ଜୁନିୟର ରେଡ଼କ୍ରସ ଜିଲ୍ଲା ସେକ୍ରେଟାରୀ ମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ

ଭାରତୀୟ ରେଡ଼କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ସୈାଜନ୍ୟରେ ଜୁନିୟର ରେଡ଼କ୍ରସ ଜିଲ୍ଲା ସେକ୍ରେଟାରୀ ମାନଙ୍କର ଜିଲ୍ଲାସ୍ତରୀୟ ଦୁଇଦିନିଆ କାର୍ଯ୍ୟକ୍ରମକୁ ରେଡ଼କ୍ରସ ଭବନରେ ପା୍ରକ୍ତନ ମୁଖ୍ୟଶାସନ ସଚିବ ଶ୍ରୀ ସୁଧାଂଶୁ ଭୂଷଣ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରି ରେଡ଼କ୍ରସ କାର୍ଯ୍ୟର ପବିତ୍ର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଭାରତୀୟ ରେଡ଼କ୍ରସ ସୋସାଇଟିର ଅବୈତନିକ ସଚିବ ଡ଼ଃ. ଚକ୍ରଧର ପଣ୍ଡା ଏହି କର୍ମଶାଳାରେ ତାଲିମ୍ର ଆବଶ୍ୟକତା ଓ ଅଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

REDCROSSମାଧ୍ୟମିକ ଶିକ୍ଷା ନିଦେ୍ଧଶାଳୟର ଉପ ନିଦେ୍ର୍ଧଶିକା ଶ୍ରୀମତୀ ସ୍ନେହମୟୀ ସେନାପତି ଓ ସହକାରୀ ନିଦେ୍ର୍ଧଶକ ଶ୍ରୀ ପ୍ରଭାକର ମଙ୍ଗରାଜ ଏହି କର୍ମଶାଳାରେ ଯୋଗଦେଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାମାନ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧାଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବୃନ୍ଦାବନ ଶତପଥି ସମନ୍ୱୟ ଓ ସହଯୋଗ ମାଧ୍ୟମରେ ସମର୍ପିତ ଭାବ ନେଇ କାର୍ଯ୍ୟକ୍ରମକୁ ଆଗେଇନେବାକୁ ପରାମର୍ଶ ଦେଇଥିଲେ ।

ପ୍ରଶିକ୍ଷକ ଶ୍ରୀ ରମାକାନ୍ତ ମହାପାତ୍ର ଓ ଗୁରୁଚରଣ ବେହେରା ଜୁନିୟର ରେଡ଼କ୍ରସ କାର୍ଯ୍ୟକ୍ରମକୁ କି୍ରୟାଭିମୁଖୀ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କର୍ମଶାଳାରେ ସମସ୍ତ ଜିଲ୍ଲା ସଂପାଦକମାନେ ଯୋଗ ଦେଇ ସେମାନଙ୍କର ମତାମତ ରଖିଥିଲେ । ସର୍ବଶେଷରେ ଅନୁଷ୍ଠାନର ଅବୈତନିକ ଯୁଗ୍ମ ସଂପାଦକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପେକ୍ଷୀରେ ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଲିଖିତ ”ରେଡ଼କ୍ରସ ଓ ଜୁନିୟର ରେଡ଼କ୍ରସ” ପୁସ୍ତକର ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅନୁ ସଚିବ ଶ୍ରୀମତୀ ଅପ୍ରମିତା ମିଶ୍ର ଓ ବରିଷ୍ଠ ସହାୟକ ଶ୍ରୀନିହାର ରଂଜନ ମିଶ୍ର ପରିଚାଳନା କରିଥିଲେ ।

Share in top social networks!