ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଛାତ୍ର ଅନୁପସ୍ଥିତ ସମ୍ପର୍କରେ ନୂତନ ଗାଇଡଲାଇନ ନୂଆ ବର୍ଷରେ ଲାଗୁ: ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

debiprasadmishraଉଚ୍ଚବିଦ୍ୟାଳୟରେ ଛାତ୍ରଛାତ୍ରୀ ଉପସ୍ଥାନ ଉଲ୍ଲେଖନୀୟ ଭାବେ ହ୍ରାସ ପାଉଥିବାରୁ ଏବଂ ଏହାକୁ ରୋକିବା ଓ ଅନୁପସ୍ଥିତିକୁ ତଦ୍ବୀର କରିବାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ଉକ୍ତ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ବିଭାଗୀୟ ବରିଷ:wଅଧିକାରୀ ଏବଂୟୁନିସେଫ୍ ସହ ଆଲୋଚନା କରି ଗାଇଡ୍ଲାଇନ୍କୁ ନୂଆବର୍ଷରୁ ଲାଗୁ ପାଇଁ
ଅନୁମୋଦନ କରିଛନ୍ତିା

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଅଭିମୁଖୀ କରିବା ନିମନ୍ତେ ବିଧି ବ୍ୟବସ୍ଥା ଥିଲା ବେଳେ ଉଚ୍ଚ ବିଦ୍ୟାଳୟରେ ସେଭଳି କୌଣସି ଆନୁସଙ୍ଗିକ ବ୍ୟବସ୍ଥା ହୋଇପାରି ନଥିଲା । ଫଳତଃ ଉଚ୍ଚ ବିଦ୍ୟାଳୟରେ
ଛାତ୍ରଛାତ୍ରୀମାନଙ୍କ କ୍ରମାଗତ ଅନୁପସ୍ଥିତିକୁ ଲକ୍ଷ୍ୟ କରି ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ନିମନ୍ତେ ୟୁନିସେଫ୍ ସହ ସବିଶେଷ ଆଲୋଚନା କରି ଏକ ପରାମର୍ଶଭିତ୍ତିକ ପଦ୍ଧତି ଗଣଶିକ୍ଷା ମନ୍ତ୍ରୀ ରାଜ୍ୟରେ ନୂତନ ଭାବେ ପ୍ରଚଳନ ନିମନ୍ତେ ଅନୁମୋଦନ କରିଛନ୍ତି ।

ଏହା ଫଳରେ ଯଦି କୌଣସି ଛାତ୍ରଛାତ୍ରୀ ୭ ଦିନରୁ ଅଧିକ ଦିନ ଶ୍ରେଣୀରେ ଅନୁପସ୍ଥିତ ରୁହନ୍ତି ଶ୍ରେଣୀ ଶିକ୍ଷକ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ପିତାମାତାଙ୍କ ଦୃଷ୍ଟିକୁ ଏ ବିଷୟ ଆଣି ଶ୍ରେଣୀରେ ନିୟମିତ ଉପସ୍ଥାନ ଦିଗରେ ଉପଦେଶ ଦେବେ । ଯଦି ଏହାପରେ ୧୦ ଦିନ ଧରି ଶ୍ରେଣୀରେ ଛାତ୍ରଛାତ୍ରୀ ଅନୁପସ୍ଥିତ ରୁହନ୍ତି ତେବେ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସେହି ଛାତ୍ରଛାତ୍ରୀମାନଙ୍କ ଘରକୁ ଯାଇ ପିତାମାତା ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନେ ଶ୍ରେଣୀରେ ଉପସ୍ଥାନ ଦିଗରେ ଉପଦେଶ ଦେବେ ।

