ବିଶୁଦ୍ଧ ଜଳଯୋଗାଣ ପାଇଁ ତାଲିକାଭୁକ୍ତ ହେବେ ବେସରକାରୀ ଆପାର୍ଟମେଣ୍ଟ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥ#ବା ସୁଉଚ୍ଚ ଅଟ୍ଟାଳିକା ଏବଂ ବେସରକାରୀ ଆପାର୍ଟମେଣ୍ଟ ପ୍ରଭୃତିରେ ନିଜସ୍ୱ ଜଳଯୋଗାଣ ଉତ୍ସ ଗୁଡିକୁ କିପରି ପରିଚାଳନା କରାଯାଉଛି ସେ ବିଷୟରେ ଜାଣିବା ପାଇଁ ଏଣିକି ସମସ୍ତ ଆପାର୍ଟମେଣ୍ଟ ଗୁଡିକୁ ତାଲିକାଭୁକ୍ତ କରାଯିବା ନିଜସ୍ୱ ସଂସାଧନରେ ଜଳ ଚାହିଦା ମେଣ୍ଟାଉ ଥ#ବା ଏହି ବେସରକାରୀ ବାସଗୃହଗୁଡିକ ସମ୍ବନ୍ଧରେ ବର୍ତ୍ତମାନ ମହାନଗର ନିଗମ କିମ୍ବା ବିଡିଏ
ନିକଟରେ କୌଣସି ସୂଚନା ନାହିାଁ ତେବେ ଖୁବ୍ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ଆପାର୍ଟମେଣ୍ଟର ପରିଚାଳନା କମିଟି କିମ୍ବା ସତ୍ତ୍ୱାଧ#କାରୀଙ୍କୁ ଜଳଯୋଗାଣ ସମ୍ପର୍କରେ ଚଳିତ ମାସ ଶେଷ ସୁଦ୍ଧା ବିବରଣୀ ମଗାଯିବା ସହ ତ୍ରðୟମାସିକ ଭାବେ ଜଳର ମାନ ପରୀକ୍ଷା ନିମନ୍ତେ ପରାମର୍ଶ ଦିଆଯିବା ଜଳ ମାନ ପରୀକ୍ଷା ନିମନ୍ତେ ଘରୋଇ ଲାବୋରେଟୋରୀମାନଙ୍କୁ ଅଧ#କୃତ କରାଯିବାକୁ ନିଷ୍ପତ୍ତି ହୋଇଛିା

ଆଜି ପୂର୍ବାହ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ବି.ଡି.ଏ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛିା ଜନସ୍ୱାସ୍ଥ୍ୟ ବୈଷୟିକ ସଂସ୍ଥା, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ
ମହାନଗର ନିଗମର ମିଳିତ ସମୀକ୍ଷା ବୈଠକରେ ସମସ୍ତ ଜଳଯୋଗାଣ ଉତ୍ସଗୁଡିକରେ ନିୟମିତ ଭାବେ ଜଳ ବିଶୋଧନ କରାଯିବା ସହ ତା’ର ପାରିପାଶ୍ୱର୍କ ପରିବେଶ ଯେପରି ସଂକ୍ରମଣର ଶିକାର ନହୁଏ ସେଥ#ପ୍ରତି ସଜାଗ ରହିବାକୁ ବିଭାଗୀୟ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ବସ୍ତି ଅଞ୍ଚଳରେ ଜଳ ଦୂଷିତ ହେବା ଆଶଙ୍କା ଅଧ#କ ଥ#ବାରୁ ଏ ସବୁ ଅଞ୍ଚଳରେ ଓ୍ୱାର୍ଡ କଲ୍ୟାଣ ସମିତି ସହାୟତାରେ ସଚେତନ କାର୍ଯ୍ୟକ୍ରମ କରାଯିବା

ସର୍ଭିସ ପାଇପରୁ ଅନୈତିକ ଭାବେ ଜଳଚୋରି ହେଉଥ#ବା ଯୋଗୁଁ ସେସବୁ ସ୍ଥାନରେ ଜଳ ଦୂଷିତ ହେବାର ଆଶଙ୍କା ରହୁଛିା ତେଣୁ ଟିମ୍ ମାଧ୍ୟମରେ ସେଗଡିକର ଯାଞ୍ଚ କରାଯାଇ ଲିକେଜ୍ ପ୍ରଭୃତିକୁ ମରାମତି କରାଗଲେ ଜଳ ପ୍ରଦୁଷଣ ରୋକାଯାଇ ପାରିବ ବୋଲି ବିଏମ୍ସି ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା କହିଥ#ଲୋ ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ କରାଯାଇଥ#ବା ୪୩୬ଟି ବସ୍ତିରୁ ୧୯୯ଟିକୁ ବୈଧ ମାନ୍ୟତା ଦିଆଯାଇ ସେଠାରେ ମୌଳିକ ସେବା ଯୋଗାଇ ଦିଆଯାଉଥ#ବା ବେଳେ ବାକି ୨୩୭ଟି ବସ୍ତିରେ ୫୦ ଜଣ ଲୋକଙ୍କ ପିଛା ଗୋଟିଏ ହିସାବରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଗଲେ ଦୂଷିତ ଜଳ ବ୍ୟବହାର ଠାରୁ ଲୋକଙ୍କୁ ନିବୃତ୍ତ ରଖା ଯାଇପାରନ୍ତା ବୋଲି ବିଏମ୍ସି କମିଶନର
ମତ ରଖ#ଥ#ଲୋ ତେବେ ମହାନଗରର ସମସ୍ତ ନଳକୂପଗୁଡିକୁ ନିୟମିତ ଯାଞ୍ଚ କରିବା

ସହ ଜଳର ମାନ ନିୟମିତ ପରୀକ୍ଷା ପାଇଁ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛିା ସେହିପରି ସେସ୍ପୁଲ ମାଧ୍ୟମରେ ପାଇଖାନା ଟାଙ୍କି ସଫା ପାଇଁ ନିୟୋଜିତ ବେସରକାରୀ ସଂସ୍ଥାମାନେ ମନଇଚ୍ଛା ସହର ବିଭିନ୍ନ ସ୍ଥାନ ମଇଳା ଖଲାସ୍ କରୁଥ#ବା ଉପରେ ଏଣିକି ଅଙ୍କୁଶ ଲାଗିବା ଏଥ#ପାଇଁ ସେମାନଙ୍କୁ ବିଏମ୍ସିର ଅନୁମତି ନେବା ସହ ନିର୍ଦ୍ଧାରିତ ସ୍ଥାନରେ ହିଁ ମଇଳା ଖଲାସ କରିପାରିବୋ ଡ୍ରେନେଜ୍ ସଫା କରିବା କ୍ଷେତ୍ରରେ
ଜବର ଦଖଲ ମୁଖ୍ୟ ପ୍ରତିବନ୍ଧକ ସାଜିଥ#ବାରୁ ଏସବୁକୁ ହଟାଇବାକୁ ପଦକ୍ଷେପ ନେବା ଉପରେ ବୈଠକରେ ଆଲୋଚନା କରାଯାଇଛିା
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଏସ୍.କେ ରଥ, ବିଏମ୍ସି କମିଶନର ଶ୍ରୀ କ୍ରିଷନ୍ କୁମାର ଓ ଅନ୍ୟାନ୍ୟ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!