ଗଞ୍ଜାମରେ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲଟି ଚକ୍ଷୁ ଚିକିତ୍ସାଳୟ ପାଇଁ ଟାଟା ଷ୍ଟିଲର ସହାୟତା

CX1A2084ଟାଟା ଷ୍ଟିଲ ଗଞ୍ଜାମ ଜିଲ୍ଳାର ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମରଝୋଲା ଗ୍ରାମରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟ ସ୍ଥାପନା ପାଇଁ ଆର୍ଥିକ ସହାୟତା ଯୋଗାଇଦବ । ତାମିଲନାଡୁର ଶଙ୍କର ଚକ୍ଷୁ ଚିକିତ୍ସାଳୟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହିତ ଚିକିତ୍ସାଳୟ ପରିଚାଳନା କରିବ ।

ଆଜି ଏଠାରେ ଟାଟା ଷ୍ଟିଲ ପକ୍ଷରୁ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଅରୁଣ ମିଶ୍ର ଓ ଶଙ୍କର ନେତ୍ର ଚିକିତ୍ସାଳୟ ତରଫରୁ ଏହାର ଟ୍ରଷ୍ଟି ତଥା ସଚିବ ଶ୍ରୀ ଏସ୍ ବିଶ୍ୱନାଥନ୍ ଏନେଇ ଚୁକ୍ତି ସ୍ୱାକ୍ଷର କରିଥିଲେ । ଓଡ଼ିଶାର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅତୁନ ସବ୍ୟସାଚୀ ନାୟକ ଓ ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ତଥା ଗ୍ରାମୀଣ ଜଳ ଯୋଗାଣ ମନ୍ତ୍ରୀ ଡଃ ପ୍ରଦୀପ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି ଅବସରରେ ଟାଟା ଷ୍ଟିଲ କର୍ପୋରେଟ୍ କମୁ୍ୟନିକେସନ୍ ଓ ରେଗୁଲେଟାରି ଆଫେୟାର୍ସ ବିଭାଗର ଗ୍ରୁପ୍ ନିଦେ୍ର୍ଧଶକ ଶ୍ରୀ ଚାଣକ୍ୟ ଚୌଧୁରୀ, ର ମ୍ୟାଟେରିଆଲ ବିଭାଗର ଭାଇସ ପ୍ରେସିଡେଣ୍ଟ ଶ୍ରୀ ରାଜୀବ ସିଙ୍ଘଲ, ଓଏମ୍କୁ୍ୟ ବିଭାଗର ମହା ପ୍ରବନ୍ଧକ ଶ୍ରୀ ଏମ୍ ସି ଥୋମାସ ଓ ସିଏସ୍ଆର ମୁଖ୍ୟ ଶ୍ରୀ ବିରେନ୍ ରମେଶ ଭୁଟ୍ଟା ଉପସ୍ଥିତ ଥିଲେ । ସେହିପରି ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଡବ୍ଲୁ୍ୟ ଜି ସିଡ଼ିଆର ଭି ଶଙ୍କର, ଟ୍ରଷ୍ଟି ଓ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଶ୍ରୀ ଏସ୍ ଶ୍ରୀନିବାସ ଓ ପ୍ରଫେସର ନାରାୟଣ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଚୁକ୍ତି ଅନୁଯାୟୀ ବ୍ରହ୍ମପୁର ସହରରୁ ୧୭କିଲୋମିଟର ଦୂରରେ ଅବସ୍ଥିତ ସମରଝୋଲା ଗ୍ରାମର ୪.୫ ଏକର ଜମିରେ ପ୍ରସ୍ତାବିତ ୧୦୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟ ପାଇଁ ଟାଟା ଷ୍ଟିଲ ୪୨.୩ କୋଟି ଟଙ୍କା ପ୍ରଦାନ କରିବ । କମ୍ପାନୀ ପକ୍ଷରୁ ୩ କୋଟି ଟଙ୍କାର ଅଗ୍ରୀମ ରାଶି ଚେକ୍ ଆକାରରେ ଶଙ୍କର ଚକ୍ଷୁୁ ଚିକିତ୍ସାଳୟକୁ ପ୍ରଦାନ କରାଯାଇଛି । ଗତ ଦୁଇ ଦଶକ ଧରି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଉକôର୍ଷ ହାସଲ କରିଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟରେ ବ୍ୟାପକ ନେତ୍ର ସୁରକ୍ଷା, ତଦନ୍ତ ଏବଂ ବାହ୍ୟ ରୋଗୀଙ୍କ ଉପଚାର, ସ୍ୱଳ୍ପ ଦୃଷ୍ଟି କ୍ଲିନିକ୍, କଣ୍ଟାକ୍ଟ ଲେନ୍ସ କ୍ଲିନିକ୍, ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କ୍ଲିନିକ୍, ଡେ କେୟାର କ୍ଲିନିକ୍, ମାଇକ୍ରୋ ଫେକୋ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଓ ଗ୍ଲୁକୋମା ସେବା ଭଳି ଅନେକ

ଅତ୍ୟାଧୁନିକ ସୁବିଧାମାନ ଉପଲବ୍ଧ ହେବ । ରାଜ୍ୟର ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଟାଟା ଷ୍ଟିଲର ଏହି ପଦକ୍ଷେପକୁ ଏଠାରେ ଉପସ୍ଥିତ ସ୍ୱାସ୍ଥ୍ୟ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଶଂସା କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମିଶ୍ର ଏକ ସୁସ୍ଥ ସମାଜ ଗଠନ ସହିତ ଲୋକମାନଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଟାଟା ଷ୍ଟିଲର ସବୁ ପ୍ରକାର ସହାୟତା ଜାରି ରହିବ ବୋଲି କହିଥିଲେ ।

ଏହାବ୍ୟତୀତ କମ୍ପାନୀ ପକ୍ଷରୁ ଗୋପାଳପୁର ଓ କଳିଙ୍ଗନଗରଠାରେ ଯଥାକ୍ରମେ ୫୦୦ ଏବଂ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସିଆଲଟି ହସ୍ପିଟାଲର ସ୍ଥାପନା କରାଯାଉଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଯୋଡ଼ା ଓ ସୁକିନ୍ଦାରେ ଅବସ୍ଥିତ ନିଜର ହସ୍ପିଟାଲ, ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଓ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ କମ୍ପାନୀ ପ୍ରତିବର୍ଷ ଓଡ଼ିଶାର ୪ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇପାରୁଛି ।

ବିଶ୍ୱସ୍ତରୀୟ ଉପକରଣ ଓ ଉଚ୍ଚକୋଟୀର ସର୍ଜନଙ୍କ ମାଧ୍ୟମରେ ଅନ୍ୟ କୌଣସି କର୍ପୋରେଟ୍ ହସ୍ପିଟାଲ ତୁଳନାରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ କମ୍ ମୂଲ୍ୟରେ ଉନ୍ନତମାନର ସେବା ଯୋଗାଇଦେବ ବୋଲି ଶ୍ରୀ ବିଶ୍ୱନାଥନ୍ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Share in top social networks!