ଭୁବନେଶ୍ୱର ସି.ଟି.ଟି.ସି ମାଧ୍ୟମରେ ବିଶ୍ୱସ୍ତରୀୟ ତାଲିମଦାତା ଦକ୍ଷତା ପୁନଃନବୀକରଣ କାର୍ଯ୍ୟକ୍ରମ ଆରମ୍ଭ

patiଓଡ଼ିଶାରେ ବିଶ୍ୱସ୍ତରୀୟ ବୈଷୟିକ ତାଲିମ ଦେବା ଏବଂ ଓଡ଼ିଶାର ବିଭିନ୍ନ ବୈଷୟିକ ଅନୁଷ୍ଠାନର ତାଲିମପ୍ରାପ୍ତ ଯୁବକଯୁବତୀ ମାନଙ୍କର ନିୟୋଜନିୟତା ବୃଦ୍ଧି କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଉଦ୍ୟମରେ ତାଲିମଦାତା ଦକ୍ଷତା ପୁନଃନବୀକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଜି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଟୁଲ ରୁମ୍ ଏବଂ ତାଲିମ କେନ୍ଦ୍ର ( ସି.ଟି.ଟି.ସି ) ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ଏବଂ କର୍ମନିୟୋଜନ ଓ ବୈଷୟିକ ତାଲିମ ବିଭାଗ ସଚିବ ଡ଼ଃ ଚନ୍ଦ୍ରଶେଖର କୁମାର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନକରିଛନ୍ତି ।

କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ତାଲିମ ଦେଉଥ#ବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଦକ୍ଷତା ପୁନଃନବୀକରଣ ନିମନ୍ତେ ତାଲିମ ଦିଆଯିବ । ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରୁ ଉତ୍ତୀଣ୍ଣ ର୍ ହୋଇଥ#ବା ଯୁବକଯୁବତୀ ମାନଙ୍କୁ ଶିଳ୍ପାନୁଷ୍ଠାନ ଚାହିଦା ଅନୁଯାୟୀ ନମୁନା
ତାଲିମ ମଧ୍ୟ ଦିଆଯିବ ଯେପରିକି ସେମାନଙ୍କ ନିୟୋଜନିୟତା ଏବଂ ଉପ#ାଦକତା ବଢ଼ିପାରିବ ।

କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ପତି କହିଥ#ଲେ ଯେ, ବୈଷୟିକ ଶିକ୍ଷା ଅର୍ଥନୈତିକ ପ୍ରଗତିର ଚଳନଶକ୍ତି । ବୈଷୟିକ ଶିକ୍ଷାର ବିଷୟବସ୍ତୁ ଦୃତ ପରିବର୍ତ୍ତନଶୀଳ । ସମୟକ୍ରମେ ନୂତନ ଜ୍ଞାନକୌଶଳ ଏବଂ ବୈଷୟିକ କୌଶଳ ଉଭାବନ ହେଉଛି । ତଦନୁଯାୟୀ ବୈଷୟିକ ତାଲିମର ବିଷୟବସ୍ତୁ ଏବଂ ତାଲିମ ପଦ୍ଧତି ମଧ୍ୟ ନବୀକରଣ ହେବା ଆବଶ୍ୟକ । ସମସ୍ତ
ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠ୍ୟକ୍ରମ ଏବଂ ଭିତ୍ତିଭୂମିର ନବୀକରଣ ସମୟସାପେକ୍ଷ ଓ ବ୍ୟୟସାପେକ୍ଷ ହୋଇଥ#ବାରୁ ଏହି ନମୁନା ଦକ୍ଷତା ନବୀକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ବିଭାଗୀୟ ସଚିବ ଡ଼ଃ କୁମାର ସମ୍ମାନିତ ଅତିଥ#ଭାବେ ଯୋଗଦେଇ କହିଥ#ଲେ ଯେ ଏହି କାର୍ଯ୍ୟକ୍ରମ
ମାଧ୍ୟମରେ ୪ ହଜାରୁ ୫ ହଜାର ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବୈଷୟିକ ତାଲିମପ୍ରାପ୍ତ
ଯୁବକଯୁବତୀ ମାନଙ୍କର ଦକ୍ଷତା ନବୀକରଣ କରାଯିବ । ପର୍ଯ୍ୟାୟକ୍ରମେ ଉଭୟ ସରକାରୀ ଏବଂ
ବେସରକାରୀ ଅନୁଷ୍ଠାନ ଏହାର ସୁଯୋଗ ପାଇବେ । ସି.ଟିଟି.ସି.ର ପରିଚାଳନା ନିର୍ଦ୍ଦେଶକ ଶିବାଶିଷ
ମାଇତି ସୂଚନା ଦେଇଥ#ଲେ ଯେ ସି.ଟି.ଟି.ସି ମାଧ୍ୟମରେ ଓଡିଶାରେ ଆରମ୍ଭ କରାଯାଇଥ#ବା ଏପରି
ବିଶ୍ୱସ୍ତରୀୟ ଦକ୍ଷତା ନବୀକରଣ କାର୍ଯ୍ୟକ୍ରମ ଦେଶରେ ପ୍ରଥମ । ସି.ଏନ୍.ସି. ଟେକ୍ନୋଲୋଜି ବିଷୟବସ୍ତୁ
ସମ୍ବନିତ ଏହି ପାଠ୍ୟକ୍ରମକୁ ମଡୁଲାର୍ କ୍ରେଡିଟ୍ ଆଧାରିତ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ କଟକ, ରାୟଗଡା, ଆମ୍ବାଗୁଡା, ତାଳଚେର, ରାଉରକେଲା, ହୀରାକୁଦ, ଓ
ବାଲେଶ୍ୱରର ୭ଟି ସରକାରୀ ଶିଳ୍ପତାଲିମ କେନ୍ଦ୍ର ଏବଂ ବ୍ରହ୍ମପୁର ଓ ଚୌଦ୍ୱାରର ୨ଟି ପଲିଟେକ୍ନିକ୍
ବିଦ୍ୟାଳୟଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମକୁ ଅନ୍ୟ
ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ସଂପ୍ରସାରଣ କରାଯିବ ।
ଇତି ମଧ୍ୟରେ ଭୂବନେଶ୍ୱରରେ ଏକ ବିଶ୍ୱସ୍ତରୀୟ ତାଲିମଦାତା ପ୍ରତିଷ୍ଠାନ ( ଟ୍ରେନିଂ ଇନ୍ଷ୍ଟିଚୁ୍ୟଟ୍
ଅଫ ଟ୍ରେନରସ୍ ) ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଶୈଳଶ୍ରୀବିହାରଠାରେ ୪ ଏକର ଜମି ଏବଂ
୧୫ କୋଟି ଟଙ୍କାର ଆଥ#ର୍କ ମଞ୍ଜୁରୀ ଯୋଗାଇ ଦେଇଛନ୍ତି । ସି.ଟି.ଟି.ସି. ମାଧ୍ୟମରେ ଆହୁରି ୪ଟି
ତାଲିମ ପ୍ରତିଷ୍ଠାନ ସରକାରୀ ଓ ବେସରକାରୀ ସହଭାଗିତା ଭିତ୍ତିରେ ପ୍ରତିଷ୍ଠା କରିବା ପାଇଁ ସ୍ଥିର
ହୋଇଛି ବୋଲି ଶ୍ରୀ ମାଇତି କହିଛନ୍ତି ।
କାର୍ଯ୍ୟକ୍ରମର ଉଦ୍ଘାଟନୀ ଉସ#ବରେ ବୈଷୟିକ ତାଲିମ ନିର୍ଦ୍ଦେଶକ ଶ୍ରୀ ପି.କେ.ପଣ୍ଡାଙ୍କ ସମେତ
ଅନ୍ୟାନ୍ୟ ବରିଷ୍ଠ ଅଧ#କାରୀ ମାନେ ଯୋଗଦେଇଥ#ଲେ । ସୁଦୂର ମଙ୍ଗୋଲିଆରୁ ବିଶେଷଜ୍ଞ ମାନେ ଏହି
ପ୍ରଶିକ୍ଷଣରେ ଯୋଗଦେଇଛନ୍ତି । ସି.ଟି.ଟି.ସି.ର ବାଣିଜ୍ୟ ଓ ପରାମର୍ଶ ବିଭାଗର ବରିଷ୍ଠ ପରିଚାଳକ
ଶ୍ରୀ ଏସ୍.କେ.କର ଧନ୍ୟବାଦ ଜ୍ଞାପନ କରିଥ#ଲେ ।

Share in top social networks!