ଅମିତ ଶାହାଙ୍କ ଗସ୍ତ ପାଇଁ ପ୍ରସ୍ତୁତି

bjpବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଜାନୁଆରୀ ୬ ଓ ୭ ତାରିଖ ଗସ୍ତ ପାଇଁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି କାର୍ଯକରତା ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସମାବେଶ ପାଇଁ କ’ଣ କ’ଣ ପ୍ରସ୍ତୁତି କରାଯିବ ସେନେଇ ଆଲୋକପାତ କରିଥିଲେ ।

ସମାବେଶସ୍ଥଳୀରେ ମଧ୍ୟ ନିର୍ବାଚନମଣ୍ଡଳୀର କାର୍ଯକରତା କେଉଁ କେଉଁ ଦାୟିତ୍ୱ ନେବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । କାର୍ଯକରତା ମାନଙ୍କୁ ଦାୟିତ୍ୱ ଆବଣ୍ଟନ ସହ ଶୃଙ୍ଖଳିତ ଓ ଦାୟିତ୍ୱସମ୍ପନ୍ନ ଭାବେ ଯେଭଳି କାର୍ଯ ତୁଲାଇବେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

Share in top social networks!