ସାନ୍ତାଳୀ ଭାଷାକୁ ରାଜ୍ୟରେ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରିବା ସହ ଓଡ଼ିଶା ସାନ୍ତାଳୀ ଏକାଡେମୀ ପ୍ରତିଷ୍ଠା କରିବାକୁ ଦାବି

tn_29-12-2014=9ଆଜି ପୂର୍ବାହ୍ନରେ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସଂଘ, ଆଦିବାସୀ ସାମାଜିକ ଶୈକ୍ଷିକ ଓ ସାଂସ୍କୃତିକ ସଂଘ, ବାରିପଦାର ସାନ୍ତାଳୀ ଏକାଡେମୀର
କର୍ମକର୍ତ୍ତା, କେନ୍ଦ୍ର ସାହିତ୍ୟ ଏକାଡେମୀର ସାନ୍ତାଳୀ ଭାଷାର ଆବାହକ ପ୍ରମୁଖଙ୍କ ସହ ସାନ୍ତାଳ ସମ୍ପ୍ରଦାୟର ବହୁ ବୁଦ୍ଧିଜୀବୀ ରାଜ୍ୟ କ୍ରୀଡ଼ା, ଯୁବସେବା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିଙ୍କୁ ସାକ୍ଷାତ କରି ସାନ୍ତାଳୀ ଭାଷାକୁ ଓଡ଼ିଶାରେ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରିବା ନିମନ୍ତେ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି ।

ସେହିପରି ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ନିମନ୍ତେ ରାଜ୍ୟରେ ସାନ୍ତାଳୀ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି । ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ସାନ୍ତାଳୀ ସମ୍ପ୍ରଦାୟର ପ୍ରତିନିଧି ବୃନ୍ଦ କହିଛନ୍ତି ଯେ ସାନ୍ତାଳୀ ଭାଷା ଭାରତୀୟ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ୨୦୦୩ ମସିହାରୁ ଅନ୍ତର୍ଭୁକ୍ତ ହୋଇସାରିଛି । ସାନ୍ତାଳୀମାନଙ୍କର ନିଜସ୍ୱ ଲିପି “ଅଲଚିକି’ ସମସ୍ତଙ୍କ ଦ୍ୱାରା ଆଦୃତ ହୋଇଛି ଏବଂ ସାନ୍ତାଳୀ ଭାଷାକୁ
ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ମଧ୍ୟ ମିଳିଛି ।

ସର୍ବଭାରତୀୟ ଲୋକସେବା ପରୀକ୍ଷାରେ ୨୦୦୫ରୁ ସାନ୍ତାଳୀ ଭାଷା ଓ ସାହିତ୍ୟକୁ ଇଚ୍ଛାଧୀନ ବିଷୟ ରୂପେ ଅନ୍ତର୍ଭୁକ୍ତ କରାଯାଇଛି । କେନ୍ଦ୍ର ସାହିତ୍ୟଏକାଡେମୀ
ସାନ୍ତାଳୀ ଭାଷାର ସାହିତି୍ୟକମାନଙ୍କୁ ସ୍ୱୀକୃତି ପ୍ରଦାନ କରି ଏହି ଭାଷାକୁ ସମୃଦ୍ଧ କରିବାରେ ସେମାନଙ୍କ ବିଶେଷ ଅବଦାନ ପାଇଁ ପୁରସ୍କୃତ କରିଛି । ଏହି
ପରିପ୍ରେକ୍ଷୀରେ ୭ ଲକ୍ଷରୁ ଉ–ର୍ ସାନ୍ତାଳୀ ଭାଷା କହୁଥିବା ଲୋକ ବସବାସ କରୁଥିବା ଓଡ଼ିଶା ରାଜ୍ୟରେ ସାନ୍ତାଳୀ ଭାଷାକୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରିବା ସହ ସେମାନଙ୍କ ଭାଷା ଓ ସାହିତ୍ୟର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ସାନ୍ତାଳୀ ଏକାଡେମୀ ପ୍ରତିଷ୍ଠା କରିବା ଏକାନ୍ତ ଆବଶ୍ୟକ ବୋଲି ମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ପ୍ରତିନିଧିମାନେ ଦାବି କରିଛନ୍ତି । ମାନ୍ୟବର ମନ୍ତ୍ରୀ ଧୈର୍ଯ୍ୟର ସହ ଏ ସମ୍ପର୍କରେ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ପରେ ଏକ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସମସ୍ତ ଦାବି ସମ୍ପର୍କରେ ଅବଗତ କରାଇଛନ୍ତି ।

ମନ୍ତ୍ରୀ ଶ୍ରୀ ମାର୍ଣ୍ଡିଙ୍କ ସହ ବିଧାୟକ ଶ୍ରୀ ଭାଦବ ହାଁସ୍ଦା, ବିଧାୟକ ସାଇବା ସୁଶୀଲ କୁମାର ହାଁସ୍ଦା, ବିଧାୟକ ମଙ୍ଗଲ ସିଂ ମୋଦି ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତି୍ୟକ ଶ୍ରୀ ଯଦୁମଣି ବେସ୍ରା, ଗଙ୍ଗାଧର ହାଁସ୍ଦା, ଡକଫର ଦମୟନ୍ତୀ ବେସ୍ରା, ହୋ ସମାଜର ସଭାପତି ନାରାୟଣ ହେମ୍ବ୍ରମ୍, ଆଦିବାସୀ ସାମାଜିକ ଶୈକ୍ଷିକ ଓ ସାଂସ୍କୃତିକ ସଂଘର ଉପଦେଷ୍ଟା ଶ୍ରୀ ଉଦୟନାଥ ମାଝୀ, ବିଶିଷ୍ଟ ବୁଦ୍ଧିଜୀବୀ ଶ୍ରୀ ସୁରାଇ ହେମ୍ବ୍ରମ୍, ଅର୍ଜ୍ଜୁନ ମାର୍ଣ୍ଡି, ଲକ୍ଷ୍ମୀଧର ମାର୍ଣ୍ଡି, ସାନ୍ତାଳୀ ସିଲାବସ କମିଟିର ଅଧ୍ୟକ୍ଷ ଶ୍ରୀ ସୁନ୍ଦରମୋହନ ସୋରେନ୍, ସାନ୍ତାଳ ମହାସଭାର ସମ୍ପାଦକ ଶ୍ରୀ ତହସିଲ୍ଦାର ହାଁସ୍ଦା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦାବିର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ ।

Share in top social networks!