ଓଡିଶା ରାଜ୍ୟ ମେଡିକାଲ ନିଗମ ପକ୍ଷରୁ ଇ-ଟେଣ୍ଡର ବ୍ୟବସ୍ଥା ସଂପର୍କରେ ସମ୍ଭାବ୍ୟ ପ୍ରତିଯୋଗୀ ( ବିଡର ) ମାନଙ୍କ କର୍ମଶାଳା

rooaroshanଓଡିଶା ରାଜ୍ୟ ମେଡିକାଲ ନିଗମ ତରଫରୁ କ୍ରୟ କରାଯିବାକୁ ଯାଉଥିବା ଔଷଧ ଏବଂ ମେଡିକାଲ ଯନ୍ତ୍ରପାତି କେବଳ ଇ-ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କରାଯିବ । ଏ ନେଇ ସମ୍ଭାବ୍ୟ ପ୍ରତିଯୋଗୀ ବା ବିଡର ମାନଙ୍କ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନିଗମର ପରିଚାଳନା ନିଦେ୍ର୍ଧଶିକା ରୂପା ମିଶ୍ର କର୍ମଶାଳାକୁ ଉଦ୍ଘାଟନ କରି ନିଗମ ତାର ସମସ୍ତ ପ୍ରକାର କାରବାରେ ସ୍ୱଚ୍ଛତା ରକ୍ଷା କରିବା ଦିଗରେ ସର୍ବାଧିକ ଗୁରୁତ୍ୱ ଦେଇଥିିବା କହିଛନ୍ତି । ସେ କହିଛନ୍ତି ଯେ ନିଗମ ଯେଉଁ ଔଷଧ ଓ ଯନ୍ତ୍ରପାତି କିଣିବ ତାର ଗୁଣବତାରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ । ସରକାରୀ ଔଷଧ ପ୍ରତି ଜନସାଧାରଣଙ୍କର ରହିଥିବା ବିଶ୍ୱାସ ଯେପରି ଅଧିକ ଦୃଢୀଭୂତ ହେବ ସେ କ୍ଷେତ୍ରରେ ନିଗମ ସମ୍ପୂର୍ଣ୍ଣରୂପେ ଯତ୍ନବାନ ରହିବ । ସେଥିଲାଗି ଯେଉଁ ଯୋଗାଣକାରୀ ସଂସ୍ଥାମାନେ ଔଷଧ ଓ ଯନ୍ତ୍ରପାତି ଯୋଗାଇବେ ସେମାନଙ୍କୁ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯିବ । ଔଷଧ ଓ ଯନ୍ତ୍ରପାତି ଯୋଗାଣ କ୍ଷେତ୍ରରେ ଏକ ଅନୁକୂଳ ବାତାବରଣ ନିଗମ ଜରିଆରେ ସୃଷ୍ଟି କରାଯିବ । ଏଥିଲାଗି ୭ଟି ଡିଭିଜନ ନିଗମ ଅଧିନରେ କାର୍ଯ୍ୟ କରିବ । ଏଥିରୁ ୫ ଟି ଡିଭିଜନ ଦାୟିତ୍ୱରେ ବରିଷ୍ଠ ସରକାରୀ ଅଧିକାରୀ ରହିବେ ଓ ଦୁଇଟି ଡିଭିଜନ ପାଇଁ ନିରପେକ୍ଷ ତଥା ସ୍ୱଚ୍ଛ ପ୍ରକ୍ରିୟାରେ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।
ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ରୋଗୀଙ୍କୁ ସରକାରୀ ଚିକିତ୍ସାଳୟ ମାନଙ୍କରେ ସବୁ ରୋଗ ପାଇଁ ମାଗଣା ଔଷଧ ପ୍ରଦାନ ବ୍ୟବସ୍ଥାକୁ ବ୍ୟାପକ ତଥା ସୁପରିଚାଳିତ କରିବା ପାଇଁ ଏହି ନିଗମ ଗଠନ କରାଯାଇଛି । ଏହି ନିଗମ ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକ ପାଇଁ ଆବଶ୍ୟକ ପଡୁଥିବା ଔଷଧ ଏବଂ ମେଡିକାଲ ଯନ୍ତ୍ରପାତି ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ କ୍ରୟ କରାଯିବ । ଜାତୀୟ ଟେଣ୍ଡର ମାଧ୍ୟମରେ ମେଡିକାଲ ଯନ୍ତ୍ରପାତି କ୍ରୟ କରାଯିବ ଏବଂ ସିଧା ସଳଖ ଜି.ଏମ୍.