ଯଦି କ୍ରମାଗତ ଭାବେ ୧୫ ଦିନ ଛାତ୍ରଛାତ୍ରୀ ଅନୁପସ୍ଥିତ ରୁହନ୍ତି ତେବେ ଉଚ୍ଚ ବିଦ୍ୟାଳୟ ପରିଚାଳନା ସମିତି କିମ୍ବା ସେହି ଅଞ୍ଚଳର ପଞ୍ଚାୟତର ପ୍ରତିନିଧିମାନେ ଛାତ୍ରଛାତ୍ରୀମାନଙ୍କ ଘରକୁ ଯାଇ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରି ବିଦ୍ୟାଳୟରେ ଉପସ୍ଥାନ ନିମନ୍ତେ ଚେଷ୍ଟା କରିବେ ।
ଯଦି ଏସବୁ ପରେ ୩ ଦିନ ମଧ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ନହୁଏ ତେବେ ବ୍ଲକ୍, ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଶିକ୍ଷା ଅଧକାରୀ ଛାତ୍ରଛାତ୍ରୀଙ୍କ ରହଣିସ୍ଥଳକୁ ଯାଇ ପିତାମାତାଙ୍କ ସହ ଉପରୋକ୍ତ ବ୍ୟବସ୍ଥା ମତେ ଚେଷ୍ଟା କରିବେ । ଯଦି ଛାତ୍ରଛାତ୍ରୀ କ୍ରମାଗତ ଭାବେ ୩୦ ଦିନ ଶ୍ରେଣୀରେ ଅନୁପସ୍ଥିତ ରୁହନ୍ତି ତେବେ ସେମାନଙ୍କ ଉପସ୍ଥାନ ଖାତାରେ ଏବଂ ନାମଲେଖା ନଥିରେ ଡ୍ରପଆଉଟ୍ ବୋଲି ଚିହ୍ନଟ କରାଯିବ । ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିଚାଳନା ସମିତି ସର୍ବାନ୍ତକରଣରେ ଚେଷ୍ଟା କରିବେ ଯେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅନୁପସ୍ଥିତ ନରୁହନ୍ତୁ । ଏଥିନିମନ୍ତେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ମିଶନ ପକ୍ଷରୁ ୫ହଜାର ଟଙ୍କାର ପା=ି ବ୍ୟବସ୍ଥା କରାଯାଇଛି । ପ୍ରତି ମାସରେ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁ୍ୟନ ପକ୍ଷେ ଏ ସମ୍ପର୍କରେ ସମୀକ୍ଷା କରିବେ ।

ଯଦି କୌଣସି ଛାତ୍ରଛାତ୍ରୀ କ୍ରମାଗତ ୩୦ ଦିନ ଅନୁପସ୍ଥିତ ରହିବା ପରେ ଯୋଗଦାନ କରେ ତେବେ ତା’ର ପୁନଃ ନାମଲେଖା ହେବା ସହ ବିଗତ ଦିନର ପଢ଼ା ହୋଇ ଯାଇଥିବା ବିଷୟ ନିମନ୍ତେ ସ୍କୁଲ କର୍ତ୍ତୃପକ୍ଷ ଅତିରିକ୍ତ ବ୍ୟବସ୍ଥା କରିବେ ଏବଂ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ନିକଟରୁ ଏକ ଅଙ୍ଗୀକାର ପତ୍ର ଲେଖାଇ ରଖିବେ ଯେ ତାଙ୍କ ପିଲା ଭବିଷ୍ୟତରେ ୩ ଦିନରୁ ଅଧିକ ଅନୁପସ୍ଥିତ ରହିବେ ନାହିଁ । ଯଦିବା ରୁହନ୍ତି ଏଥିନିମନ୍ତେ ପୂର୍ବରୁ ଶ୍ରେଣୀ ଶିକ୍ଷକ ଏବଂ ପ୍ରଧାନଶିକ୍ଷକଙ୍କଠାରୁ ଅନୁମତି ନେଇଥିବା ଆବଶ୍ୟକ ।

