ଜାନୁଆରୀ ୧୧ରୁ ସାତପଡାରେ ଚିଲିକା ମହୋତ୍ସବ

581891_128905467290384_43293534_nଜାନୁଆର ୧୧,୧୨ ଓ ୧୩ ତାରିଖରେ ତିନିଦିନ ବ୍ୟାପି ତୃତୀୟ ଚିଲିକା ମହୋତ୍ସବ ପୁରୀ ଜିଲ୍ଲାର ସାତପଡାଠାରେ ଅନୁଷ୍ଠିତ ହେଉଛିା ଏହି ମହୋତ୍ସବକୁ ସରସ ସୁନ୍ଦର ଭାବରେ ପାଳନ ଆୟୋଜନ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ନିୟୋଜନ, ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ପରାମର୍ଶ ଦେଇଛନ୍ତିା
ଆଜି ସଚିବାଳୟଠାରେ ମନ୍ତ୍ରୀ ଶ୍ରୀ ଦାସବର୍ମା ମହୋତ୍ସବ ପ୍ରସ୍ତୁତିର ଅଗ୍ରଗତିର ସମୀକ୍ଷା କରିଛନ୍ତିା ଚଳିତ ବର୍ଷ ପ୍ରଥମ କରି ତିନିଦିନ ପାଇଁ ଏହି ଉତ୍ସବ ଅନୁଷ୍ଠିତ ହେବା ଏହି ଉପଲକ୍ଷେ ବୋଟ୍ ରାଲି, ଜଳକ୍ରୀଡା, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ, ସାହିଜାତ, ସାମରିକ କଳା ନୈପୁଣ୍ୟ, ପ୍ରଦର୍ଶନୀ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବା ମହୋତ୍ସବ ସମୟରେ ଏକ ଫୁଡ୍ କୋର୍ଟ ମଧ୍ୟ ଖୋଲାଯାଉଛିା
୧୧ ତାରିଖରେ ବୋଟ୍ ରାଲି ଓ ମଶାଲ ଶୋଭାଯାତ୍ରାକୁ କାଳିଜାCଠାରେ ମନ୍ତ୍ରୀ ଶ୍ରୀ ଦାସବର୍ମା ଶୁଭାରାମ୍ଭ କରିବେ ଓ ପୁରୀ ବିଧାୟକ ତଥା ନବକଳେବର ଭିତ୍ତିଭୂମି ଉନ୍ନୟନ ତଦାରଖ କମିଟିର ଅଧ୍ୟକ୍ଷ ମହେଶ୍ୱର ମହାନ୍ତି ସାତପଡାଠାରେ ଏହି ମଶାଲକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିବୋ ଚିଲିକା ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ,ପୁରୀ ବିଧାୟକ ମହେଶ୍ୱର ମହାନ୍ତି, ସାଂସଦ ପିନାକୀ ମିଶ୍ର, ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଡକଫର ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍, ସିଡିଏ ମୁଖ୍ୟ ନିର୍ବାହୀ ଡକଫର ଅଜିତ୍ କୁମାର ପଟ୍ଟାନୟକ, ପୁରୀ ଆରକ୍ଷୀ ଅଧ#କ୍ଷକ ଆଶୀଷ କୁମାର ସିଂହ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛିା ସେହିପରି ଅନ୍ୟଦିନମାନଙ୍କରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଡକଫର ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଯୋଗଦେଉଛନ୍ତିା ଓଡ଼ିଶୀ, ଯୋଡିଶଂଖ, ରଣପା, ଗୋଟିପୁଅ, ଛଉ, ଭାଙ୍ଗଡା, ମାହାରୀ, ମଣିପୁରୀ, କଥକ, ଘୁମୁରା, ସମ୍ବଲପୁରୀ, ବିହୂ ଆଦି ଶାସ୍ତ୍ରୀୟ ଓ ଲୋକନୃତ୍ୟ ସହିତ ପ୍ରିନ୍ସ&୍ ଡ୍ୟାନ୍ସ&୍ ଗ୍ରୁପ୍ ଓ ଚିଲିକା ମାଣିକ ଗଉଡୁଣୀ, କାଳିଜାC ଉପରେ ନୃତ୍ୟ ନାଟିକା ପରିବେଷିତ ହେବା
ପ୍ରତ୍ୟହ ମଧ୍ୟାହ୍ନ ୧୨ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସାତପଡା ଜେଟିଠାରେ ସୁପ୍ରସିଦ୍ଧ ସ୍କୁବା ଡାଇଭର ସବିର ବକ୍ସ୍ ଓ ସାଥୀମାନେ ଜଳକ୍ରୀଡା ପ୍ରଦର୍ଶନ କରିବୋ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ସାହିଯାତ ଓ ପାଇକ ଆଖଡାର ଆୟୋଜନ କରାଯାଉଛିା ମହୋତ୍ସବ ଉପଲକ୍ଷେ ସୂଚନା ଓ ଲୋକସମ୍ପର୍କ ବିଭାଗ, ପର୍ଯ୍ୟଟନ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ପ୍ରଦର୍ଶନୀ ଅନୁଷ୍ଠିତ ହେବ ବୋଲି ସମୀକ୍ଷା ବୈଠକରୁ ସୂଚନା ମିଳିଛିା

Share in top social networks!