ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଚାନକ ମୁଣ୍ଡୁଳୀ ଜଳ ବିଶୋଧନାଗାର ପରିଦର୍ଶନ

ଆଜି ପୂର୍ବାହ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଅଚାନକ ମୁଣ୍ଡୁଳି ଓ ପଳାଶୁଣୀଠାରେ ଥ#ବା ଜଳଯୋଗାଣ ଓ ବିଶୋଧନାଗାର ପରିଦର୍ଶନ କରିଛନ୍ତିା ତାଙ୍କ ଗସ୍ତକାଳରେ ଦାୟିତ୍ୱରେ ଥ#ବା ତିନିଜଣ କନିଷ୍ଠ ଯନ୍ତ୍ରୀ ପୂର୍ବାହ୍ନ ୧୦.୩୦ମିନିଟ୍ ସମୟରେ ନିଜ କାର୍ଯ୍ୟାଳୟରେ ଅନୁପସ୍ଥିତ ଥ#ବା ଜାଣି ପାରିଥ#ଲୋ ସେ ସମ୍ପୃକ୍ତ ତିନିଜଣ ଯନ୍ତ୍ରୀଙ୍କ ନିଜ ସରକାରୀ କ୍ୱାଟର୍ସରେ ନରହିବା ଯାଏଁ ଦରମା ବନ୍ଦ କରିବା ସହ ସେମାନେ କାହିଁକି ନିଯୁକ୍ତି ସ୍ଥଳରେ ରହୁ ନାହାନ୍ତି ସେଥ#ପାଇଁ କାରଣ ଦର୍ଶାଅ ନୋଟିସ୍ ମାଗିବାକୁ ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟଯନ୍ତ୍ରୀକୁ ନିର୍ଦ୍ଦେଶ ଦେଇଛନ୍ତିା ଏଥ#ସହିତ କେଉଁମାନେ ସରକାରୀ ବାସଭବନରେ ନରହି ଘରଭଡା ନେଉଛନ୍ତି ତାହା ତୁରନ୍ତ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛିା ଯଦି କେହି ଘରଭଡା ନେଉଥାନ୍ତି ତେବେ ସମ୍ପୃକ୍ତ ଉଚ୍ଚଅଧ#କାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା
ଏଠାରେ ସୂଚନାଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ଏହି ଦୁଇସ୍ଥାନରୁ ଜଳଯୋଗାଣ କରାଯାଇଥାଏା ମନ୍ତ୍ରୀ ମୁଣ୍ଡୁଳୀର ଏହି ଜଳଯୋଗାଣ ଓ ଜଳ ବିଶୋଧନାଗାର ଜଣେ ଅନଭିଜ୍ଞ ଡି.ଏଲ୍.ଆର୍ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଥ#ବା ଦେଖ# କ୍ଷୁବ୍ଧ ହେବା ସହ ସମ୍ପୃକ୍ତ ଯନ୍ତ୍ରୀଙ୍କ ଜଳ ବିଶୋଧନ ଏବଂ ଜଳର ମାନ ପରୀକ୍ଷା ଉପରେ ଆବଶ୍ୟକୀୟ ଜ୍ଞାନ ନଥ#ବା ଜାଣି ପାରିଥ#ଲୋ ତେଣୁ ଏ ଧରଣର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ନିମେନ୍ତ ସେ ପରାମର୍ଶ ଦେଇଛନ୍ତିା ରାଜ୍ୟରେ ଥ#ବା ସମସ୍ତ ଜନସ୍ୱାସ୍ଥ୍ୟ ବିଭାଗକୁ ଜଳର ମାନ ନିର୍ଦ୍ଧାରଣ ଯନ୍ତ୍ରପାତି ଯୋଗାଇ ଦେବା ସହ ଖାଲି ଥ#ବା ପଦବୀଗୁଡିକ ପୂରଣ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତିା ତା’ଛଡା ସମସ୍ତ ଜନସ୍ୱାସ୍ଥ୍ୟ ନିର୍ବାହୀଯନ୍ତ୍ରୀଙ୍କୁ କ୍ଷେତ୍ର କାର୍ଯ୍ୟାଳୟଗୁଡିକରେ ସମସ୍ତ ନଥ#ପତ୍ର ଏବଂ ରେଜିଷ୍ଟର ନିୟମିତ ଭାବେ ପରିଚାଳନା କରିବାକୁ କୁହାଯାଇଛି ଏବଂ ସେଥ#ପାଇଁ ଆବଶ୍ୟକୀୟ ଫର୍ମ ରେଜିଷ୍ଟାର ଯୋଗାଇଦେବାକୁ କୁହାଯାଇଛିା
ସମସ୍ତ ନିର୍ବାହୀ ଯନ୍ତ୍ରୀମାନେ ଜଳଯୋଗାଣ ପାଇପ୍ରେ ଯେପରି ଛିଦ୍ର ନହୁଏ, ସେଥ#ପ୍ରତି ତୀକ୍ଷ୍ଣ ନଜର ରଖ# କାମ କରିବାକୁ ଏବଂ ଡ୍ରେନେଜ୍ ଓ ସେ୍ୱରେଜ୍ ଲାଇନ୍ ତଳେ ଯାଇଥ#ବା ପାଣି ପାଇପ୍ଗୁଡିକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତିା
ଜଳ ବାହିତ ରୋଗ ସଂକ୍ରମଣକୁ ରୋକିବା ନିମନ୍ତେ ଜନସ୍ୱାସ୍ଥ୍ୟ କର୍ମଚାରୀମାନେ ସମ୍ପ୍, ଭୂତଳ ଜଳଭଣ୍ଡାର, ପାଣିଟାଙ୍କିଗୁଡିକ ମଝିରେ ମଝିରେ ନିୟମିତ ପରୀକ୍ଷା କରିବାକୁ ମନ୍ତ୍ରୀ ଶ୍ରୀ ସିଂହ ଦେଓ ନିର୍ଦ୍ଦେଶ ଦେଇଛନ୍ତିା
ବିଭାଗୀୟ ବରିଷ୍ଠ ଅଧ#କାରୀମାନେ ଜଳ ବିଶୋଧନାଗାରକୁ ଜଳ ଯୋଗାଉଥ#ବା ଉତ୍ସଗୁଡିକୁ ଅଚାନକ ପରିଦର୍ଶନ କରିବା ସହ ସେଠାକାର ରେକର୍ଡ ଓ ରେଜିଷ୍ଟରଗୁଡିକର ପରିଚାଳନା ତଦାରଖ, ବ୍ୟବହାରକାରୀଙ୍କ ପାଖରେ ପହଞ୍ଚୁଥ#ବା ବିଭିନ୍ନ ସ୍ଥାନରେ ଜଳର ଗୁଣବତ୍ତା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିା

Share in top social networks!