ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ପିଡିଏସ୍ ହିତାଧିକାରୀ ଚୟନ ପାଇଁ ପ୍ରଶିକ୍ଷଣ

ନିର୍ଦ୍ଧାରିତ ସମୟ ମଧ୍ୟରେ ଚୟନ ପ୍ରକ୍ରିୟା ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ପରାମର୍ଶdasverma
ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ବ୍ଲକ୍ରେ ପରୀକ୍ଷାମୂଳକ ଭାବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ପିଡିଏସ୍ ହିତାଧିକାରୀ ଚୟନର ପ୍ରାରମ୍ଭିକ ପ୍ରକ୍ରିୟା ଶେଷ ହେବା ପରେ ଏହା ସାରା ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛିା ଜାନୁଆରୀ ୨୮ ତାରିଖରୁ ବ୍ଲକ୍ର ଗ୍ରାମପଞ୍ଚାୟତ ଓ ସହରାଞ୍ଚଳର ଓ୍ୱାର୍ଡସ୍ତରରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣ ପ୍ରକ୍ରିୟା ଅବ୍ୟବହିତ ପୂର୍ବରୁ ଆଜି ଭୁବନେଶ୍ୱରରେ ସମସ୍ତ ଉପ-ଜିଲ୍ଲାପାଳ, ଯୋଗାଣ ଅଧିକାରୀ ଓ ପ୍ରମୁଖ ଜିଲ୍ଲା ପ୍ରଶିକ୍ଷକଙ୍କ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛିା ରୋଲ ଆଉଟ୍ ପର୍ଯ୍ୟାୟରେ ପ୍ରତି ଜିଲ୍ଲାର ବ୍ଲକ୍ ଓ ସହରାଞ୍ଚଳକୁ ଚାରୋଟି ଭାଗରେ ବିଭକ୍ତ କରି ଯୋଗ୍ୟ ପରିବାରଙ୍କ ଠାରୁ ନୂଆ ରେସନ୍ କାର୍ଡ ପାଇଁ ଆବେଦନପତ୍ର ଗ୍ରହଣ କରାଯିବା ଯେଉଁ ପରିବାର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ବାଦଦେବା ମାନଦଣ୍ଡ ଅନ୍ତର୍ଗତ ହେଉ ନଥିବେ, ସେମାନେ ନୂଆ ରେସନ୍ କାର୍ଡ ପାଇଁ ଆବେଦନ କରିପାରିବୋ ଏହି କାର୍ଯ୍ୟକ୍ରମ ଜାନୁଆରୀ ୨୮ରୁ ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେ ଅଗଷ୍ଟ ୧୫ ସୁଦ୍ଧା ଶେଷ ହେବା ସେପେଫମ୍ବର ଠାରୁ ନୂଆ ରେସନ୍ କାର୍ଡରେ ହିତାଧିକାରୀଙ୍କୁ ସାମଗ୍ରୀ ମିଳିବା
ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଭାଗୀୟ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଉଦ୍ଘାଟନ କରି ନୂଆ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲୋ
ବିଭାଗୀୟ ଶାସନ ସଚିବ ମଧୁସୂଦନ ପାଢୀ ହିତାଧିକାରୀ ଚୟନ ପ୍ର୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟ ସମ୍ବନ୍ଧରେ ଏକ ବିଶେଷ ଉପସ୍ଥାପନ କରିଥିଲୋ ଶ୍ରୀ ପାଢୀ ୩୦ଟି ଜିଲ୍ଲାର ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରିଥିଲୋ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରାଜ୍ୟ ପ୍ରକଳ୍ପ ଅଧିକାରୀ ଶ୍ରୀ ହିମାଂଶୁ ବଳ ହିତାଧିକାରୀ ଚୟନ ପ୍ରକ୍ରିୟାରେ ଜିଲ୍ଲା ଓ ବ୍ଲକ୍ ଅଧିକାରୀଙ୍କ ବିଶେଷ ଭୂମିକା ଉପରେ ଆଲୋଚନା କରିଥିଲୋ
ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିେ”ର୍ଶକ ନିରଞ୍ଜନ ନାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉେ”ଶ୍ୟ ଉପରେ ଆଲୋକପାତ କରିଥିଲୋ ଯୁଗ୍ମ ସଚିବ ଶୁଭକାନ୍ତ ମିଶ୍ର ଓ ଉପଶାସନ ସଚିବ ଏମ୍.କୁ୍ୟ ହକ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲୋ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ଯୋଗାଣ ନିଗମର ଅଧିକାରୀ ଏବଂ ପ୍ରୋଜେକଫ ମନିଟରିଂୟୁନିଟ୍ର ଅଧିକାରୀମାନେ ଅଂଶଗ୍ରହଣ କରିଥିଲୋ

Share in top social networks!