ରାଜ୍ୟରେ ବିଧାନ ପରିଷଦ ପ୍ରତିଷ୍ଠା ହେବ ଅନୁଧ୍ୟାନ ପାଇଁ ୫ଜଣିଆ କମିଟି ଗଠିତ

assembly ରାଜ୍ୟରେ ବିଧାନ ପରିଷଦ ପ୍ରତିଷ୍ଠା ନେଇ ଆପାତତଃ ନିଷ୍ପତ୍ତି ହୋଇଛିା ଏ ସଂକ୍ରାନ୍ତରେ ବିଶଦ ଅନୁଧ୍ୟାନ ପାଇଁ ୫ ଜଣିଆ କମିଟି ଗଠନ କରାଯାଇଛିା ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଆଜି ପ୍ରକାଶ ପାଇଛିା ପର୍ଜଙ୍ଗର ବିଧାୟକ ଡକଫର ନୃସିଂହ ଚରଣ ସାହୁ ଏହି କମିଟିର ଅଧ୍ୟକ୍ଷ ରହିବୋ ବିଂଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ଡାବୁଗାଁ ବିଧାୟକ ଶ୍ରୀ ଭୂଜବଳ ମାଝୀ, ନବରଙ୍ଗପୁର ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ଦେଓଗଡ ବିଧାୟକ ଶ୍ରୀ ନିତେଶ ଗଙ୍ଗଦେବ ଏହି କମିଟିର ସଦସ୍ୟ ରହିବୋ

କମିଟି ଚଳିତ ଜାନୁଆରୀ ଶେଷ ସପ୍ତାହରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟ ଗସ୍ତ କରି ମୁମ୍ବାଇ ଓ ବାଙ୍ଗାଲୁରୁ ସ୍ଥିତ ବିଧାନ ପରିଷଦଗୁଡିକ ଯାଇ ସେଠାରେ ବିଧାନ ପରିଷଦ କିପରି କାର୍ଯ୍ୟ କରୁଛି, ଏହାର କାର୍ଯ୍ୟ ପରିସର ଓ କ୍ଷମତା କ’ଣ ଇତ୍ୟାଦି ପ୍ରସଙ୍ଗ ଅନୁଧ୍ୟାନ କରି ଏକ ବିଶଦ ରିପୋର୍ଟ ପ୍ରଦାନ କରିବା ଏହି କମିଟିକୁ ସଂସଦୀୟ ବ୍ୟାପାର ବିଭାଗ ଶାସନ ସଚିବ ଶ୍ରୀ ଜି. ମାଥ#ଭାଥନନ୍ ଓ ବିଧାନସଭା ସଚିବ ଶ୍ରୀ ଅମୀୟ କୁମାର ଷଡଙ୍ଗୀ ସମସ୍ତ ସହାୟତା ପ୍ରଦାନ କରିବେ ଓ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଗସ୍ତରେ ଯିବୋ ଏକ ମାସ ମଧ୍ୟରେ ବିଧାନ ପରିଷଦ ସଂକ୍ରାନ୍ତୀୟ ରିପୋର୍ଟ କମିଟି ପ୍ରଦାନ କରିବା

Share in top social networks!