ତୃତୀୟ ଦିବସ – ଓଡିଶା ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ) ବାଣିଜ୍ୟ ମେଳା ୨୦୧୫

drroutରାଜ୍ୟ ସରକାରଙ୍କର ଓଡିଶା ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ତୃତୀୟ ଓଡିଶା ଏମ୍ଏସ୍ଏମ୍ଇ ବାଣିଜ୍ୟ ମେଳା ଜାନୁୟାରୀ ୮ ତାରିଖରୁ ଆରମ୍ଭ ହୋଇଛି । ଏହି ବାଣିଜ୍ୟ ମେଳା ଅବସରରେ ବିଭିନ୍ନ ବିଷୟରେ ବିଭିନ୍ନ ଆଲୋଚନାଚକ୍ର ଏବଂ କର୍ମଶାଳା ଇତ୍ୟାଦି ଅନୁଷ୍ଠିତ ହେଉଛି । ଆଜି ତୃତୀୟ ଦିବସରେ ପୁଞ୍ଜ (କ୍ଲଷ୍ଟର) ପ୍ରଣାଳୀ ମାଧ୍ୟମରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ପ୍ରସାର ଏବଂ ବିକାଶ କିଭଳି କରାଯାଇପାରିବ ସେ ସମ୍ବନ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ମାନ୍ୟବର ସମବାୟ ଏବଂ ଅବକାରୀ ମନ୍ତ୍ରୀ ଡଃ ଦାମୋଦର ରାଉତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଉଦ୍ଘାଟନି ଭାଷଣରେ ଓଡିଶା ସରକାରଙ୍କ ଗତ କିଛି ବର୍ଷ ଧରି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବିକାଶ ଏବଂ ପ୍ରସାର ନିମନ୍ତେ କରାଯାଉଥିବା ଉଦ୍ୟମକୁ ପ୍ରଂଶସା କରିଥିଲେ । ସେ କହିଥିଲେ ଯେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ଓଡିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ଯଦି ଏହି କ୍ଷେତ୍ରକୁ ସଠିକ ଢଙ୍ଗରେ ବିକଶିତ କରାଯାଇପାରିବ ରାଜ୍ୟରେ ଦାରିଦ୍ର୍ୟ ରହିବ ନାହିଁ ।
ବିଭାଗୀୟ ଶାସନ ସଚିବ ଶ୍ରୀଯୁକ୍ତ ପଂଚାନନ ଦାଶ ଏହି କର୍ମଶାଳାରେ ଉପସ୍ଥିତ ଥିଲେ ଏବଂ ରାଜ୍ୟ ସରକାରଙ୍କ ଉଦ୍ୟୋଗ ପୁଞ୍ଜ ବିକାଶ ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିଥିଲେ । ଉଦ୍ୟୋଗ ପୁଞ୍ଜ ବିକାଶ ମାଧ୍ୟମରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗମାନେ କିଭଳି ବିଶ୍ୱ ବଜାରରେ ଏବଂ ବୃହତ ଉଦ୍ୟୋଗ ଗୁଡିକ ସହିତ ପ୍ରତିଯୋଗିତା କରିପାରିବେ ସେନେଇ ବିଶେଷ ଆଲୋଚନା କରିଥିଲେ । ରାଜ୍ୟର ଯେଉଁକେତୋଟି ଉଦ୍ୟୋଗ ପୁଞ୍ଜ ବିକାଶ ପ୍ରସ୍ତାବ ଭାରତ ସରକାରଙ୍କ ପାଖରେ ଅଟକି ରହିଛି ସେସବୁକୁ ଯଥାଶୀଘ୍ର ଅନୁମୋଦନ କରିବା ପାଇଁ ଶ୍ରୀଯୁକ୍ତ ଦାଶ ଅନୁôରୋଧ କରିଥିଲେ ।
ଏହି ଅବସରରେ ଭାରତ ସରକାରଙ୍କ ଅତିରିକ୍ତ ଉନ୍ନୟନ କମିଶନର (ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) ଶ୍ରୀ ସମରେନ୍ଦ୍ର ସାହୁ ପ୍ରତିଶ୍ରୁତି ଦେଇଥିଲେ ଯେ ରାଜ୍ୟ ସରକାରଙ୍କ ଉଦ୍ୟୋଗ ପୁଞ୍ଜ ବିକାଶ ପ୍ରସ୍ତାବ ଗୁଡିକର ଶୀଘ୍ର ଅନୁମୋଦନ ପାଇଁ ସେ ଚେଷ୍ଟା କରିବେ ଏବଂ ଓଡିଶାର ଏମଏସଏମଇ ବିକାଶ ପାଇଁ ଯାହା ସହଯୋଗ ଆବଶ୍ୟକ ସେସବୁ ଯୋଗାଇଦେବା ପାଇଁ ପଦକ୍ଷେପ ନେବେ ।
