ସରକାରଙ୍କ ସଫଳତା ସଠିକ୍ ଭାବେ ଲୋକଙ୍କ ନିକଟରେ ପହଞ୍ଚୁ: ଲୋକ ସମ୍ପର୍କ ମନ୍ତ୍ରୀ

ARUN SAHOOଆମର ପ୍ରିୟ ମୁଖ୍ୟମନ୍ତୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ଵ ରେ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ବହୁବିଧ ଜନହିତର କାର୍ଯ୍ୟ ହାତକୁ ନେଇ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି | ସେଥିପାଇଁ ଓଡିଶା ସର୍ବଭାରତୀୟ ସ୍ତରରେ ରାଜ୍ୟ ମାନଙ୍କ ମଧ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଆଇବିଏନ୍-୭ ପକ୍ଷରୁ ଡାଇମଣ୍ଡ ଷ୍ଟେଟସ୍ ପୁରସ୍କାର ପାଇପାରିଛି | ସରକାରଙ୍କ ଏହି ସଫଳତାକୁ ସଠିକ୍ ଭାବେ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ରେ ସୂଚନା ଅଧିକାରୀ ମାନେ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରିବାକୁ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଅରୁଣ କୁମାର ସାହୁ ଆହ୍ଵାନ ଦେଇଛନ୍ତି |

ସ୍ଥାନୀୟ ଓପିଟିସିଏଲ ସମ୍ମିଳନୀ କକ୍ଷରେ ଆୟୋଜିତ ସୂଚନା ଅଧିକାରୀ ମାନଙ୍କ ସମ୍ମିଳନୀ ରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଲେ ଯେ, ସରକାରଙ୍କ ଭାବମୂର୍ତ୍ତି ନିର୍ମାଣରେ ସୂଚନା ଅଧିକାରୀ ମାନଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ | ବିଭିନ୍ନ ସରକାରୀ ବିଭାଗ ଗୁଡିକର କାର୍ଯ୍ୟକ୍ରମ, ଯୋଜନାକୁ ନିଜ ନଖ ଦର୍ପଣ ରେ ରଖିବା ସଙ୍ଗେ ସଙ୍ଗେ ସେ ଗୁଡିକର ସଫଳ ପ୍ରଚାର ଓ ପ୍ରସାରରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି | ଜନସାଧାରଣ ଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କ୍ରମେ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧୀୟ ସଠିକ୍ ସୂଚନା ଲୋକମାନଙ୍କ ନିକଟରେ ଶୀଘ୍ର ପହଞ୍ଚାଇବା ପାଇଁ ସେମାନେ ଯତ୍ନବାନ ହେବା ଜରୁରୀ |

ପ୍ରତ୍ୟେକ ବିଭାଗ ସମ୍ପୃକ୍ତ ସୂଚନା ଅଧିକାରୀଙ୍କୁ ସୂଚନା ପ୍ରଦାନରେ ଉଦାସୀନ ନ ହୋଇ ଏକ ନୋଡାଲ ଅଧିକାରୀ ଙ୍କ ଜରିଆରେ ସମସ୍ତ ସୂଚନା ତ୍ଵରିତ ଭାବେ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ସାହୁ ସରକାରଙ୍କ ସବୁ ବିଭାଗକୁ ପତ୍ର ଲେଖିବେ ବୋଲି ପ୍ରକାଶ କରିଥିଲେ | ସୂଚନା ଆଧିକାରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ଓ ପ୍ରେରିତ ସମ୍ବାଦ ବିଶେଷତଃ ସରକାରଙ୍କ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସମ୍ବାଦ ଗୁଡିକ ସମସ୍ତ ସମ୍ବାଦପତ୍ର ସୁନିଶ୍ଚିତ ଭାବେ ପ୍ରକାଶ କରି ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ମନ୍ତ୍ରୀ ଶ୍ରୀ ସାହୁ ଆହ୍ଵାନ ଦେଇଥିଲେ | ଏହି ବୈଠକ ରେ ବିଭାଗୀୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଯୋଗ ଦେଇ କହିଲେ ଯେ ପ୍ରତେକ ବିଭାଗର ଅନେକ ଜନହିତକର ନିଷ୍ପତି ଗ୍ରହଣ କରାଯାଉଛି |

ସୂଚନା ଅଧିକାରୀ ମାନେ ଏହି ନିଷ୍ପତି ସମ୍ପର୍କିତ ସମ୍ବାଦ ଗୁଡିକ ଚମତ୍କାର ଭାବେ ପ୍ରସ୍ତୁତ କରି ମୁଦ୍ରିତ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର କରାଇ ପାରିଲେ ସମ୍ପୃକ୍ତ ବିଭାଗର ଭାବମୂର୍ତ୍ତି ଉଜ୍ଵଳ ହେବା ସଙ୍ଗେ ସଙ୍ଗେ ସରକାରଙ୍କ ସାଫଲ୍ୟ ର ସ୍ପଷ୍ଟ ଚିତ୍ର ରାଜ୍ୟବାସୀ ପାଇପାରିବେ ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ | ବିଭାଗୀୟ ନିର୍ଦେଶ ଶ୍ରୀ ଦେବେନ୍ଦ୍ର ଦାସ ଯୋଗ ଦେଇ ଗଣମାଧ୍ୟମ ସମ୍ବନ୍ଧୀୟ ଏକ ସୁବିସ୍ତୃତ ଡାଟାବେସ୍ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯିବା, ସୂଚନା ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ପାଇଁ ହାଇଦ୍ରାବାଦ ର ଜାତୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥାନ ଓ ସିଯୌର ଫର୍ ଗୁଡ୍ ଗଭର୍ଣ୍ଣାନସ ପ୍ରତିଷ୍ଠାନ ପଠାଇବା ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସୂଚନା ଦେଇଥିଲେ |ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ତ୍ଵରିତ୍ ସମ୍ବାଦ ପ୍ରସ୍ତୁତ ଓ ପ୍ରେରଣ ପାଇଁ ବିଭାଗ ପକ୍ଷରୁ ଅଣାଯାଇଥିବା ଲ୍ୟାପ୍-ଟପ୍ ଗୁଡିକୁ ସୂଚନା ଅଧିକାରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କୁ ପ୍ରଦାନ କରିଥିଲେ |

Share in top social networks!