ଏନସିପି ଛାଡିଲେ ସଙ୍ଗମା

ଆସନ୍ତା ଜୁଲାଇ 19 ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା ହେବ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ରାଷ୍ଟ୍ରପତି ନିର୍ବାଚନ ଦଉଡରୁ ଓହରିଯିବା ପରେ ସମସ୍ତଙ୍କ ନଜର ଏନସିପିର ପ୍ରତିଷ୍ଠାତା ସଦସ୍ୟ ପୂର୍ବତନ ବାଚସ୍ପତି ପି.ଏ. ସଙ୍ଗମାଙ୍କ ଉପରେ ଥିଲା । ବୁଧବାର ସେ ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଣବଙ୍କ ସହ ସେ ପ୍ରତିଦ୍ଵନ୍ଦିତା କାଲେ ତାଙ୍କ ବିରୋଧରେ ଦଳ ଶୃଙ୍ଖଳାଗତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାକୁ ସଙ୍ଗମାଙ୍କୁ ଧମକ ଦେଇଥିଲା । ତାଙ୍କ ପ୍ରାର୍ଥିତ୍ଵକୁ ଦଳ ବିରୋଧ କରୁଥିବାରୁ ସେ ଇସ୍ତଫା ଦେଇଥିବା ସଙ୍ଗମା ଦର୍ଶାଇଛନ୍ତି ।

Share in top social networks!