରେ ମନକୁ ନିବଦ୍ଧ କରିପାରୁ ନାହୁଁ । ଥରେ ଭାବି ଦେଖନ୍ତୁ ! ଅନିୟନ୍ତ୍ରିତ, ଅପରିଚାଳିତ ମନ ଆମକୁ ନିଶ୍ଚୟ ଆମ ଇଚ୍ଛାର ବିରୋଧରେ ନିମ୍ନସ୍ତରକୁ ଚିରକାଳ ପାଇଁ ଟାଣି ନେବ । ଆମକୁ ଛିନ୍ନବିଛିନ୍ନ କରିଦେବ । ଆମକୁ ହତ୍ୟା କରିବ ।

ସୁନିୟନ୍ତ୍ରିତ ଓ ସୁପରିଚାଳିତ ମନ ଆମ୍ଭମାନଙ୍କୁ ରକ୍ଷା କରିବ ଓ ମୁକ୍ତ କରିବ । ଆମେ ଯାହା ହୋଇଛୁ, ସେଥିପାଇଁ ଆମେ ଦାୟୀ । ଆମେ ଯେପରି ହେବାକୁ ଇଚ୍ଛା କରିବା ସେପରି ନିଜକୁ ଗଢିବା ପାଇଁ ଆମର ଶକ୍ତି ଅଛି । ଆମରବ•ର୍ମାନର ସ୍ଥିତି ଯଦି ଆମ ପୂର୍ବ କର୍ମର ଫଳ, ତାହା ହେଲେ ଆମେ ଭବିଷ୍ୟତରେ ଯାହା ହେବୁ ତାହା ବ•ର୍ମାନ କର୍ମରୁ ହିଁ ହୋଇପାରିବ; ତେଣୁ ଆମକୁ କର୍ମର କୈାଶଳ ଶିକ୍ଷା କରିବାକୁ ହେବ । କହ, ‘ମୁଁ ଯେଉଁ ଦୁଃଖ ଭୋଗୁଛି ତାହା ମୁଁ ନିଜେ ଅର୍ଜିଛି’ । ସେଥିପାଇଁ ଦଣ୍ଡାୟମାନ ହୁଅ, ସାହସୀ ହୁଅ, ଶକ୍ତ ହୁଅ, ସମସ୍ତ ଦାୟିତ୍ୱ ତୁମ ସ୍କନ୍ଧରେ ବହନ କର ଏବଂ ଜାଣିରଖ ଯେ ତୁମେ ହେଉଛ ତୁମ ନିଜର ଭାଗ୍ୟବିଧାତା । ତୁମେ ଚାହୁଁଥିବା ସମସ୍ତ ଶକ୍ତି ଓ ସହାୟତା ହିଁ ତୁମଠାରେ ଅନ୍ତର୍ନିହିତ ଅଛି ।

ହେ କେଶରୀଗଣ ! ଜାଗ୍ରତ ହୁଅ । ‘ତୁମେ ମେଣ୍ଢା’ ଏହି ଭ୍ରାନ୍ତ ପ୍ରତାରଣାକୁ ଚ୍ଛିନ୍ନଭିନ୍ନ କରିଦିଅ । ତୁମେ ଅକ୍ଷୟ ଆତ୍ମା, କଲ୍ୟାଣକାରୀ ଜୀବତ୍ମା ଓ ଚିରନ୍ତନ । ନିଜର ଦୁର୍ବଳତା ବିଷୟରେ ଭାବନା କରିବା ଦୁର୍ବଳତାର ପ୍ରତିଷେଧକ ନୁହେଁ । ଶକ୍ତିର ଭାବନା କରିବା ହେଉଛି ତା’ର ପ୍ରତିଷେଧକ । ନିଜ ମଧ୍ୟରେ ଶକ୍ତି ସର୍ବଦା ପ୍ରସ୍ତୁତ ହୋଇ ରହିଛି ବୋଲି ମାନବ ସମାଜକୁ ଶିକ୍ଷା ଦିଅ । ପବିତ୍ରତା, ଧୈର୍ଯ୍ୟ ଏବଂ ଅଧ୍ୟବସାୟ ହେଉଛି ସଫଳତା ପାଇଁ ତିନୋଟି ଅତ୍ୟାବଶ୍ୟକୀୟ ଗୁଣ । ସର୍ବୋପରି ଚତୁର୍ଥଟି ହେଉଛି ପ୍ରେମ । ଅହରହ ସଂପ୍ରସାରିତ ହେବା ହିଁ ଜୀବନ, ସଙ୍କୋଚନ ହିଁ ମୃତୁ୍ୟ । ଯେଉଁ ବ୍ୟକ୍ତି ସ୍ୱାର୍ଥପର ହୋଇ ଖାଲି ବ୍ୟକ୍ତିଗତ ଜୀବନର ସୁବିଧା ଦେଖୁଥାଏ ଏବଂ ଆଳସ୍ୟପୂର୍ଣ୍ଣ ଜୀବନଯାପନ କରେ, ତାହା ପାଇଁ ନର୍କରେ ସୁଦ୍ଧା ସ୍ଥାନ ନାହିଁ । ହୃଦୟର ଉଦାରତା ହିଁ ଜୀବନ, ସଂକୀର୍ଣ୍ଣତା ହିଁ ମୃତୁ୍ୟ । ସମସ୍ତଙ୍କ ପ୍ରତି ଯେଉଁ ପ୍ରେମ ତାହା ହିଁ ଉଦାରତା, ସ୍ୱାର୍ଥପରତା ହିଁ ସଂକୀର୍ଣ୍ଣତା । ଅବିଚ୍ଛିନ୍ନ ଭାବରେ ମହତ୍ କାର୍ଯ୍ୟ କର ଏବଂ ପବିତ୍ର ଚିନ୍ତା କରି ଆଗେଇ ଚାଲ । ନିମ୍ନ ଚି•ସଂସ୍କାରଗୁଡିକୁ ଦମନ କରିବାର ଏହା ହିଁ ଏକମାତ୍ର ମାର୍ଗ । ଅଭ୍ୟାସର ପୁନରାବୃ•ି ହିଁ ଚରିତ୍ର । ତୁମେ
ଚରିତ୍ରବାନ ନ ହେଲେ ତୁମ ପ୍ରତି ଆନୁଗତ୍ୟ ପ୍ରକାଶ ପାଇବା ସମ୍ଭବ ନୁହେଁ । ସମ୍ପୂର୍ଣ୍ଣ ବିଶୁଦ୍ଧ ଚରିତ୍ର ହିଁ ଅଖଣ୍ଡ ଆନୁଗତ୍ୟ ଏବଂ ଆସ୍ଥା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାଏ । ଶୁଦ୍ଧ ମସ୍ତିଷ୍କରେ ବିପୁଳ ଶକ୍ତି ଓ ପ୍ରଚଣ୍ଡ କର୍ମପ୍ରେରଣା ନିହିତ ଥାଏ । ନିରବଚ୍ଛିନ୍ନ ଅଭ୍ୟାସ ବଳରେ ସକଳ ପ୍ରତିବନ୍ଧକକୁ ଆମେମାନେ ଅତିକ୍ରମ କରିପାରିବା । ଏହା ଆମର ବୁଝିବା ଉଚିତ ଯେ, ଯଦି ଆମେ ନିଜକୁ କୈାଣସି ବିଷୟରେ ଦୁର୍ବଳ ନ କରୁ, ତେବେ ତାହା ଆମର କୈଣସି କ୍ଷତି ଘଟାଇ ପାରିବ ନାହିଁ । ଯିଏ ନିଜେ ସଂଯମୀ ହୋଇ ଶୃଙ୍ଖଳିତ ଜୀବନ ଯାପନ କରିବାକୁ ଚେଷ୍ଟାକରେ, ତାହାକୁ ଶାନ୍ତି ମିଳେ । ସେ କେବେ ହେଲେ ଅସୁଖୀ ହୁଏ ନାହିଁ । ସମସ୍ତ ଦାସତ୍ୱରୁ ତାହାର ମନ ମୁକ୍ତ ହୋଇଯାଏ । କାହାଠାରୁ କିଛି ଆଶା କର ନାହିଁ । କଦାପି ‘ନାହିଁ’ କୁହନା, କଦାପି କୁହନା ‘ମୁଁ ଅସମର୍ଥ’; କାରଣ ତୁମେ ଅନନ୍ତ ଓ ଅସୀମ । ଏପରିକି ଦେଶ ଓ କାଳ ତୁମର ପ୍ରକୃତି ତୁଳନାରେ ନଗଣ୍ୟ ଓ ତୁଚ୍ଛ । ତୁମେ ସର୍ବଶକ୍ତିମାନ୍, ସବୁକରିପାରିବାର ସାମର୍ଥ୍ୟ ତୁମଠାରେ ଅଛି । ତୁମ୍ଭେମାନେ ଭଗବାନଙ୍କର ସନ୍ତାନ, ସେହି ସନାତନ ଅମୃତ ଆନନ୍ଦର ଅଂଶୀଦାର, ପବିତ୍ର ଓ ପୂର୍ଣ୍ଣ ସ•ାର ଅଂଶ ବିଶେଷ । ତୁମେ ଏହି
ମ•ର୍୍ୟରେ ଦେବତ୍ୱର ଜ୍ୟୋତି । ତୁମେ ଜ୍ଞାନୀ; ଜ୍ଞାନ ମନୁଷ୍ୟର ଅନ୍ତର୍ନିହିତ ବସ୍ତୁ, ବାହାରୁ ଜ୍ଞାନ ଆସେ ନାର୍ହିଁ; ତାହା ଅନ୍ତରରେ ନିହିତ ଥାଏ । ସମସ୍ତ ବିଶ୍ୱର ଜ୍ଞାନ ମନରୁ ହିଁ ଆସିଛି; ବ୍ରହ୍ମାଣ୍ଡର ଅନନ୍ତ ପାଠାଗାର ତୁମ ନିଜ ମନ ଭିତରେ ଅଛି । ବହିର୍ଜଗତ କେବଳ ସଙ୍କେତ ମାତ୍ର । ତାହା କେବଳ ମନର ଅଧ୍ୟୟନ ଲାଗି ଅବକାଶ ସୃଷ୍ଟି କରେ । ଦୃଢ ବ୍ରହ୍ମଚର୍ଯ୍ୟ ପାଳନ କଲେ, ଅଳ୍ପ ସମୟ ମଧ୍ୟରେ ସକଳ ବିଦ୍ୟା ଆୟ•କୁ ଆସିଯିବ । ଥରେ ଶୁଣିଲେ ବା ଜାଣିଲେ ତାହା ଅଭ୍ରାନ୍ତ ଭାବରେ ସ୍ମୃତିରେ ଅଙ୍କିତ ହୋଇଯିବ । ସଂଯମ ଅଭାବରୁ ଆମ ଦେଶ ଆସନ୍ନ ଧ୍ୱଂସାବସ୍ଥାକୁ ଆସିଗଲାଣି । ତୁମମାନଙ୍କ ମଧ୍ୟରେ ଯାହା ଭଲ ଅଛି, ନିଜ ଶକ୍ତି ବଳରେ ତାହା ପ୍ରକାଶ କର । ଅନ୍ଧ ପରି ଅନୁସରଣ ନ କରି ଅନ୍ୟମାନଙ୍କଠାରେ ଯାହା ଭଲ ଓ ସାର, ତାହା ଶିକ୍ଷା କର । ଆମମାନଙ୍କୁ ଯଥେଷ୍ଟ ଶିଖିବାକୁ ହେବ । ଅନ୍ୟମାନଙ୍କଠାରୁ ଶିକ୍ଷା କରିବା ବେଳେ ନିଜର ଜାତୀୟତା ଓ ସ୍ୱତନ୍ତ୍ରତା ହରାଅ ନାହିଁ । ତୁମେ କାହାକୁ
