ଭି. ବାଲସୁବ୍ରମଣ୍ୟମ : ନାଲ୍‍କୋର ନୂତନ ନିଦେ୍ର୍ଧଶକ

BALSUBRAMNIUMଶ୍ରୀ ଏସ୍‍.ଏସ୍‍. ମହାପାତ୍ର, ଡିସେମ୍ବର ୩୧, ୨୦୧୪ରେ ଅବସର ଗ୍ରହଣ କରିବା ପରେ ନାଲ୍‍କୋର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ଉପôାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ, ଭାରତ ସରକାରଙ୍କ ନବରତ୍ନ ସରକାରୀ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ)ର ନୂତନ ନିଦେ୍ର୍ଧଶକ (ଉପôାଦନ) ଭାବେ ୧ ଜାନୁୟାରୀ ୨୦୧୫ ରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରୁ ୧୯୮୪ରେ ବି.ଟେକ୍‍ ଡିଗ୍ରୀ ଲାଭ କରିବା ପରେ ଶ୍ରୀ
ବାଲସୁବ୍ରମଣ୍ୟମ, ଡିସେମ୍ବର ୧୯୮୪ରେ ନାଲ୍‍କୋରେ ଗ୍ରାଜୁଏଟ୍‍ ଇଞ୍ଜିନିୟର୍‍ ଟ୍ରେନି ଭାବେ ଯୋଗ
ଦେଇଥିଲେ ।

ବିଗତ ତିନି ଦଶନ୍ଧି ଧରି ନାଲ୍‍କୋ ସହ ଜଡିତ ହୋଇ ରହିଥିବା ଶ୍ରୀ ବାଲସୁବ୍ରମଣ୍ୟମ, ଆଲୁମିନିୟମ୍‍
ବୈଷୟିକୀ କ୍ଷେତ୍ରରେ ବୈଷୟିକ ବିଦ୍ୟା ଗ୍ରହଣ କରି ତାହାକୁ କାର୍ଯ୍ୟ କ୍ଷେତ୍ରରେ ଉପଯୋଗ କରିବାରେ
ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ।
ନାଲ୍‍କୋର ଉଭୟ ଉପôାଦନ କମ୍ପ୍ଲେକ୍ସରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଠାରୁ ଆରମ୍ଭ କରି କାରଖାନା
ପରିଚାଳନା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବିଶାଳ ଅନୁଭୂତି ହାସଲ କରି ଶ୍ରୀ ବାଲସୁବ୍ରମଣ୍ୟମ, ନାଲ୍‍କୋରେ ବିଭିନ୍ନ
ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି ।
ଶ୍ରୀ ବାଲସୁବ୍ରମଣ୍ୟମ, ଇଣ୍ଡିଆନ୍‍ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ମେଟାଲ୍ସ (ଆଇଆଇଏମ୍‍) ର ଆଜୀବନ ସଦସ୍ୟ,
ଫେଡେରେସନ୍‍ ଅଫ୍‍ ଇଣ୍ଡିଆନ୍‍ ମିନେରାଲ୍‍ ଇଣ୍ଡଷ୍ଟ୍ରିଜ୍‍ (ଫିମି)ର ପରିଚାଳନା କମିଟିର ସଦସ୍ୟ ତଥା
କନ୍‍ଫେଡେରେସନ୍‍ ଅଫ୍‍ ଇଣ୍ଡଆନ୍‍ ଇଣ୍ଡଷ୍ଟ୍ରିଜ୍‍ (ସିଆଇଆଇ)ର ଓଡ଼ିଶା ଚାପ୍ଟର୍‍ର ଶକ୍ତି ପ୍ୟାନେଲ୍‍ ସଦସ୍ୟ ଅଛନ୍ତି ।
ନିଦେ୍ର୍ଧଶକ (ଉପôାଦନ) ଭାବେ ଶ୍ରୀ ବାଲସୁବ୍ରମଣ୍ୟମଙ୍କ ଯୋଗଦାନ ପରେ ନାଲ୍‍କୋର ବୋର୍ଡ୍‍ ଅଫ୍‍
ଡାଇରେକ୍ଟର୍ସ ଅଧିକ ବଳିଷ୍ଠ ହୋଇଛି ।

Share in top social networks!