ବିଜେପିରେ ମିଶିଲେ କଟକ ସଦର ନିର୍ବାଚନମଣ୍ଡଳୀର ଶତାଧିକ ବିରୋଧୀ କର୍ମୀ

dharmendraଭାରତୀୟ ଜନତା ପାର୍ଟିରେ ଆଜି କଟକ ସଦର ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ରାଜ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ର ପେଟ୍ରୋଲିୟମ ଓ ରସାୟନ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କର୍ମୀମାନଙ୍କୁ
ପୁଷ୍ପଗୁଚ୍ଛ ଓ ଉତତରୀୟ ଦେଇ ଦଳରେ ସାମିଲ କରାଇଥିଲେ । ଏହି ଅବସରରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’, ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଓ କୃଷକ ମୋର୍ଚ୍ଚା ସଭାପତି ହୃଷିକେଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଭଜନ ସମ୍ରାଟ ତଥା ସଂଗୀତଜ୍ଞ ବନବିହାରୀ ଜେନା, ଗଗନ ବିହାରୀ ଜେନା, ସାରଦା ଜେନା, ପ୍ରୀତମ ଦାସ ପ୍ରମୁଖ ସେମାନଙ୍କର ଶତାଧିକ ସମର୍ଥକମାନଙ୍କ ସହ ବିଜେପିରେ ସାମିଲ ହୋଇଥିଲେ । ଏହି ନେତାମାନଙ୍କ ମିଶ୍ରଣ ଫଳରେ କଟକ ସଦର ନିର୍ବାଚନମଣ୍ଡଳୀର ବିଜେପି
ଶାଖା ଆହୁରି ମଜବୁତ ହୋଇପାରିବ ବୋଲି ବିଜେପି ରାଜ ସଭାପତି ଶ୍ରୀ ସିଂହଦେଓ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Share in top social networks!