ସମଗ୍ର ପୃଥିବୀରେ ଗାନ୍ଧୀବାଦର ପ୍ରାସଙ୍ଗିକତା ରହିଛି: ଶ୍ରୀ ରାମଚନ୍ଦ୍ର ରାହୀ

rajkkkସମଗ୍ର ପୃଥିବୀରେ ବର୍ତ୍ତମାନ ସମୟରେ ଗାନ୍ଧୀବାଦର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି । ବୈଚାରିକ ଓ
ସାମିଜିକ ପରିସରରେ ଅହିଂସା, ସତ୍ୟ ଓ ସହିଷ୍ଣୁତାର ବାତାବରଣ ତିଆରି କରିବା ହେଉଛି ଗାନ୍ଧିଜୀଙ୍କ ପ୍ରତି ଯଥାର୍ଥ
ସମ୍ମାନ ବୋଲି ପ୍ରସିଦ୍ଧ ଗାନ୍ଧୀବାଦୀ ତଥା ଗାନ୍ଧୀ ସ୍ମାରକ ନିଧ#ର ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ରାମଚନ୍ଦ୍ର ରାହୀ ମତବ୍ୟକ୍ତ
କରିଛନ୍ତି ।
ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନରେ ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ୍ ଆନୁକୂଲ୍ୟରେ
ଆୟୋଜିତ ସ୍ମାରକୀ ବକ୍ତୃତାମାଳାରେ ଯୋଗଦେଇ ଶ୍ରୀ ରାହୀ “ଗାନ୍ଧିଜୀଙ୍କ ଭାରତ ପ୍ରତ୍ୟାବର୍ତ୍ତନର ୧୦୦ ବର୍ଷ’
ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋକପାତ କରିଥ#ଲେ । ସେ କହିଥ#ଲେ, ଗାନ୍ଧିଜୀ ଜଣେ ବାରିଷ୍ଟର ଭାବରେ ଦକ୍ଷିଣ
ଆଫ୍ରିକା ଯାଇଥ#ଲେ କିନ୍ତୁ ମହାତ୍ମା ହୋଇ ଭାରତ ପ୍ରତ୍ୟାବର୍ତ୍ତନ କରିଥ#ଲେ । ଭାରତକୁ ଜାଣିବା ପାଇଁ ଓ ସାଧାରଣ
ଭାରତୀୟଙ୍କ ଜୀବନକୁ ଦେଖ#ବା ତାଙ୍କର ଉଦ୍ଦେଶ୍ୟ ଥ#ଲା । ସଂହତି ଓ ସମନ୍ୱୟ ବଳରେ ଲୋକତନ୍ତ୍ରର ଦୃଢତା
ଆସିଥାଏ ବୋଲି ପ୍ରମାଣ କରି ଗାନ୍ଧିଜୀ ସାରା ଜୀବନ ସତ୍ୟ ଓ ଆତ୍ମ ଶକ୍ତିର ପରୀକ୍ଷା କ୍ରମେ ଭାରତକୁ ବିଶ୍ୱଦରବାରରେ
ପ୍ରତିଷ୍ଠିତ କରିଛନ୍ତି । ତଥାକଥ#ତ ବିକାଶ ଏବଂ ବିଜ୍ଞାନ-କାରିଗରିର ଉନ୍ନତି ସାଧାରଣ ଲୋକର କାର୍ଯ୍ୟଦକ୍ଷତା ଓ
ଗୁଣାତ୍ମକତା ଉପରେ ପ୍ରତିକୂଳ ପ୍ରଭାବ ପକାଏ ବୋଲି ଗାନ୍ଧିଜୀ ବିଶ୍ୱାସ କରୁଥ#ଲେ । ସମାଜରେ ବିଲକ୍ଷଣ ଓ
ଅନାଚାରକୁ ପ୍ରତିହତ କରିବାକୁ ଗଣତନ୍ତ୍ରର ସାମର୍ଥ୍ୟ ବୃଦ୍ଧି ଉପରେ ଆଜି ବିଭିନ୍ନ ମହଲ ଜାଗ୍ରତ ହୋଇଛନ୍ତି । ଗାନ୍ଧୀ
ଆଦର୍ଶ ବଳରେ ଆଜି ଭାରତରେ ଜଣେ ଦୁର୍ବଳ ମଧ୍ୟ ସ୍ୱର ଉତ୍ତୋଳନ କରିବାକୁ ସାହସ ସଞ୍ଚୟ କରିପାରିଛି ବୋଲି
ଶ୍ରୀ ରାହୀ ଉଲ୍ଲେଖ କରିଥ#ଲେ ।
