ରାଜ୍ୟସ୍ତରୀୟ ବୀରତା ଦିବସ ଉପଲକ୍ଷେ ସ୍ମ&ୃତି ସଭା ଅନୁଷ୍ଠିତ

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ, ଶହୀଦ କୁଞ୍ଜଳ ସିଂହ କ୍ଲବ୍, ଘେଁସ (ବରଗଡ଼) ଓ ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଂଗଠନର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବୀରତା ଦିବସ ଉପଲକ୍ଷେ ସ୍ମ&ୃତି ସଭା ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।

ଶହୀଦ ମାଧୋ ସିଂହଙ୍କର ଫାଶୀ ଦିବସକୁ ରାଜ୍ୟସ୍ତରୀୟ ବୀରତା ଦିବସ ରୂପେ ପାଳନ କରାଯାଉଥିବା ଏହି ସ୍ମ&ୃତି ସଭାର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନସହ ପ୍ରାରମ୍ଭିକ ସଂଗୀତଗାନ କରାଯାଇଥିଲା । ସୂଚନା ଓ ଲୋକସମ୍ପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମ&ୃତି ସଭାରେ ମୁଖ୍ୟ ଅତିଥିଭାବରେ ମାନ୍ୟବର ସାଂସଦ ଡ଼କଫର ପ୍ରଭାସ କୁମାର ସିଂହ ଯୋଗଦାନ କରି ସ୍ୱାଧୀନତା ସଂଗ୍ରାମରେ ଶହୀଦ ମାଧୋ ସିଂହଙ୍କର ଅବଦାନ ସମ୍ପର୍କରେ ବିଶେଷ ଭାବରେ
ଆଲୋକପାତ କରିଥିଲେ ।

ମୁଖ୍ୟବକ୍ତା ଭାବରେ ଶହୀଦ କୁଞ୍ଜଳ ସିଂହ କ୍ଲବ୍ର ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପୂଜାହାରୀ ଯୋଗଦାନ କରି ଶହୀଦ ମାଧୋ ସିଂହଙ୍କର ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭାଗୀୟ ନିେ”ର୍ଶକ ଶ୍ରୀଯୁକ୍ତ ରଞ୍ଜିତ୍ କୁମାର ମହାନ୍ତି ଏହି ସ୍ମ&ୃତି ସଭାରେ ସ୍ୱାଗତ ଭାଷଣ ଦେଇଥିବା ସହ ଶହୀଦ କୁଞ୍ଜଳ ସିଂହ କ୍ଲବ୍, ଘେଁସ (ବରଗଡ଼)ର ସମ୍ପାଦକ ଶ୍ରୀଯୁକ୍ତ ସୁଦାମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଶହୀଦ କୁଞ୍ଜଳ ସିଂ କ୍ଲବ୍ (ଘେଁସ)ର କଳାକାରମାନଙ୍କ ଦ୍ୱାରା ରସରକେଲୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ।

Share in top social networks!