ଏହି କର୍ମଶାଳାରେ ଶିଳ୍ପ ନିଦେ୍ର୍ଧଶକ ଶ୍ରୀ ନିତ୍ୟାନନ୍ଦ ପଲାଇ ରାଜ୍ୟରେ ଉଦ୍ୟୋଗ ପୁଞ୍ଜ ବିକାଶ ଉପରେ ଆଲୋକପାତ କରିଥିଲେ । ଫାଉଣ୍ଡେସନ୍ ଅଫ୍ ଏମ୍ଏସ୍ଏମ୍ଇ କ୍ଲଷ୍ଟର୍ସର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ତଥା ୟୁଏନ୍ଆଇଡିଓର ପୂର୍ବତନ ଭାରତ ମୁଖ୍ୟ ଶ୍ରୀ ମୁକେଶ ଗୁଲାଟି ଭାରତ ଏବଂ ଭାରତ ବାହାରର ଉଦ୍ୟୋଗ ପୁଞ୍ଜ ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିଥିଲେ । ଜାତୀୟ ଉପôାଦକତା ପରିଷଦର ପ୍ରତିନିଧି ଉଦ୍ୟୋଗ ପୁଞ୍ଜରେ ଆଡପ୍ସନ ଅଫ୍ ଲିନ୍ ମାନୁଫାକ୍ଚରିଙ୍ଗ୍ ସଂପର୍କରେ ସୂଚନା ଦେଇଥିଲେ । ସିଟିଟିସି ଭୁବନେଶ୍ୱରର ଅଧିକାରୀମାନେ ଶିଳ୍ପପୁଞ୍ଜରେ ଡିଜାଇନ୍ କ୍ଲିନିକ୍ ସ୍କିମ୍ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ପରାମର୍ଶ ଦେଇଥିଲେ । ଅହମଦାାବାଦ୍ ସ୍ଥିତ ଭାରତୀୟ ଉଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପ୍ୟାକେଜିଙ୍ଗ୍, କୋଲକାତାର ଅଧିକାରୀମାନେ ଉଦ୍ୟୋଗ ପୁଞ୍ଜ ବିକାଶ ନେଇ ବିଭିନ୍ନ ତଥ୍ୟ ରଖିଥିଲେ । ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପ୍ୟାକେଜିଙ୍ଗ୍ ପକ୍ଷରୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ପ୍ୟାକେଜିଙ୍ଗ୍ ସୁଯୋଗ ଏବଂ କିଭଳି ଭଲ ଭାବେ ପ୍ୟାକେଜିଙ୍ଗ୍ କରାଯାଇପାରିବ ସେନେଇ ସୂଚନା ଦେଇଥିଲେ ।
ସିଡ୍ବି ର ପ୍ରତିନିଧି ଏହି ଅବସରରେ ପୁଞ୍ଜ ପ୍ରଣାଳୀରେ ପିପିପି ପ୍ରକଳ୍ପ ଗୁଡିକର ଆର୍ଥିକ ମୂଲ୍ୟାୟନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କର୍ମଶାଳା ଶେଷରେ ଅତିରିକ୍ତ ଶିଳ୍ପ ନିଦେ୍ର୍ଧଶକ ଶ୍ରୀ ବି କେ ଦାସ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ୩୦୦ ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ ।
ମେସର୍ସ ବରଗଡ ରାଇସ ମିଲର୍ସ କନ୍ସୋରଟିଅମ୍ ପ୍ରାଇଭେଟ୍ ଲିଃ.ର ଶ୍ରୀ ରୋହିତ ସିଂଘଲ ବରଗଡଠାରେ ରାଇସ ମିଲିଙ୍ଗ୍ କ୍ଲଷ୍ଟରରେ ସଲ୍ଭେନ୍ଟ୍୍ ଏକ୍ସାକ୍ଟ୍ରସନ କାରଖାନା ସ୍ଥାପନା ନେଇ ନିଜର ଅନୁଭୁତି ପ୍ରକାଶ କରିଥିଲେ । ଏନ୍ପିସି କୋଲକାତା ପକ୍ଷରୁ ଶ୍ରୀ ଏସ୍ ମାଇତି ସାମଗ୍ରୀ ପ୍ରବାହ କଷ୍ଟ ଆକାଉନ୍ଟାନ୍ସି ଉପରେ ଅନୁଶୀଳନାତ୍ମକ ଉଦାହରଣ ପ୍ରସ୍ତୁତ କରିଥିଲେ ।
ବାଣିଜ୍ୟ ମେଳା ଅଂଶଗ୍ରହଣକାରୀଙ୍କ ସମ୍ବନ୍ଧୀୟ ରିପୋର୍ଟ:
ଜାନୁୟାରୀ ୯ ୨୦୧୫ ଶେଷସୁଦ୍ଧା ପ୍ରାୟ ୩୦,୦୦ରୁ ଉଦ୍ଧ୍ୱର୍ ପରିଦର୍ଶକ ଓଡିଶା ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ) ବାଣିଜ୍ୟ ମେଳା ୨୦୧୫ ବୁଲିଦେଖିଛନ୍ତି । ଶୁକ୍ରବାର ସୁଦ୍ଧା ୫୭.୧୬ଲକ୍ଷ ବ୍ୟବସାୟ ହୋଇଥିବାବେଳେ ଆନୁମାନିକ ୭୪୧.୨୦ଲକ୍ଷ ଟଙ୍କା ମୂଲ୍ୟର ବ୍ୟବସାୟ ନିମନ୍ତେ ୧୯୪୫ ବ୍ୟବସାୟିକ ଅନୁସନ୍ଧାନ ଆସିଥିବା ସୂଚନା ମିଳିଛି ।

Share in top social networks!