ପି ପ୍ରମାଣପତ୍ର ଥିବା ଔଷଧ ପ୍ରସ୍ତୁତକାରୀ ସଂସ୍ଥାରୁ କ୍ରୟ କରାଯିବ । ନିଗମ ତରଫରୁ ନିୟମ ଅନୁଯାୟୀ ସମସ୍ତ ପ୍ରକାର କ୍ରୟକୁ ଇ-ଟେଣ୍ଡର ମାଧ୍ୟମରେ କରାଯିବ । ଫଳରେ କ୍ରୟ ସଂପର୍କିତ ସବୁ ବିଷୟରେ ସ୍ୱଚ୍ଛତା ରକ୍ଷା କରାଯାଇ ପାରିବ । ଇ-ଟେଣ୍ଡର ବ୍ୟବସ୍ଥା ଯୋଗାଣକାରୀ ସଂସ୍ଥାମାନଙ୍କ ପାଇଁ ସୁବିଧାଜନକ , ଅଧିକ ପ୍ରତିଯୋଗିତାମୂଳକ ଏବଂ ସମୟ ଭିତ୍ତିକ ହୋଇଥିବା ବେଳେ କ୍ରେତାଙ୍କ ପାଇଁ ମଧ୍ୟ ଅନେକ ଦିଗରୁ ସୁବିଧା ଜନକ । ଯୋଗାଣକାରୀ ସଂସ୍ଥା ତଥା କ୍ରେତା , ଉଭୟଙ୍କ ପାଇଁ ସମୟ ବନ୍ଚାଇବା , ଅଯୋଥା ଆର୍ଥିକ ବ୍ୟୟକୁ ରୋକିବା , ତୁରନ୍ତ କନ୍ଟ୍ରାକ୍ଟ ଶେଷ କରିବା , ସୁରକ୍ଷା ଓ ବିଶ୍ୱସନୀୟତା ବୃଦ୍ଧି କରିବା , ପ୍ରି-ଟେଣ୍ଡରିଂ ଠାରୁ ଆରମ୍ଭ କରି ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପ୍ରୟତଃ ସ୍ୱୟଂଚାଳିତ ହୋଇଥାଏ । କ୍ରେତା ଏବଂ ବିକ୍ରେତା ବା ଯୋଗାଣକାରୀ ସଂସ୍ଥା ସମସ୍ତଙ୍କ ପାଇଁ ସମୟ ଭିତିକ ଭାବେ କାର୍ଯ୍ୟ ସମ୍ପାଦନ ଦିଗରେ ସହାୟକ ହୋଇଥାଏ । ସେହି ଦୃଷ୍ଟିରୁ ସମ୍ଭାବ୍ୟ ବିଡରମାନେ ନିଗମର ଇ-ଟେଣ୍ଡରିଂ ବ୍ୟବସ୍ଥା ସଂପର୍କରେ ଅବଗତ ହେବା ଜରୁରି । ସେମାନେ ଯେମିତି ନିଗମର ଏହି ନୂତନ ବ୍ୟବସ୍ଥା ନେଇ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେଥିପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଛି ।
ଏହି କର୍ମଶାଳାରେ ନିଗମର ଜେନେରାଲ ମ୍ୟାନେଜର (ଲଜିଷ୍ଟିକ୍) ଡାଃ ବିଜୟ ସ୍ୱାଇଁ , ଜେନେରାଲ ମ୍ୟାନେଜର ସଂଗ୍ରହ(କ୍ଟ୍ରକ୍ସକ୍ଟମଙ୍କକ୍ସରଜ୍ଞରଦ୍ଭଗ୍ଧ) କୃଷ୍ଣଚନ୍ଦ୍ର ସାହୁ , କ୍ୱାଲିଟି ମ୍ୟାନେଜର ସୁବୋଧ ନାୟକ , ଜେନେରାଲ ମ୍ୟାନେଜର (ମାନବସମ୍ବଳ ଏବଂ ପ୍ରଶାସନ ) ଅଶ୍ୱନୀ ମିଶ୍ର , ବୈଷୟିକ ଅଧିକାରୀ ତ୍ରିନାଥ ବେହେରା ଏବଂ କମ୍ପାନୀ ସେକ୍ରେଟାରୀ ପ୍ରଭାତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗ୍ଲାସ୍କୋ , ମାଇକ୍ରୋ , ଡଃ ରେଡ୍ଡି , ପାନାସିଆ ବାୟୋଟେକ୍ , ଆଇ.ଡି.ପି.ଏଲ୍ , ଟରୋନ୍ଟୋ , ସିପ୍ଲା , ଜନସନ୍ ଏବଂ ଜନସନ୍ , ବାୟୋକନ୍ ଏବଂ ବାୟୋଲୋଜିକାଲ ଏଭାନ୍ସ ଭଳି ଔଷଧ ପ୍ରସ୍ତୁତକାରୀ ସଂସ୍ଥାଙ୍କ ସମେତ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଔଷଧ ପ୍ରସ୍ତୁତକାରୀ ସଂସ୍ଥାର ମାନଙ୍କର ପ୍ରତିନିଧିମାନେ ଯୋଗଦେଇଥିଲେ ।

Share in top social networks!