ଦାରିଙ୍ଗବାଡିଠାରେ “ଶୀତ ଉତ୍ସବ’ ଉଦ୍ଘାଟିତ ଶିଳ୍ପୀ ଶିବିର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

daringabdidaringabdiଆଜି ସନ୍ଧ୍ୟାରେ ଦାରିଙ୍ଗବାଡିଠାରେ ଶୀତ ଉତ୍ସବ ଉଦ୍ଘାଟିତ ହୋଇଛିା ଓଡ଼ିଶାର କାଶ୍ମୀର ଭାବରେ ପରିଚିତ ଏହି ସ୍ଥାନରେ ଉତ୍ସବ ଅବସରରେ କଳାକାର, ଚିତ୍ରଶିଳ୍ପୀ,ସାହିତି୍ୟକମାନଙ୍କର ସମାବେଶ ଘଟିଛିା ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ସବ ଉଦ୍ଘାଟନ କରିଛନ୍ତିା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପରେଡ୍ ପଡିଆଠାରେ ତିନିଦିନ ବ୍ୟାପୀ ହେବାକୁ ଥ#ବା ଏହି ଉତ୍ସବ ମାଧ୍ୟମରେ କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ହେବା ସହିତ ଜନଜୀବନ ପ୍ରଭାବିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶା ପ୍ରକଟ କରିଥ#ଲୋ ସେହିପରି ସ୍ଥାନୀୟ ପ୍ରତିଭାମାନଙ୍କର ପ୍ରୋତ୍ସାହନ ହେତୁ ଆମର ସାଂସ୍କୃତିକ ମହାସ୍ରୋତ ସମୃଦ୍ଧ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଥ#ଲୋ ପ୍ରକାଶ ଥାଉକି, ପ୍ରଥମ ଥର ପାଇଁ ଏପରି ଉତ୍ସବ ଆୟୋଜିତ ହେଉଛିା

ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥ# ଭାବେ ଯୋଗଦେଇ ଏପରି ଉଦ୍ୟମ ଓ ଆଗ୍ରହୀ ସଂସ୍କୃତିପ୍ରେମୀମାନଙ୍କର ସକ୍ରିୟ ଅଂଶଗ୍ରହଣ ବଳରେ ସାଂସ୍କୃତିକ ପୁନର୍ଜାଗରଣ ସମ୍ଭବ ହୋଇପାରିବ ବୋଲି ପ୍ରକାଶ କରିଥ#ଲୋ ଶକ୍ତି, ସୂଚନା
ପ୍ରଯୁକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଭୁବନେଶ୍ୱର ସାଂସଦ ଡକଫର ପ୍ରସନ୍ନ ପାଟ୍ଟଶାଣୀ ଓ କନ୍ଧମାଳ ସାଂସଦ ଶ୍ରମୀତ ପ୍ରତୁ୍ୟଷା ରାଜେଶ୍ୱରୀ ସିଂହ ଅତିଥ# ଭାବରେ ଯୋଗଦେଇ ଏପରି ଉଦ୍ୟମର ଭୂୟସୀ ପ୍ରଶଂସା କରିଥ#ଲୋ ଏପରି ଉତ୍ସବ ଆୟୋଜନ ଫଳରେ ସଂସ୍କୃତି ଓ
ପର୍ଯ୍ୟଟନ ବିଭବର ଯଥାର୍ଥ ଉପସ୍ଥାପନା ଓ ପ୍ରଚାର ସମ୍ଭବ ହୋଇପାରିବ ବୋଲି ଅତିଥ#ମାନେ ମତପ୍ରକାଶ କରିଥ#ଲୋ

ଅପରାହ୍ନରେ ହିଲ୍ ଭୁ୍ୟ ଷ୍ଟେସନ୍ଠାରେ ଏକ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଥ#ଲା ା ରାଜ୍ୟର ବିଭିନ୍ନ ସ୍ଥାନରୁ ସମାଗତ ୩୦ ଜଣ ଚିତ୍ରଶିଳ୍ପୀ ଶିବିରରେ ଯୋଗଦେଇ ପରିବେଶ, ପ୍ରାକୃତିକ ଦୃଶ୍ୟରାଜି ଓ ଆଦିବାସୀ ଜୀବନଧାରାସମ୍ବଳିତ ବିଭିନ୍ନ ଚିତ୍ର ପ୍ରସ୍ତୁତ କରିଥ#ଲୋ
ଶିବିରକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦ୍ଘାଟନ କରିଥ#ଲୋ ଚିତ୍ର ପ୍ରଦର୍ଶନୀ ଜନସାଧାରଣଙ୍କ ନିମନ୍ତେ ତିନିଦିନ ପାଇଁ ଖୋଲା ରହିବା ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକକ ଓଡ଼ିଶୀ ନୃତ୍ୟ, ସିଂହାରୀ ନୃତ୍ୟ, ଗୋଟିପୁଅ ନୃତ୍ୟ ସମେତ କ=ଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ, ମନ୍ମଥ୍ ମିଶ୍ର,
ଶୈଳଭାମା ମହାପାତ୍ର ପ୍ରମୁଖ ସଙ୍ଗୀତ ପରିବେଷଣ କରିଛନ୍ତିା

ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଡକଫର ଅରବିନ୍ଦ ପାଢୀ, କନ୍ଧମାଳ ଜିଲ୍ଲାପାଳ ଡକଫର ଏନ୍ ତିରୁମାଲ୍ଲା ନାୟକ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ସୁଶୀଲ କୁମାର ଦାସ, ଲଳିତ କଳା ଏକାହେମୀର ସଭାପତି ଶିବ ପାଣିଗ୍ରାହୀ,
ଉପସଭାପତି ଡି.ଏନ୍. ରାଓ, ସଚିବ ତାରାକାନ୍ତ ପରିଡା ଓ ସଙ୍ଗୀତ ନାଟକ ଏକାଡେମୀର ସଚିବ ଧୀର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!