ଆମ୍ ଆଦମି ପାର୍ଟି ଓଡିଶା ପକ୍ଷରୁ ଜମି ଅଧିଗ୍ରହଣ ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

aapodishaନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଜମି ଅଧିଗ୍ରହଣ ଅଧ୍ୟାଦେଶ ଆଇନକୁ ଅଗଣତାନ୍ତ୍ରିକ, ସାଧାରଣ ଲୋକ ସ୍ୱାର୍ଥ ବିରୋଧି ତଥା କର୍ପୋରେଟ୍କୁ ସୁହାଇଲା ଭଳି ଆଇନ ଦର୍ଶାଇ ଆମ୍ ଆଦମି ପାର୍ଟି ଓଡିଶା ଶାଖା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯିବା ସହିତ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଯାଇଛି ।
ଏହି ଅବସରରେ ଆମ୍ ଆଦମି ପାର୍ଟି ଓଡିଶା ଶାଖା ପକ୍ଷରୁ ଏହାର ସମ୍ପାଦକ ଭରଦ୍ୱାଜ ମିଶ୍ର କହିଛନ୍ତି “ ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଭାରତୀୟ ଜନତା ପାର୍ଟି ଏହି ଭଳି ଏକ ଆଇନକୁ ପ୍ରଚଳନ କରିବାକୁ ଯାଉଛି । ଏହା ସାଧାରଣ ଜନସାଧାରଣ ମାନଙ୍କ ପାଇଁ ନିଶ୍ଚୟ ଏକ ପଶ୍ଚାତାପର ବିଷୟ ଯାହା ଲୋକ ମାନଙ୍କ ସ୍ୱାର୍ଥକୁ ପଛରେ ପକାଇ କର୍ପୋରେଟ୍ ସଂସ୍ଥା ମାନଙ୍କର ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି । ୨୦୧୩ ମସିହାରେ ଭାରତୀୟ ଜନତା ପାର୍ଟି ବିରୋଧି ଦଳ ଥିବା ବେଳେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲା କିନ୍ତୁ ବର୍ତ୍ତମାନ ସମୟରେ ଏହା ପାଇଁ ସ୍ୱତନ୍ତ୍ର ଅଧ୍ୟାଦେଶର ଆବଶ୍ୟକତା କାହିଁକି ରହିଛି । ୨୦୧୩ ମସିହାରେ ୭ ବର୍ଷର ବିଚାର ବିମର୍ଶ ପରେ ଯାହା ଦୁଇଟି ସଂସଦୀୟ ଷ୍ଟାଣ୍ଡିଂ (୨୦୦୭-୦୯) କମିଟି ଦ୍ୱାରା ନିଷ୍ପତି ହୋଇଥିଲା ଯାହାର ମୁଖ୍ୟ ସୁମିତ୍ରା ମହାଜନ ଏବଂ ଶ୍ରୀ କଲ୍ୟାଣ ସିଂ ଥିଲେ । ଏହି ସମୟରେ ଏଭଳି ନିଷ୍ପତି କାହିଁକି ନିଆଗଲା ତାହା ଏକ ଆଶ୍ଚର୍ଯ୍ୟର ବିଷୟ । ”
ପାର୍ଟି ପକ୍ଷରୁ ଜନଧାଧାରଣ ତଥା ଯେଉଁ ମାନେ ଅଧିକ ମାତ୍ରାରେ ଏହା ଦ୍ୱାରା ପ୍ରଭାବିତ ହେବେ ସେମାନଙ୍କ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରାଯିବ । ସେକସନ ୧୦୫ ରେ ନିଆଯାଇଥିବା ନିଷ୍ପତିକୁ କୃଷକ ବିରୋଧ ତଥା ଜନସାଧାରଣ ବିରୋଧି ନୀତି ଦର୍ଶାଯାଇଛି । ଏହି ଆଇନର ୨୪ ଧାରା ଫଳରେ ଦେଶର ୧୦ କୋଟି ଲୋକ ବିସ୍ଥାପିତ ହେବାର ଆଶଙ୍କା ରହିଛି ଯେଉଁ ମାନଙ୍କର ଅଧିକାର ତଥା ଆବଶ୍ୟକତାକୁ ସରକାର ପ୍ରାଥମିକତା ଦେଇ ନାହାଁନ୍ତି । ଏହି ଭଳି ଆଇନ ଫଳରେ ଖାଦ୍ୟ ନିରାପତ୍ତା ବିପଣ୍ଣ ହେବାର ଆଶଙ୍କା ରହିଛି । ଏହି ଆଇନ ଫଳରେ ଗ୍ରାମସଭା ଦ୍ୱାରା ନିଆଯାଉଥିବା ନିଷ୍ପତିକୁ ବାଦ ଦିଆଯାଇଛି ଏବଂ ଜମିମାଫିଆ ତଥା କର୍ପୋରେଟ୍ ସଂସ୍ଥା ମାନଙ୍କ ଏହା ପାଇଁ କୋହଳ ହୋଇପାରିଛି । ବିଶେଷ କରି ଏହା କୃଷକ ତଥା ନିରିହ ଜନ ସାଧାରଣ ମାନଙ୍କ ପ୍ରତି ଅନ୍ୟାୟ ବୋଲି ପାର୍ଟି ପକ୍ଷରୁ ନିନ୍ଦା କରାଯାଇଛି । ଏହା ସହିତ ଏହି ଆଇନରେ କିଭଳି ଜନ ସାଧାରଣଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇଛି । ଏହି ବିଷୟରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କାରାଯାଇଛି । ଆମ ଆଦମି ପାର୍ଟୀ ପକ୍ଷରୁ ଜନ ସାଧାରଣଙ୍କୁ ସଚେତନ କରାଇବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି ।

Share in top social networks!