ସାହାଯ୍ୟ କରିପାରିବ ନାହିଁ, ତୁମେ କେବଳ ସେବା କରିପାରିବ । ଈଶ୍ୱରଙ୍କ ସନ୍ତାନମାନଙ୍କର ସେବା କର ଓ ଈଶ୍ୱରଙ୍କୁ ସେବା କର । ସେବାକୁ ଉପାସନା ଭଳି ସମ୍ପାଦନ କର । ତୁମେ ପୂର୍ଣ୍ଣ ନିଃସ୍ୱାର୍ଥପର ଇଚ୍ଛାରେ ନିଜକୁ ସେବାରେ ନିୟୋଜିତ କର । ସେବା କରି ନୀଚ ବ୍ୟକ୍ତିଙ୍କଠାରୁ ମଧ୍ୟ ଶ୍ରେଷ୍ଠ ବିଦ୍ୟା ଶିକ୍ଷା କରିପାରିବ । କାହାରି ଦୋଷ ଦେଖ ନାହିଁ କିମ୍ବା କାହାରି କୁତ୍ସା ରଟନା କରି ନିଜର ଶକ୍ତି କ୍ଷୟ କର ନାହିଁ । ଅପରର ଦୋଷ ଦେଖାଇବାଦ୍ୱାରା ନିଜର କ୍ଷତି ହୁଏ । ନିଜେ ଭଲ ହେବାକୁ ଯନô କର । ଯେଉଁ ମନୁଷ୍ୟ ଅଧିକ ସ୍ୱାର୍ଥପର ସେ ତତୋଽଧିକ ନୀତିହୀନ, ଯେଉଁ ଜାତି ଅଧିକ ଆତ୍ମକୈନ୍ଦି୍ରକ ସେ ସମଗ୍ର ପୃଥିବୀରେ ସର୍ବାଧିକ ନିଷ୍ଠୁର ଏବଂ ଦୁଷ୍ଟ ବୋଲି ପ୍ରମାଣିତ ହୋଇଛି ।

ହେ ମୋର ଦେଶବାସୀ ! ତୁମ ସ୍ନାୟୁମାନଙ୍କୁ ଦୃଢ କର । ବ•ର୍ମାନ ଆମ ଦେଶ ପକ୍ଷରେ ପ୍ରୟୋଜନ ଲୈାହବତ୍ ଦୃଢ ମାଂସପେଶୀ ଓ ଇସ୍ପାତ ପରି ସ୍ନାୟୁ । ଏପରି ଦୃଢ ଇଚ୍ଛାଶକ୍ତି ହେବା ଦରକାର ଯେ, କେହି ଯେପରି ତାହାର ପ୍ରତିରୋଧ ପାଇଁ ସମର୍ଥ ହେବେ ନାହିଁ, ଯେପରି ତାହା ବ୍ରହ୍ମାଣ୍ଡର ସମୁଦାୟ ରହସ୍ୟ ଭେଦ କରିବା ପାଇଁ ସମର୍ଥ ହେବ, ଯଦିବା ଏହି କାର୍ଯ୍ୟ ସାଧନ ପାଇଁ ସମୁଦ୍ରର ଅତଳ ଗର୍ଭକୁ ଯିବାକୁ ପଡେ, ଯଦିବା ର୍ବଦା ସର୍ବ ପ୍ରକାର ମୃତୁ୍ୟକୁ ଆଲିଙ୍ଗନ କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡେ । ବ•ର୍ମାନ ତୁମେ ନିଜ ଗୋଡରେ ଠିଆହୋଇ ମନୁଷ୍ୟ ହୁଅ । ସମ୍ବେଦନଶୀଳ ହୁଅ । ଦରିଦ୍ର, ଅଜ୍ଞାନୀ ଓ ପତିତମାନଙ୍କ ପାଇଁ ସମ୍ବେଦନଶୀଳ ହୁଅ । ହୃତସ୍ପନ୍ଦନ ବନ୍ଦ ହେବାଯାଏ ଓ ମସ୍ତିଷ୍କ ଘୂର୍ଣ୍ଣନରେ ତୁମେ ପାଗଳ ହେବା ଭଳି ବୋଧ କରିବାଯାଏ ସମ୍ବେଦନଶୀଳ ହୁଅ । ତା’ପରେ ପ୍ରଭୁଙ୍କ ପାଦପଦ୍ମରେ ତୁମର ଆତ୍ମାକୁ ସମ୍ପୂର୍ଣ୍ଣ ସମର୍ପଣ କରିଦିଅ । ତେବେ ଯାଇ ତୁମ ପାଖକୁ ବଳ, ସାହାଯ୍ୟ ଓ ଦୁର୍ଦ୍ଧମନୀୟ ଶକ୍ତି ଆସିବ । ସଂଗ୍ରାମ, ସଂଗ୍ରାମ, ଏହା ହିଁ ବିଗତ ଦଶବର୍ଷ ଧରି ମୋର ଆଦର୍ଶର ବାଣୀ ଥିଲା । ଏବେ ବି କହୁଛି ସଂଗ୍ରାମ କର । ଯେତେବେଳେ ସବୁ
ଅନ୍ଧାର ଥିଲା, ମୁଁ କହୁଥିଲି ସଂଗ୍ରାମ କର । ଯେତେବେଳେ ଆଲୋକ ସଂଚାରିତ ହୋଇଆସୁଛି, ସେତେବେଳେ ମଧ୍ୟ କହୁଛି ସଂଗ୍ରାମ କର । ଜୀବନ-ସଂଗ୍ରାମ ମଧ୍ୟରେ ବାସ କର ା ଭୟ ହିଁ ମୃତୁ୍ୟ । ତୁମକୁ ସମସ୍ତ ଭୟ ଅତିକ୍ରମ କରିବାକୁ ପଡ଼ିବ । ତେଣ୍ୁ ଆଜିଠାରୁ ଭୟଶୂନ୍ୟ ହୁଅ । ବାହାରିପଡ଼, ନିଜର ମୁକ୍ତି ଓ ପରର ଉପକାର ପାଇଁ । ଜୀବନ ଦାନ କର ।

ଖାଲିଗୁଡ଼ାଏ ମାଂସ ଓ ହାଡର ଭାର ବହନ କରି ଲାଭ କ’ଣ ! କର୍ମ କରିବାବେଳେ ଫଳାଭିସନ୍ଧି ରଖ ନାହିଁ, ଯଶଖ୍ୟାତି ମାନସମ୍ମାନର ଆକାଙ୍କ୍ଷା ରଖ ନାହିଁ; ସେଗୁଡ଼ିକ ସମୁଦ୍ର ଗର୍ଭରେ ବିସର୍ଜନ କର । ଏକମାତ୍ର ଉପାସନା-ବୁଦ୍ଧିରେ କର୍ମ କରିଯାଅ । ପରୋପକାର ହେଉଛି ଧର୍ମ; ପରପୀଡନ ହେଉଛି ପାପ । ଶକ୍ତି ଏବଂ ପୈାରୁଷ ହେଉଛି ପୁଣ୍ୟ । ଦୁର୍ବଳତା ଏବଂ ଭୀରୁତା ହେଉଛି ପାପ । ସ୍ୱାଧୀନତା ହେଉଛି ପୁଣ୍ୟ; କିନ୍ତୁ ପରାଧିନତା ହେଉଛି ପାପ । ଅନ୍ୟକୁ ଭଲ ପାଇବା ହେଉଛି ପୁଣ୍ୟ; କିନ୍ତୁ ଅନ୍ୟକୁ ଘୃଣା କରିବା ହେଉଛି ପାପ ।

