ଜାନୁଆରୀ ୨୮ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ରୋଲଆଉଟ୍ ପର୍ଯ୍ୟାୟକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ

msmeeଓଡ଼ିଶାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ କାର୍ଯ୍ୟକାରିତା ନିମନ୍ତେ ବ୍ୟାପକ ପ୍ରସ୍ତୁତି ହୋଇଛିା ଧାର୍ଯ୍ୟ ସମୟ ଅଗଷ୍ଟ ମାସ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ବିଭାଗୀୟ ଅଧ#କାରୀମାନଙ୍କୁ ପରାମର୍ଶ
ଦେଇଛନ୍ତିା

ପ୍ରଥମ ପାଇଲଟ୍ ପର୍ଯ୍ୟାୟରେ ଭୁବନେଶ୍ୱର ପୌର ନିଗମ ଓ ଭୁବନେଶ୍ୱର ବ୍ଲକ୍ରେ ହିତାଧ#କାରୀ ଚିହ୍ନଟ କାର୍ଯ୍ୟ ୨୦୧୪ ସେପେଫମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ଶେଷ ହୋଇଛିା ପାଇଲଟ୍ ପର୍ଯ୍ୟାୟର ଅଭିଜ୍ଞତାକୁ ଆଧାର କରି ରୋଲ ଆଉଟ୍ ପର୍ଯ୍ୟାୟରେ ଏହାକୁ ସାରା
ରାଜ୍ୟରେ କାର୍ଯ୍ୟକାରୀ କାଯାଉଛିା ଆସନ୍ତା ୨୮ ତାରିଖରେ ପାଇଲଟ୍ ପର୍ଯ୍ୟାୟର ହିତାଧ#କାରୀମାନଙ୍କୁ ରେସନ୍ କାର୍ଡ ପ୍ରଦାନ ସହ ରୋଲ ଆଉଟ ପର୍ଯ୍ୟାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବୋ ଏହା ପରେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ
ହିତାଧ#କାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବା ଏଥ# ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚ#ଛି ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ସମୀକ୍ଷା ବୈଠକରୁ ସୂଚନା ମିଳିଛିା

ଆଜି ଏହି ଉପଲକ୍ଷେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ପ୍ରତାପ କେଶରୀ ଦେବ, ବିଭାଗୀୟ ଶାସନ ସଚିବ ମଧୁସୂଦନ ପାଢୀ, ବିଏମ୍ସିର ଅତିରିକ୍ତ କମିଶନର ଡି. ବ୍ରିନ୍ଦା, ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ
ନାୟକ, ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ହିମାଂଶୁ ବଳଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମ, ଯୋଗାଣ ବିଭାଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!