ଗ୍ରାମୀଣ ଚକ୍ଷୁ ଚିକିତ୍ସା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୨ କୋଟି ଟଙ୍କା ସହାୟତା ଘୋଷଣା ଙ୍କ ୨ କୋଟି ଟଙ୍କା ସହାୟତା ଘୋଷଣା

dharmendralvରାଜ୍ୟର ଗ୍ରାମାଞ୍ଚଳରେ ଚକ୍ଷୁ ଚିକିତ୍ସାକୁ ସୁଗମ କରିବା ପାଇଁ ଭାରତୀୟ ତୈଳ ନିଗମ ଏବଂ ପ୍ରତିଷ୍ଠିତ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ଏଲଭି ପ୍ରସାଦ ଆଇ ହସପିଟାଲ ମିଳିତ ଭାବରେ କାର୍ଯ କରିବେ । ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥି ନିମନ୍ତେ ଇଣ୍ଡିଆନ ଅଏଲ ୨ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ଘୋଷଣା କରିଛନ୍ତି ।

ଶ୍ରୀ ପ୍ରଧାନ ୨ କୋଟି ଟଙ୍କାର ମଂଜୁରୀ ପତ୍ର ଏଲଭି ପ୍ରସାଦ ଅନୁଷ୍ଠାନର ଉପାଧ୍ୟକ୍ଷ ଡାକ୍ତର ତାରାପ୍ରଦାନ ଦାସଙ୍କୁ ଏକ ସ୍ୱତନ୍ତ୍ର କାର୍ଯକ୍ରମରେ ପ୍ରଦାନ କରିଥିଲେ ।
ଏହି ଚିକିତ୍ସା ଅନୁଷ୍ଠାନର ଭୁବନେଶ୍ୱର ଡାକ୍ତରଖାନା ଠାରେ ଇଣ୍ଡିଆନ ଅଏଲ – ଏଲଭିପି ସେଣ୍ଟର ଫର ରୁରାଲ ଆଇ ହେଲଥ ନାମରେ ଏକ କେନ୍ଦ୍ର ପ୍ରତିଷ୍ଠା ହେବ ।

ରାଜ୍ୟର ଗ୍ରାମାଂଚଳରେ ଚକ୍ଷୁ ରୋଗ ତଥା ଚକ୍ଷୁ ନଷ୍ଟ ହୋଇ ଲୋକ ଅନ୍ଧ ହେଉଥିବା ସମସ୍ୟାର ସମାଧାନ ପାଇଁ ଏହି କେନ୍ଦ୍ର ତରଫରୁ ବିଶେଷ ପଦକ୍ଷେପ ନିଆଯିବ । ଏହା ସହ ଗ୍ରାମାଂଚଳର ପ୍ରାଥମିକ ଚକ୍ଷୁରୋଗର ଆଶୁ ସମାଧାନ ପାଇଁ ଏଲଭି ପ୍ରସାଦ ଡାକ୍ତରଖାନା ପଦକ୍ଷେପ ନେବ ବୋଲି ଇଣ୍ଡିଆନ
ଅଏଲ ତରଫରୁ ମଂଜୁରୀ ପତ୍ରରେ ଏହି ଚିକିତ୍ସା କେନ୍ଦ୍ର ଠାରୁ ଆଶା ପ୍ରକାଶ କରିଛି । ରାଜ୍ୟରେ ଚକ୍ଷୁ ରୋଗ ଏକ ଗୁରୁତର ସମସ୍ୟା ହେଉଥିବାରୁ କେନ୍ଦ୍ର ରାଷ୍ଟ୍ରାୟତ ଉଦ୍ୟୋଗ ଇଣ୍ଡିଆନ ଅଏଲ ନିଜର ସମାଜ ମଙ୍ଗଳ କାର୍ଯର ଅଂଶ ଭାବେ ଏହି ପଦକ୍ଷେପ ନେଇଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Share in top social networks!