ଈଶ୍ୱରଙ୍କଠାରେ ଓ ଆତ୍ମାରେ ଆସ୍ଥା ରଖିବା ହେଉଛି ଧର୍ମ, ସଂଶୟ ହେଉଛି ପାପ । ଏକତାର ଜ୍ଞାନ ହେଉଛି ପୁଣ୍ୟ, ଭିନ୍ନତା ଦେଖିବା ହେଉଛି ପାପ । ମନୁଷ୍ୟକୁ ପାପି ବୋଲି କହିବା ହିଁ ପାପ । ଏହା ମାନବ ପ୍ରକୃତିର ଏକ ନିଚ୍ଛକ କୁସôା-ପ୍ରଚାର । କାପୁରୁଷମାନେ କେବଳ ପାପ କରନ୍ତି । ସାହସୀ ପୁରୁଷ କେବେ ପାପ କରେ ନାହିଁ ବା ତା’ ମନରେ ପାପର ଚିହ୍ନ ସୁଦ୍ଧା ନ ଥାଏ । ଧର୍ମ ହେଉଛି ସେହି ଭାବ ଯାହା ପଶୁକୁ ମନୁଷ୍ୟ ଓ ମନୁଷ୍ୟକୁ ଭଗବାନଙ୍କ ସ୍ତରକୁ ଉନ୍ନୀତ କରେ ।

ହେ ଭାରତବାସୀ ! ଭୁଲ ନାହିଁ ତୁମ ନାରୀ ଜାତିର ଆଦର୍ଶ ସୀତା, ସାବିତ୍ରୀ, ଦମୟନ୍ତୀ; ଭୁଲ ନାହିଁ ତୁମର ଉପାସ୍ୟ ଉମାନାଥ ସର୍ବତ୍ୟାଗୀ ଶଙ୍କର; ଭୁଲ ନାହିଁ ତୁମର ବିବାହ, ତୁମର ଧନ, ତୁମର ଜୀବନ ଇନ୍ଦ୍ରିୟସୁଖ ପାଇଁ ନୁହେଁ, ତୁମେ ଜାତ ହେବା ଦିନଠାରୁ ମା’ଙ୍କ ଲାଗି ବଳି ପ୍ରଦ• । ଭୁଲ ନାହିଁ, ତୁମର ସମାଜ ମହାମାୟାଙ୍କର ଛାୟା ମାତ୍ର । ଭୁଲ ନାହିଁ ନୀଚ ଜାତି, ମୂର୍ଖ, ଦରିଦ୍ର, ଅଜ୍ଞ, ମୋଚି, ମେହେନ୍ତର ତୁମର ରକ୍ତ; ତୁମର ଭାଇ । ହେ ବୀର ! ନିର୍ଭୀକ ହୁଅ, ସାହସୀ ହୁଅ, ତୁମେ ଜଣେ ଭାରତବାସୀ ବୋଲି ଗର୍ବିତ ହୁଅ ଏବଂ ଗର୍ବର ସହିତ ଘୋଷଣା କର ମୁଁ ଜଣେ ଭାରତବାସୀ, ପ୍ରତ୍ୟେକ ଭାରତବାସୀ ମୋର ଭାଇ । ମୂର୍ଖ ଭାରତବାସୀ, ଦରିଦ୍ର ଭାରତବାସୀ, ବ୍ରାହ୍ମଣ ଭାରତବାସୀ, ଚଣ୍ଡାଳ ଭାରତବାସୀ ମୋର ଭାଇ । ତୁମେ ମଧ୍ୟ ତାଙ୍କ ପରି କଟୀମାତ୍ରବସ୍ତ୍ରାବୃତ ହୋଇ ସଦର୍ପ କହ – ଭାରତବାସୀ ମୋର ଭାଇ, ଭାରତବାସୀ ମୋର ପ୍ରାଣ, ଭାରତର ଦେବାଦେବୀ ମୋର ଈଶ୍ୱର, ଭାରତର ସମାଜ ମୋର ଶିଶୁଶଯ୍ୟା, ମୋ ଯୌବନର ଉପବନ, ବାର୍ଦ୍ଧକ୍ୟର ବାରାଣସୀ । କୁହ ଭାଇ, ଭାରତର ମୃ•ିକା ମୋର ସ୍ୱର୍ଗ, ଭାରତର କଲ୍ୟାଣରେ ମୋର କଲ୍ୟାଣ; ଆଉ ପୁଣି ଦିନରାତି କୁହ – ହେ ଗୌରୀନାଥ ! ହେ ଜଗଦମ୍ବେ ! ମୋତେ ମନୁଷ୍ୟତ୍ୱ ଦିଅ; ମୋର ଦୁର୍ବଳତା, କାପୁରୁଷତା ଦୂର କର, ମୋତେ ମଣିଷ କର । ତୁମେ ସମସ୍ତେ ଯାଅ ଯେଉଁଠି ମହାମାରୀ, ଦୁର୍ଭିକ୍ଷ କିମ୍ବା ଯେଉଁଠି ଜନତା ଦୁଃଖ ଦୁର୍ଦଶାଗ୍ରସ୍ତ, ସେମାନଙ୍କର ଦୁଃଖ ଦୂର କର । ଖୁବ୍ ହେଲେ ପ୍ରଚେଷ୍ଟାରେ ତୁମେ ମୃତୁ୍ୟ ବରଣ କରିପାର – ସେଥିରେ କ୍ଷତି କ’ଣ ? ତୁମମାନଙ୍କ ଭିତରୁ ପୋକ ମାଛି ପରି ପ୍ରତିଦିନ ଜାତ ହୋଇ କେତେ ମରୁଛନ୍ତି, ସେଥିରେ ଏ ବିଶାଳ ସଂସାରର କ’ଣ ଯାଏ ଆସେ ? ମରିବାକୁ ତ ଅବସ୍ୟ ପଡ଼ିବ; କିନ୍ତୁ ଏକ ମହାନ୍ ଆଦର୍ଶରେ ମୃତୁ୍ୟବରଣ କର । ଯଦି ଆମେ ଆଦର୍ଶକୁ ଅନୁସରଣ କରି ପାରିବା ନାହିଁ, ତେବେ ଚାଲ ଆମର ଦୁର୍ବଳତାକୁ ସ୍ୱୀକାର କରିବା; କିନ୍ତୁ ସେହି ଆଦର୍ଶକୁ ସ୍ଖଳିତ କରିବା ନାହିଁ । ତୁମ ଭାଗ୍ୟରେ ଯାହା ଆସିବ ସେଥିପାଇଁ ଖାତିର୍ କର ନାହିଁ । ଆଦର୍ଶକୁ ଦୃଢ ଭାବରେ ଧରି ରଖ ।

ଶୁ୍ଦ୍ଧ ଅନ୍ତଃକରଣରେ ନିଜ ଦେଶର ସେବା କରିବା ହେଉଛି ପ୍ରକୃତ ଧର୍ମ । ମନ-ମସ୍ତିଷ୍କକୁ ଏକାଗ୍ର କରି ଓ ଭାରତୀୟ ସଂସ୍କୃତିର ପୁର୍ନଜାଗରଣ କରି ଅନ୍ଧକାରରୁ ଏ
ଦେଶକୁ ଉଦ୍ଧାର କରିବାକୁ ହେବ । ହଜାର ହଜାର ବର୍ଷର କଠୋର ଚେଷ୍ଟା ଫଳରେ ଯେଉଁ ମହାନ ଧର୍ମ-ସଂସ୍କୁତି ଓ ମାନବିକ ମୂଲ୍ୟବେଧର ନିର୍ମାଣ ହୋଇଛି, ତାର ବିସ୍ତାର ଏବଂ ଆତ୍ମ ପ୍ରକାଶ ହେଉ । ଆମ ଭାରତୀୟ ଜାତୀୟ ଧମନୀରେ ନୂତନ ବିଦୁ୍ୟତାଗ୍ନି ସଂ·ର କରି ଫଳାକାଂକ୍ଷା ତ୍ୟାଗ କରିବା ସହିତ ନିରଳସ ଭାବରେ ପରମାର୍ଥ ଭାବ ପୋଷଣ ହେଉ ତଥା ହୃଦୟ ଓ ଚିନ୍ତାକୁ ପବିତ୍ର କରାଯାଉ । ସତ୍ୟର ଆତ୍ମ ପ୍ରକାଶ ପାଇଁ ଚେତନାଶୀଳ ଭାରତୀୟମାନେ ପବିତ୍ର