ସାଧାରଣ ପ୍ରଶାସନ ବିଭାଗକୁ ଉତ୍ତମ ପ୍ରଶାସନ (ଗୁଡ଼ ଆଡ୍ମିନିଷ୍ଟ୍ରେସନ୍ )ର ନମୁନା ବିଭାଗ ଭାବେ ଗଢ଼ିତୋଳିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

patiସାଧାରଣ ପ୍ରଶାସନ ( ଜେନେରାଲ୍ ଆଡ଼୍ମିନିଷ୍ଟ୍ରେସନ୍ ) ବିଭାଗକୁ ଉତ୍ତମ ପ୍ରଶାସନ ( ଗୁଡ଼ ଆଡ୍ମିନିଷ୍ଟ୍ରେସନ୍ )ର ଏକ ନମୁନା ବିଭାଗ ଭାବେ ଗଢ଼ିତୋଳିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଜି
ନୂଆବର୍ଷ ଉପଲକ୍ଷେ ବିଭାଗର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏକ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପତି ଏହି ପରାମର୍ଶ ଦେଇଛନ୍ତି । ଜଗନ୍ନାଥ ଚେତନା ଓଡ଼ିଆ ସଂସ୍କୃତିର ପ୍ରାଣପିଣ୍ଡ । ଜଗନ୍ନାଥଙ୍କ ନବକଳେବର ବର୍ଷରେ ତୁରନ୍ତ ନିଷ୍ପତ୍ତି ଏବଂ ସଠିକ ଓ ବୃତ୍ତିଗତ ସେବା ମାଧ୍ୟମରେ ସାଧାରଣ ପ୍ରଶାସନ ବିଭାଗକୁ ନୂତନ ରୂପଦେବା ପାଇଁ ଶ୍ରୀ ପତି କର୍ମଚାରୀ ମାନଙ୍କୁ କହିଛନ୍ତି ।

ସଚିବାଳୟର ବିଭିନ୍ନ ବିଭାଗରେ ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପାୟ ଗୁଡିକ ଅବଲମ୍ବନ କରି ଫାଇଲ୍ ଭାର କମାଇବା, ଭୂବନେଶ୍ୱର ମହାନିଗମ ଅଂଚଳର ସମନ୍ୱିତ ବିକାଶ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଜମି ପରିଚାଳନାକୁ କମ୍ପୁ୍ୟଟରୀକରଣ ମାଧ୍ୟମରେ ଅଧିକ ବୃତ୍ତିଗତ
କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ । ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ସାଂସ୍କୃତିକ ପରିଷଦର ସ୍ଥାୟୀ ସଭାପତି ଶ୍ରୀ ନିତେନ ଚନ୍ଦ୍ର ନିଜର ସଭାପତି ଅଭିଭାଷଣରେ କହିଥିଲେ ଯେ ଆମିନିରୀକ୍ଷଣ ଏବଂ ଆମି ସଂଶୋଧନ ମାଧ୍ୟମରେ କର୍ମଚାରୀ ମାନେ ନିଜ ନିଜ ବୃତ୍ତିଗତ କୌଶଳର ବିକାଶ ସାଧନ କରିପାରିବେ । ଅନ୍ୟ ଉପରେ ଦୋଷଦେବାର ମନବୃତ୍ତି ତ୍ୟାଗ କରି ନିଜ ଉପରେ ନ୍ୟସ୍ତ କରାଯାଇଥିବା ଦାୟୀତ୍ୱକୁ ସଠିକ୍ ଭାବେ ସଂପାଦନ କରିବା ନିମନ୍ତେ ଶ୍ରୀ ନିତେନ୍ ଚନ୍ଦ୍ର କର୍ମଚାରୀ
ମାନଙ୍କୁ ପରାମର୍ଶ ଦେଇଥିଲେ ।

ମାହାଲ ନିେ”ର୍ଶକ ଶ୍ରୀ ରାମନାରାୟଣ ଦାଶ, ଅତିରିକ୍ତ ସଚିବ ସାଧାରଣ ପ୍ରଶାସନ ବିଭାଗ ଶ୍ରୀ ନନ୍ଦକିଶୋର ସେଠୀ ଅର୍ଥ ପରାମର୍ଶ ଦାତା ଶ୍ରୀ ଛୋଟରାୟ ମୁର୍ମୁଙ୍କ ସମେତ ସାଧାରଣ ପ୍ରଶାସନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଏହି ବୈଠକରେ ଯୋଗଦେଇଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଅଶୋକ କୁମାର ମହାନ୍ତି ଚିନ୍ତନ ବୈଠକର ଉେ”ଶ୍ୟ ବିଷୟରେ ଆଲୋକପାତ କରିଥିଲେ । ସଂଘର ସଂପାଦକ ଶ୍ରୀ ବିବେକାନନ୍ଦ ସାମଲ ସଂଘର ନବବର୍ଷ ଅନୁଚିନ୍ତା ଉପସ୍ଥାପନ କରିଥିଲେ ।

Share in top social networks!