ବରେନ୍ଦ୍ରକୃଷ୍ଣ ଧଳ ଉଚ୍ଚ କୋଟିର ସାହିତ୍ୟିକ ଓ ସାମ୍ବାଦିକ – ଜାନକୀ ବଲ୍ଲଭ ପଟ୍ଟନାୟକ

ସାହିତ୍ୟିକ ଓ ସାମ୍ବାଦିକ ବରେନ୍ଦ୍ର କୃଷ୍ଣ ଧଳ ଓଡିଶାର ଏକମାତ୍ର ବ୍ୟକ୍ତି ଯିଏକି କ୍ରୀଡାକୁ ନେଇ ସାହିତ୍ୟ ସୃଷ୍ଟି କରିଛନ୍ତି । ସେ ଜଣେ ମଧ୍ୟ ଉଚ୍ଚକୋଟିର ସ୍ତମ୍ଭକାର । ତାଙ୍କର ସ୍ତମ୍ଭ ପ୍ରାମାଣିକ ତଥ୍ୟ ଓ ପରିସଂଖ୍ୟାନଭିତ୍ତିକ । ସେ ନିର୍ଭିକ ଭାବରେ ସତ୍ୟତାକୁ ପ୍ରକାଶ କରିଥାନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଅନନ୍ୟ ବରେନ୍ଦ୍ର ଆୟୋଜକ କମିଟି ପକ୍ଷରୁ ତାଙ୍କର ୭୫ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ#
ରୂପେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶ୍ରୀ ଧଳଙ୍କ ଲେଖା ଗୁଡିକରେ ଭାଷା ପ୍ରାଞ୍ଜଳ, ମାର୍ଜିତ ଓ ଶକ୍ତିଶାଳୀ
। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଯେଉଁ ଅବଦାନ ରହିଛି ଏକ ସମୟରେ ଓଡିଶାର ଉପାନ୍ତ ଅଞ୍ଚଳରେ
ଓଡିଆ ଭାଷା ଓ ସଂସ୍କୃତି ଶିଥ#ଳ ହୋଇଯାଇଥ#ବା ତାକୁ ଗତିଶୀଳ କରିବାକୁ ଲେଖକ ସାମୁଖ୍ୟ ଗଠନ ହୋଇଥ#ଲା ।
ଏହାର ସୂତ୍ରଧର ସେ ଥ#ଲେ । ଏହା ବ୍ୟତୀତ ରାଜ୍ୟରେ ପାଠକ ସୃଷ୍ଟି କରିବା ପାଇଁ ପୁସ୍ତକ ମେଳା ଆରମ୍ଭ ସେ କରିଥ#ଲେ
। ରାଜ୍ୟରେ ବହୁସ୍ଥାନରେ ଏହି ମେଳା କରାଯାଉଛି । ଲେଖକ ସାମୁଖ୍ୟ ମାଧ୍ୟମରେ ଲେଖକ ମାନଙ୍କୁ ପ୍ରୋତ୍ସାହିତ କରିବା
ମୂଳ ଲକ୍ଷ୍ୟ ଥ#ଲା । ତାଙ୍କର ଲେଖନୀ ଚାଲି ରହୁଥାଉ । ସେ ଶତାୟୁ ହୁଅନ୍ତୁ । ଶୁଣି ପାରୁଥାନ୍ତୁ ଓ ଦେଖ# ପାରୁଥାନ୍ତୁ ।
ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ସାତକୋଡି ହୋତା କହିଲେ ଯେ ଶ୍ରୀ ଧଳ ଅନୁସନ୍ଧାନମୂଳକ ସମ୍ବାଦ ପରିବେଷଣ
କରିଥାନ୍ତି । ଯାହାଦ୍ୱାରା ସେ ଲୋକଙ୍କ ଦ୍ୱାରା ଆଦୃତ ହୋଇ ପାରିଥାନ୍ତି । ସେ ହେଉଛନ୍ତି ଆଗଧାଡିର ବ୍ୟକ୍ତି । ତାଙ୍କର
ସହଯୋଗରେ ହୋଇଥ#ବା ପୁସ୍ତକ ମେଳା ଆନ୍ଦୋଳନର ରୂପ ନେଇଛି । ଯେଉଁ ମାନେ ସମାଜକୁ ଗତିଶୀଳ କରିଥାନ୍ତି
ସେମାନେ ସମାଜରେ ଆଗକୁ ଆସିଥାନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କହିଥ#ଲେ ଯେ ବରେନ୍ଦ୍ର ବାବୁଙ୍କ ଲେଖାରେ ଭାଷାରେ
ଶାଳୀନତା ରହିବା ସହ ଏହା ସତ୍ୟଭିତ୍ତିକ ହୋଇଥାଏ । ଅନ୍ୟ ମାନଙ୍କ ମଧ୍ୟରେ ପଂଚାନନ କାନୁନଗୋ, ପ୍ରଫୁଲ୍ଲ ଘଡେଇ, ନିରଂଜନ ପଟ୍ଟନାୟକ, ଦାଶ ବେନହୁର, ଡ. ବିମଳେନ୍ଦୁ ମହାନ୍ତ.ି ଶ୍ୟମସୁନ୍ଦର ସାହୁ ବରେନ୍ଦ୍ର ବାବୁଙ୍କର ବିଭିନ୍ନ କ୍ଷେତ୍ରରେ ଥ#ବା ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ସଫଳ ବ୍ୟକ୍ତି ବୋଲି ବ ର୍ଣନା କରିଥ#ଲେ । ବରେନ୍ଦ୍ର ବାବୁଙ୍କୁ ଯେଭଳି ସମ୍ମାନ ଦେବା କଥା ତାହା ଦିଆଯାଇ ନାହିଁ ।ମୁଁ ସାମ୍ବାଦିକତା କ୍ଷେତ୍ରେର ୫୩ ବର୍ଷ ରହିଛି । ମୁଁ ଲେଖ#ଥ#ବା ପର୍ଯ୍ୟନ୍ତ ବଂଚିଥିବି ବୋଲି ଶ୍ରୀ ଧଳ ଏହି ଅବସରରେ
କହିଛନ୍ତି । ତାଙ୍କର ଜୀବନ କ୍ରମ ସମ୍ପର୍କରେ ସେ ଆଲୋକପାତ କରିଥ#ିଲେ ।

ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସଭାପତିତ୍ୱ କରିଥ#ବା ବେଳେ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥ#ଲେ ।
ପ୍ରଫୁଲ୍ଲ କର ବରେନ୍ଦ୍ର କୃଷ୍ଣ ଧଳଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଗାଇଥ#ଲେ । ଏହି ଅବସରରେ ସ୍ମରଣିକା ଅନନ୍ୟ ବରେନ୍ଦ୍ର ସ୍ମରଣିକାକୁ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଉନ୍ମୋଚନ କରିଥ#ବା ବେଳେ ବରେନ୍ଦ୍ର କୃଷ୍ଣ ଧଳଙ୍କ ଦ୍ୱାରା ରଚିତ ଆତ୍ମଜୀବନୀ ମୋ ଜୀବନ କାହାଣୀକୁ ସାତକୋଡି ହୋତା ଉନ୍ମୋଚନ କରିଥ#ଲେ । ଓଡିଶାର ବିଶିଷ୍ଟ ସାହିତ୍ୟିକ, ପ୍ରଶାସକ ଓ ସାମ୍ବାଦିକ,ସମାଜସେବୀ ମାନେ ଯୋଗ ଦେଇଥିଲେ ।

Share in top social networks!