ହୋଇଯାଆନ୍ତୁ । କ୍ଷଣିକ ଅବସାଦ ଗହ୍ୱରରୁ ବାହାରି ଆସି ଭାରତୀୟ ଭାବେ ଜାଗି ଉଠନ୍ତୁ । ଶତ ସହସ୍ର ନରନାରୀ, ପବିତ୍ରତାର ଉଦ୍ଧାମ ଅଗ୍ନିରେ ପ୍ରଜ୍ଜ୍ୱଳିତ ହୋଇ, ଭଗବାନଙ୍କଠାରେ ଚିରନ୍ତନ ବିଶ୍ୱାସରେ ଦୃଢ଼ୀଭୂତ ହୋଇ, ଦରିଦ୍ର, ପତିତ ଓ ଦଳିତମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଏବଂ ସିଂହବିକ୍ରମରେ ଉଦ୍ଧୀପୀତ ହୋଇ ପରିତ୍ରାଣର ବା•ର୍ା, ସାହାଯ୍ୟର ବା•ର୍ା, ସାମାଜିକି ଉତ୍ଥାନର ବା•ର୍ା ଏବଂ ସମତାର ବା•ର୍ା ପ୍ରଚାର କରନ୍ତୁ ।

କେବଳ ମନୁଷ୍ୟ ଦରକାର । ଶକ୍ତ, ବଳଶାଳୀ, ବିଶ୍ୱାସୀ ଓ ଚୂଡାନ୍ତ ନିଷ୍ଠାପର ଯୁବକଗଣ ଦରକାର । ଆମର ତେଜସ୍ୱୀ, ପ୍ରଜ୍ଞାପନା ଏବଂ ସାହସୀ ଯୁବକ ଆବଶ୍ୟକ ଯେଉଁମାନେ ମୃତୁ୍ୟ ମୁଖକୁ ଲମ୍ଫ ଦେବାର ସାହସ ରଖନ୍ତି, ସନ୍ତରଣ କରି ମହା ସମୁଦ୍ର ଅତିକ୍ରମ କରିଯିବାକୁ ପ୍ରସ୍ତୁତ ଅଛନ୍ତି । କେବଳ ଶିକ୍ଷିତ ହୋଇ ଭଲ ଚାକିରିଟିଏ ପାଇଗଲେ ଯେ ଅନ୍ତର୍ନିହିତ ଶକ୍ତି ଓ ସମ୍ଭାବନାର ଉନ୍ମେଷ ଘଟିବ ତାହା ଭାବିବା ଉଚିତ ନୁହେଁ, ବରଂ ଜୀବନ ଯାତ୍ରାରେ ନିଃସ୍ୱାର୍ଥପର ଓ ସତ୍ୟନିଷ୍ଠ ବ୍ୟକ୍ତି ଭାବରେ ଏହି ଅନ୍ତର୍ନିହିତ ଶକ୍ତିର ବିକାଶ ଘଟାଇବା ଉଚିତ, ଯାହା ଉଭୟ ଭୌତିକ ଓ ଆଧ୍ୟାତ୍ମିକ ପ୍ରଗତିରେ ସାହାଯ୍ୟ କରିବ । ଆଜିର ଯୁବକ-ଯୁବତୀ ଏ କଥାଟିକୁ ଭୁଲିବା ଅନୁଚିତ । rooaroshanଚେୟାରମ୍ୟାନ୍, ବିବେକାନନ୍ଦ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଆଡ଼ଭାନ୍ସଡ଼ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି, ଖୋର୍ଦ୍ଧା ।

Share in top social networks!