ଶୈକ୍ଷିକ ବାତାବରଣ ପାଇଁ ପିଲାଙ୍କୁ ଉପଯୁକ୍ତ ଉପଦେଶ ଦେବା ନିମନ୍ତେ ଶିକ୍ଷା ଅନୁଷ୍ଠାନଗୁଡ଼ିକ ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ନିମ୍ନମତେ ଏକ ୪ କିମ୍ବା ୫ ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ କରିବେ । ସେଥିରେ ଯୋଗ୍ୟ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ, ସଭାପତି ବିଦ୍ୟାଳୟ ପରିଚାଳନା ସମିତି କିମ୍ବା ତାଙ୍କ ପ୍ରତିନିଧି, ସମ୍ପୃକ୍ତ ଶ୍ରେଣୀ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ସହ ପରାମର୍ଶ କରି ସ୍ୱଧ୍ୟାର/ ସର୍ଟ ଷ୍ଟେ ହୋମ୍/ ଉଜ୍ଜ୍ୱଳା ଅନୁଷ୍ଠାନର ପ୍ରତିନିଧି ସଭ୍ୟ ରହିବେ ।

ଏହା ପରିବର୍ତ୍ତେ ଉଚ୍ଚ ବିଦ୍ୟାଳୟ ଯଦି ଚାହିଁବେ ତେବେ ବିଦ୍ୟାଳୟ ପରିଚାଳନା ବିକାଶ ସମିତି ଉପଦେଷ୍ଟା ମଣ୍ଡଳୀ ଭାବେ କାର୍ଯ୍ୟ କରି ପାରିବେ ଏବଂ ଜଣେ ସ୍ୱଧ୍ୟାର ହୋମ୍/ ସର୍ଟ ଷ୍ଟେ ହୋମ୍/ ଉଜ୍ଜ୍ୱଳା ଅନୁଷ୍ଠାନରୁ ଜଣେ ପେଶାଗତ ଉପଦେଷ୍ଟାଙ୍କୁ ଏହି ବୈଠକକୁ ଆବଶ୍ୟକ ମତେ ନିମନ୍ତ୍ରଣ କରିପାରନ୍ତି ।

ଯେଉଁ ଛାତ୍ରଛାତ୍ରୀମାନେ କ୍ରମାଗତ ଭାବେ ୧୫ ଦିନରୁ ଅଧିକ ଦିନ ଶ୍ରେଣୀରେ ଅନୁପସ୍ଥିତ ରହିବେ ସେମାନଙ୍କ ସମ୍ପର୍କରେ ଶ୍ରେଣୀ ଶିକ୍ଷକ ଉପଦେଷ୍ଟା କମିଟିରେ ପ୍ରତି ୧୫ ଦିନରେ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନେବେ । ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ମିଶନୟୁନିସେଫ୍ ସହାୟତାରେ
ଏହି ଉପଦେଷ୍ଟା ମଣ୍ଡଳୀ କମିଟି ସଭ୍ୟ ଏବଂ ଶିକ୍ଷକମାନଙ୍କ ଦକ୍ଷତା ନିର୍ମାଣ ସମ୍ପର୍କରେ ଯୋଜନା କରିବ ।

ଜିଲ୍ଲା ଶିକ୍ଷା ଅଧିକାରୀ ସେମାନଙ୍କ ମାସିକ ସମୀକ୍ଷା ବୈଠକରେ ଏ ବିଷୟ ତର୍ଜମା କରିବେ ଏବଂ ନିେ”ର୍ଶକ ସେକେଣ୍ଡାରୀ ଏଜୁକେସନଙ୍କୁ ଜଣାଇବେ । ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ମିଶନ ନିେ”ର୍ଶକ ଏହାର ସମୀକ୍ଷା ନିମନ୍ତେ ଏକ ଫର୍ମାଟ ପ୍ରସ୍ତୁତ କରି ସବୁ ଜିଲ୍ଲାକୁ ପଠାଇବେ ।

Share in top social networks!