ନୂଆଦିଲ୍ଲୀରେ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ମିଳନୀ: ଅସଂଗଠିତ କ୍ଷେତ୍ରରେ ଶ୍ରମଶକ୍ତିଙ୍କ ଦକ୍ଷତା ଓ ନିୟୋଜନୀୟତା ବୃଦ୍ଧି ଉପରେ ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ଗୁରୁତ୍ୱ

sanjyahrରାଜ୍ୟରେ ବହୁ ସଂଖ୍ୟାରେ ଗୋଷ୍ଠୀ ମହାବିଦ୍ୟାଳୟ ସ୍ଥାପନ, ସମସ୍ତ ସରକାରୀ ଇଂଜିନିୟରିଂ ମହାବିଦ୍ୟାଳୟକୁ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନରେ ଆଥ#ର୍କ ସହାୟତା ପ୍ରଦାନ, ଗ୍ରାମ ପଞ୍ଚାୟତସ୍ତରରେ ଦକ୍ଷତା ଉନ୍ନୟନ କେନ୍ଦ୍ର ସହ ଆଇଟିଆଇ ନଥ#ବା ବ୍ଲକ୍ ବିଶେଷ କରି ମାଓ ପ୍ରବଣ ୧୪ଟି ଜିଲ୍ଲାରେ ଆଇଟିଆଇ ସ୍ଥାପନ ଓ ୩୦ଟି ଜିଲ୍ଲା ନିୟୋଜନ ସଂସ୍ଥାକୁ ଆଦର୍ଶ କ୍ୟାରିଅର୍ ଗାଇଡାନ୍ସ କେନ୍ଦ୍ରରେ
ପରିଣତ କରିବାକୁ ନିୟୋଜନ, ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତିା

ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ବୈଷୟିକ ଶିକ୍ଷାମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଦାସବର୍ମା କହିଲେ ଯେ
ଓଡ଼ିଶାରେ ଉପଲବ୍ଧ ପ୍ରଚୁର ପ୍ରାକୃତିକ ସମ୍ପଦ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗୁଁ ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଚାଲିଛିା ବୃହତ ଶିଳ୍ପ ଓ ବ୍ୟବସାୟ ଗୋଷ୍ଠୀଙ୍କ ସମେତ ଓଡ଼ିଶାରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କାରୁ ଊ–ର୍ ପୁଞ୍ଜିନିବେଶ ହୋଇଛିା ଏହି ପ୍ରକ୍ରିୟାର ଚାହିଦା ପୂରଣ ନିମନ୍ତେ ରାଜ୍ୟ ସରକାର ଯୁବକଯୁବତୀମାନଙ୍କ ଦକ୍ଷତା ବୃଦ୍ଧି ସହ ନିଯୁକ୍ତି କ୍ଷମତା ବୃଦ୍ଧି ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତିା ଚଳିତ
ବର୍ଷଠାରୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନାରେ ରାଜ୍ୟ ନିୟୋଜନ ମିଶନ ମାଧ୍ୟମରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୦ ଲକ୍ଷ ଯୁବକଯୁବତୀମାନଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଦେଇ ଅର୍ଥପୂର୍ଣ ନିୟୋଜନର ବ୍ୟବସ୍ଥା ହୋଇଛିା ଅସଂଗଠିତ କ୍ଷେତ୍ରର କର୍ମଜୀବୀମାନଙ୍କ ଉତ୍ପାଦିକତା ବୃଦ୍ଧି ନିମେନ୍ତ ବିଶେଷ ଧ୍ୟାନ ଦିଆଯାଇଛିା ରାଜ୍ୟ ସରକାରଙ୍କ ଏହି ପ୍ରକ୍ରିୟାର ସଫଳତା ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୋଇଛିା

ଓଡ଼ିଶାରେ ଆଇଆଇଟି, ନାଇଜର, ଆଇଆଇଏମ୍, ସବ୍ ମିଶନରେ ୨୨ଟି ପଲିଟେକନିକ୍ ଓ ସିଇଟି ଓ ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟରେ ବୈଷୟିକ ଶିକ୍ଷାର ଗୁଣାତ୍ମକ ଉନ୍ନୟନ କାର୍ଯ୍ୟକ୍ରମ-୨ ଆଦି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛିା ଏହା ସହିତ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପ୍ରବର୍ତ୍ତିତ ‘ଚଏସ୍ବେସଡ୍ କ୍ରେଡିଟ୍ ସିଷ୍ଟମ୍ଦ ଓ ‘କ୍ରେଡିଟ୍ ଫ୍ରେମଓ୍ୱାର୍କ ଫର ସ୍କିଲଦକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା ପ୍ରକାଶ କରିଛନ୍ତିା ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିଶନ ତାଲିକାରେ ବିଜୁ ପଟ୍ଟନାୟକ ଯାନ୍ତ୍ରିକ
ବିଶ୍ୱବିଦ୍ୟାଳୟ ଓ ବୀର ସୁରେନ୍ଦ୍ରସାଏ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରିୟୁଜିସି ଆକଫ ଅନୁଯାୟୀ ଆଥ#ର୍କ ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ରାଜ୍ୟର ପୂର୍ବ ଦାବିକୁ ଦୋହରାଇଛନ୍ତିା ଏଥ# ସହିତ ରାଜ୍ୟର ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟଗୁଡିକୁ ପ୍ରସ୍ତାବିତ ବୈଷୟିକ ଶିକ୍ଷା ଗୁଣାତ୍ମକ ଉନ୍ନୟନ କାର୍ଯ୍ୟକ୍ରମ- ୩ରେ ସାମିଲ କରିବାକୁ ସେ ଅନୁରୋଧ କରିଛନ୍ତିା

‘ଚଏସ୍ବେସଡ୍ କ୍ରେଡିଟ୍ ସିଷ୍ଟମ୍ଦ କାର୍ଯ୍ୟକାରୀ କରିବାକୁ ସରକାରୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟକୁ ଓ ମହାବିଦ୍ୟାଳୟଗୁଡିକୁ ଆଥ#ର୍କ ସହାୟତା ପ୍ରଦାନ, ଓଡ଼ିଶାରେ ଏଆଇସିଟିଇ, ଏନ୍ବିଏ ଓ ନାକ୍ର ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା, ବୋର୍ଡ ଅଫ୍ ପ୍ରାକଫିକାଲ ଟ୍ରେନିଂର ଆଞ୍ଚଳିକ କାର୍ଯ୍ୟାଳୟ ଓ ଓଡ଼ିଶାରେ ଟେକ୍ନିକାଲ ଟିଚର୍ସ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନ୍ଷ୍ଟିଚୁ୍ୟଟ୍ ପ୍ରତିଷ୍ଠା ପାଇଁ ମନ୍ତ୍ରୀ ଶ୍ରୀ ଦାସବର୍ମା ସମ୍ମିଳନୀରେ ରାଜ୍ୟର ଦାବି ଉପସ୍ଥାପନ କରିଛନ୍ତିା

ରାଜ୍ୟରେ ବୈଷୟିକ ଶିକ୍ଷାର ମାନବୃଦ୍ଧି ଓ ଅସଂଗଠିତ ଶ୍ରମଶକ୍ତିର ବଜାର ଉପଯୋଗୀ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମଗୁଡିକର ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାସବର୍ମା ଏହି ପ୍ରୟାସର ସଫଳ ରୂପାୟନ ପାଇଁ କେନ୍ଦ୍ର ସରକାରଙ୍କ ସକ୍ରିୟ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତିା

ଏହି ସମ୍ମିଳନୀରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମ&ୃତି ଜୁବିନ୍ ଇରାନି, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଉପେନ୍ଦ୍ର କୁଶଓ୍ୱା, ରାଷ୍ଟ୍ରମନ୍ତ୍ରୀ ଡକଫର ରାମଶଙ୍କର କଥେରିଆ, କେନ୍ଦ୍ର ବିଭାଗୀୟ ସଚିବ ଏସ୍.ଏନ୍ ମହାନ୍ତି, ରାଜ୍ୟ ବୈଷୟିକ ଶିକ୍ଷା ସଚିବ ଡ. ଚନ୍ଦ୍ରଶେଖର
କୁମାରଙ୍କ ସମେତ ବିଭିନ୍ନ ରାଜ୍ୟର ବୈଷୟିକ ଶିକ୍ଷା ମନ୍ତ୍ରୀ ଓ ସଚିବମାନେ ଯୋଗ ଦେଇଥ#ଲୋ

Share in top social networks!