ଚଳିତ ମାସ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ୨୪୦ଟି ବୁଥ୍ରେ ପୋଲିଓ ପ୍ରତିଷେଧକ ବୁନ୍ଦା ପ୍ରଦାନ ପାଇଁ ବ୍ୟାପକ ପ୍ରସ୍ତୁତି

ଆଜି ସ୍ୱତନ୍ତ୍ରସର୍କିଟି୍ ହାଉସର ସମ୍ମିଳନୀ ଗୃହରେ ଚଳିତ ମାସ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ପୋଲିଓ ପ୍ରତିଷେଧକ ବୁନ୍ଦା ପ୍ରଦାନ ଦିଗରେ ବ୍ୟାପକ ପ୍ରସ୍ତୁତି ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛିା

ଜିଲ୍ଲାପାଳ ଶ୍ରୀ ସାହୁ ଭୁବନେଶ୍ୱରରେ ୯୬୯୨୨ ଜଣ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ବୁନ୍ଦା ପ୍ରଦାନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥ#ବାର ପ୍ରକାଶ କରିଥ#ଲୋ ଏହାକୁ ସଫଳ କରିବା ପାଇଁ ସମସ୍ତ ସମ୍ପୃକ୍ତ କର୍ମଚାରୀ, ଅଧ#କାରୀ ବୃନ୍ଦ, ସେ୍ୱଚ୍ଛାସେବୀ ଅନୁଷ୍ଠାନ, ବିଭିନ୍ନ ଜନପ୍ରତିନିଧ# ଓ ଜନସାଧାରଣଙ୍କ ସହଯୋଗ କାମନା କରିଥ#ଲୋ ଆସନ୍ତା ୧୮ ତାରିଖ ଦିନ ଭୁବନେଶ୍ୱରରେ ୨୪୦ଟି ବୁଥ୍ ଖୋଲାଯାଇ
ପୋଲିଓ ପ୍ରତିଷେଧକ ଦିଆଯିବା ଏଥ# ନିମନ୍ତେ ୪୮୦ଟି ଟିମ୍ ଗଠନ କରାଯାଇଛିା ୯୬୦ ଜଣ କର୍ମଚାରୀ ଏହିକାର୍ଯ୍ୟରେ ନିୟୋଜିତ ହେବୋ ୫ଟି ଭ୍ରାମ୍ୟମାଣ ଟିମ୍ ଓ ୪୮ ଜଣ ସୁପରଭାଇଜରଙ୍କୁ ତଦାରଖର ଦାୟିତ୍ୱ ଦିଆଯାଇଛିା ୧୯ ଓ ୨୦ ତାରିଖ ଘର ଘର ବୁଲି ଏହି ପ୍ରତିଷେଧକ ପୋଲିଓ ବୁନ୍ଦା ପ୍ରଦାନ କରାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛିା ଏଥ# ନିମନ୍ତେ କ୍ୟାପିଟାଲ ହସ୍ପିଟାଲ୍ରେ ଏକ
ନିୟନ୍ତ୍ରଣ କକ୍ଷ ଖୋଲାଯିବା ଏହି ବାର୍ତ୍ତାର ବ୍ୟାପକ ପ୍ରଚାର ପ୍ରସାର ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥ#ଲୋ

ବୈଠକରେ କ୍ୟାପିଟାଲ ହସ୍ପିଟାଲ୍ର ନିର୍ଦ୍ଦେଶକ ଡାକ୍ତର ବିଶ୍ୱଭୂଷଣ ପଟ୍ଟନାୟକ, ମହାନଗର ସ୍ୱାସ୍ଥ୍ୟ ଅଧ#କାରୀ ଡାକ୍ତର ଚନ୍ଦ୍ରିକା ଦାସ, ଭୁବନେଶ୍ୱର ମହାନଗର ନିଗମର ମୁଖ୍ୟ ଚିକିତ୍ସା ଅଧ#କାରୀ ଡାକ୍ତର ନିରୋଦ କୁମାର ସାହୁ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧ#କାରୀ ଡାକ୍ତର ବନଲତା ଦେବୀ, ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ କମିଶନର ଦୀପ୍ତି ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ
ଅଧ#କାରୀ ଭୁବନେଶ୍ୱର ବରଦା ପ୍ରସନ୍ନ ଦାସ, ସିଡିପିଓ ଏ. ଉଷାରାଣୀ, ପଦ୍ମିନୀ ବକ୍ସୀ ଓ ମଞ୍ଜୁଲତା ନାୟକ ଏବଂ ସମସ୍ତ ମେଡିକାଲ ଅଫିସର ଯୋଗଦାନ କରିଥ#ଲୋ

Share in top social networks!