ବିଧାନସଭା ନିବେଦନ ଗୃହ କମିଟିର ଧାମରା ପରିଦର୍ଶନ

HOUSEଓଡିଶା ବିଧାନସଭାର ଏକ ୧୪ଜଣିଆ ନିବେଦନ ଗୃହ କମିଟି କଟକ ସଦର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ (ବୁଧବାର ଏବଂ ଗୁରୁବାର) ଧାମରା ଗସ୍ତ କରିଛି । ସ୍ଥାନୀୟ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉକ୍ତ ଗୃହ କମିଟିର ସଦସ୍ୟ ରହି କମିଟିର ଧାମରା ଗସ୍ତ କାଳରେ ନେତୃତ୍ୱ ନେଇଥିଲେ ।
ଭଦ୍ରକ ସର୍କିଟ ଗୃହରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ସମାପ୍ତି ପରେ କମିଟି ବୁଧବାର ସନ୍ଧ୍ୟାରେ ଧାମରା ବନ୍ଦରଠାରେ ପହଞ୍ଚôବା ସହିତ ଧାମରା ବନ୍ଦର ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ହାତକୁ ନିଆଯାଇଥିବା ବିଭିନ୍ନ ସିଏସ୍ଆର୍ କାର୍ଯ୍ୟକ୍ରମ ଏବଂ ବନ୍ଦରରେ ସ୍ଥାନୀୟ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସମୀକ୍ଷା କରିଥିଲେ । ଡିପିସିଏଲ୍ ନିଦେ୍ର୍ଧଶକ ସନ୍ତୋଷ ମହାପାତ୍ର ଧାମରା ବନ୍ଦରର ଅଭିବୃଦ୍ଧି ଏବଂ ବନ୍ଦର ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପାରିପାଶ୍ୱର୍ିକ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ଏକ ବିସ୍ତୃତ ବିବରଣୀ କମିଟି ସମ୍ମୁଖରେ ପ୍ରଦାନ କରିଥିଲେ ।
ଆଜି ସକାଳେ ଗୃହ କମିଟି ମା ଧାମରାଇ ମନ୍ଦିରକୁ ଦର୍ଶନରେ ଆସିବା ସହିତ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ପଦକ୍ଷେପ ନେବାକୁ ସ୍ଥାନୀୟ ବିଧାୟକ ଏବଂ ଡିପିସିଏଲ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଧାମରା ମାଛଧରା ଜେଟି ଗସ୍ତ ସମୟରେ ମସô୍ୟଜିବୀ ପରିଚାଳନା ସମିତିର ଆର୍ଥôକ ବିବରଣୀକୁ ନେଇ ହୋଇଥିବା ନିର୍ଦ୍ଧିଷ୍ଟ ଅଭିଯୋଗ ସଂପର୍କରେ କମିଟିର ଅଧ୍ୟକ୍ଷ ପ୍ରଭାତ ବିଶ୍ୱାଳ ଅନୁଧ୍ୟାନ କରିଥିଲେ ଏବଂ ମସô୍ୟ ବିଭାଗର ଅଧିକାରୀମାନଙ୍କୁ ସତ୍ୟାସତ୍ୟ ଯାଞ୍ଚ ନିମନ୍ତେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ବାସୁଦେବପୁର ଏବଂ ନୀଳଗିରି ଗସ୍ତରେ ଯିବା ପୂର୍ବରୁ ଗୃହ କମିଟିର ସଦସ୍ୟମାନେ ଧାମରା ବନ୍ଦର ପରିଦର୍ଶନ କରିବା ସହିତ ବନ୍ଦର କାର୍ଯ୍ୟକାରିତା ଏବଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ତଥା ଯାନ୍ତ୍ରିକ ଉପାୟରେ କରାଯାଉଥିବା ପଣ୍ୟ କାରବାରକୁ ବୁଲି ଦେଖିଥିଲେ । ଏହି ଅବସରରେ ଡିପିସିଏଲ୍ ସିଓଓ ସୁବ୍ରତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।ଏହି ବିଧାନସଭା ଗୃହ କମିଟିରେ ବିଧାୟକ ସୁଶାନ୍ତ ବିଶ୍ୱାଳ, ଭୁଜବଳ ମାଝୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଡୁଗୁନୀ କହଁର ପ୍ରମୁଖ ସଦସ୍ୟ ରହିଥିଲେ ।

Share in top social networks!