ସ୍ୱାଧୀନତା ସଂଗ୍ରାମୀ ଗାନ୍ଧୀବାଦୀ ସମାଜସେବୀ ରାଜକିଶୋର ନାୟକଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଅବସରରେଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ର ସଭାପତି ପୂର୍ବତନ ସାଂସଦ ଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଅଧ୍ୟକ୍ଷତା
କରିଥ#ବା ବେଳେ ବିଶିଷ୍ଟ ସାହିତି୍ୟକ ପଦ୍ମ ବିଭୂଷଣ ଡକଫର ସୀତାକାନ୍ତ ମହାପାତ୍ର ଉଦ୍ଘାଟକ ଭାବରେ ଯୋଗଦେଇ
ସଂଗ୍ରାମୀ ରାଜକିଶୋରଙ୍କୁ ତାଙ୍କର ଶିକ୍ଷାଗୁରୁ ଓ ଦୀକ୍ଷାଗୁରୁ ଭାବରେ ଅଭିହିତ କରିବା ସହିତ ଗାନ୍ଧିଜୀଙ୍କୁ ବିଶ୍ୱର
ଅନ୍ୟତମ ଚର୍ଚ୍ଚିତ ମହାନାୟକ ଭାବରେ ବର୍ଣ୍ଣନା କରିଥ#ଲେ । ସମ୍ମାନିତ ଅତିଥ# ଭାବରେ ଯୋଗଦେଇ ଯୋଜନା
କମିଶନଙ୍କ ପ୍ରାକ୍ତନ ଉପଦେଷ୍ଟା ଶ୍ରୀ ଭଗବାନ ପ୍ରକାଶ କହିଲେ ଯେ, ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ ଗଢିତୋଳିବା ପାଇଁ
ଆଜିର ଯୁବସମାଜ ନିକଟରେ ଅନେକ ଦାୟିତ୍ୱ ରହିଛି ଏବଂ ବିଶ୍ୱାସ, ନୈତିକତା ତଥା ତ୍ୟାଗ ବଳରେ ସେସବୁର
ସଫଳତା ନିର୍ଭର କରେ । ଅଧ୍ୟାପକ ବିଶ୍ୱରଞ୍ଜନ ସମ୍ମାନିତ ଅତିଥ# ଭାବରେ ଯୋଗଦେଇ ଗାନ୍ଧୀ ଏକ ବ୍ୟକ୍ତି ନୁହେଁ,
ବରଂ ଏକ ବିଚାରଧାରା ଓ ଗାନ୍ଧୀବାଦ ଏକ ଆନ୍ଦୋଳନ ବୋଲି ଉଲ୍ଲେଖ କରିଥ#ଲେ । ସେମାନେ ସ୍ୱାଧୀନତା
ସଂଗ୍ରାମୀ ରାଜକିଶୋରଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି କହିଥ#ଲେ ଯେ ସେ ହେଉଛନ୍ତି ମାଟିର ଗାନ୍ଧୀ, ତାଙ୍କ
ନିଃସ୍ୱାର୍ଥପର ଜୀବନର ବିସ୍ମ&ୃତି ନାହିଁ ।
ସଭାରେ ଅତିଥ#ମାନେ ମହାତ୍ମା ଗାନ୍ଧୀ ଓ ସଂଗ୍ରାମୀ ରାଜକିଶୋରଙ୍କ ପ୍ରତିକୃତିରେ ପୁଷ୍ପାର୍ଘ୍ୟ କରିବା ପରେ
କେନ୍ଦ୍ରାପଡାର ଭାବଗ୍ରାହୀ କଳାନିକେତନର ଶିଳ୍ପୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥ#ଲା । ଫାଉଣ୍ଡେସନର
ସମ୍ପାଦକ ଶ୍ରୀ ପର୍ଶୁରାମ ଦ୍ୱିବେଦୀ ସ୍ୱାଗତ ସୂଚନା ଦେଇଥ#ଲେ । ସଭାରେ ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କ ରଚିତ
ପୁସ୍ତକ “ନାରଦ ଭକ୍ତି ଦର୍ଶନ’ ମୁଖ୍ୟଅତିଥ# ଶ୍ରୀ ରାହୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥ#ଲା । ଶ୍ରୀ ଅକ୍ଷୟ ମିଶ୍ର ପୁସ୍ତକ
ସମ୍ପର୍କରେ ବକ୍ତବ୍ୟ ରଖ#ଥ#ଲେ । କାର୍ଯ୍ୟକ୍ରମ ଶେଷରେ ଫାଉଣ୍ଡେସନ୍ର ସଦସ୍ୟ ଶ୍ରୀ ନିଳୟକାନ୍ତ ମହାପାତ୍ର ଧନ୍ୟବାଦ
ଅର୍ପଣ କରିଥ#ଲୋ

Share in top social networks!