ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ

boynikaରାଜ୍ୟର ୪୪ ହଜାର ବୁଣାକାର ପରିବାରଙ୍କ ସାମଗ୍ରୀକ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧା ଏଥ#ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତିା ତେବେ ଉପଯୁକ୍ତ ବଜାର ଏବଂ ବିକ୍ରିବଟା ପାଇଁ ପ୍ରକୃଷ୍ଟ ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟ ପ୍ରାଥମିକ ବୁଣାକାର ସମବାୟ ସମିତି (ବୟନିକା) ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀମାନ ଆୟୋଜନ କରୁଛିା

ଏହି ପ୍ରଦର୍ଶନୀ ଗ୍ରାହକମାନଙ୍କର ଚାହିଦା ଏବଂ ଆବଶ୍ୟକତା ପୂରଣ ଦିଗରେ ଉପଯୁକ୍ତ ସୁଯୋଗ ସୃଷ୍ଟି କରିଛି ବୋଲି ଆଜି ସନ୍ଧ୍ୟାରେ ପ୍ରସ୍ତାବିତ ବିଡିଏ ପାର୍କ, ପୋଖରିପୁଟଠାରେ ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦ୍ଘାଟନ କରି ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀସ୍ନେହାଙ୍ଗିନୀ ଛୁରିଆ ମତବ୍ୟକ୍ତ କରିଛନ୍ତିା

ଏହି ମେଳା ଆସନ୍ତା ୨୫ ତାରିଖ ଯାଏଁ ଚାଲିବ ଏବଂ ପ୍ରତ୍ୟହ ଦିନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବା ରାଜ୍ୟର ବିଭିନ୍ନ ବୁଣାକାର ସମବାୟ ସମିତି ସହ ସମୁଦାୟ ୩୦ଟି ଷ୍ଟଲରେ ହସ୍ତତନ୍ତ ବିକ୍ରିବଟା ହେବା ଏହି ମେଳା ଆୟୋଜନ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ଉନ୍ନୟନ କମିଶନରଙ୍କ ତରଫରୁ ୮ଲକ୍ଷ ଟଙ୍କାର ଆଥ#ର୍କ ସହାୟତା ଯୋଗାଇ ଦିଆଯାଇଛିା

ସୂଚନାଯୋଗ୍ୟ ଯେ, ବୟନିକା ତାହାର ବିକ୍ରୟରେ ଆଶାତୀତ ବୃଦ୍ଧି ଆଣିବା ସଙ୍ଗେ ସଙ୍ଗେ କ୍ରମାଗତ ଲାଭ ଅର୍ଜନ କରିଆସୁଛିା ୨୦୧୪-୧୫ ଆଥ#ର୍କ ବର୍ଷରେ ବୟନିକା ୮୮ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ଧାର୍ଯ୍ୟ କରିଛିା ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ବୟନିକାର ପରିଚାଳନା ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ ଏବଂ ହସ୍ତତନ୍ତ ନିର୍ଦ୍ଦେଶାଳୟର ବରିଷ୍ଠ ଅଧ#କାରୀ ଏବଂ ବୟନିକାର କର୍ମଚାରୀମାନେ ଉପସ୍ଥିତ ଥ#ଲୋ

Share in top social networks!