ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ଅନୁଷ୍ଠାନ, କଟକରେ ସିନେମା ଦିବସ ପାଳନ

ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ଅନୁଷ୍ଠାନ, କଟକ ପ୍ରଥମଥର ପାଇଁ ସାରା ବିଶ୍ୱକୁ ସିନେମା ଦିବସ ପାଳନ କରିବା ପାଇଁ ସନେ୍ଦଶ ପ୍ରଦାନ କରିଛି । ଗତ ଦୁଇଦିନ ଧରି ଏହି ଶିକ୍ଷାନୁଷ୍ଠାନରେ ସିନେମା ଦିବସ ପାଳନ ହେଉଥିଲା । ଚଳିତ ମାସ ୨୮ ତାରିଖ ଦିନ
ଏହି ଉତ୍ସବକୁ ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଧଶାଳୟର ନିଦେ୍ର୍ଧଶକ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସାରା ଓଡିଶାର ଏହି ଅନନ୍ୟ ପ୍ରତିଷ୍ଠାନ ଯେ ଶତପ୍ରତିଶତ କର୍ମନିଯୁକ୍ତି ଯୋଗାଏ ଏହି କଥାକୁ ଅତିଥିମାନେ ସ୍ୱୀକାର କରିବା ସହ
ଭବିଷ୍ୟତରେ ଭଲ ସିନେମା ନିର୍ମାଣ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।

ଉଦ୍ଘାଟନ ଦିବସcinemaday ମାୟା ମିରୀଗ, ନୀଳ ମାଷ୍ଟ୍ରାଣୀ ଓ କଥାନ୍ତର ପ୍ରଦର୍ଶିତ ହୋଇଥିବା ବେଳେ, ଶେଷ ଦିନରେ ପୂଜାପାଇଁ ଫୁଲଟିଏ, ଅ ଆକାରେ ଆ ଓ ଅନ୍ୟାନ୍ୟ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଉଦ୍ୟାପନ ଦିବସରେ ଶ୍ରୀ ସୁବାସ ଦାସ, ଶ୍ରୀ ଗଦାଧର
ପୁଟି, ଶ୍ରୀ କପିଳାସ ଭୂୟାଁ, ଶ୍ରୀମତୀ ଲିପିକା ସିଂ ଦରାଇ, ଶ୍ରୀ ଗୀତିମୁଗ୍ଧ ସାହାଣୀ ଓ ଶ୍ରୀ ଦେବ ରଂଜନ ସାମଲଙ୍କ ଭଳି ନିଦେ୍ର୍ଧଶକ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଉଦ୍ୟାପନ ଉତ୍ସବରେ
ଶ୍ରୀ ଦିଲ୍ଲୀପ କୁମାର ପଣ୍ଡା, ଶ୍ରୀ ଶୁଭ୍ର ରଂଜନ ରାୟ ଓ ଶ୍ରୀ ରାକେଶ କୁମାର ଦାସ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଅବସାଦଗ୍ରସ୍ଥ ମନ ଓ ଭାରାକ୍ରାନ୍ତ ଶରୀରରେ ଉତ୍ସାହ ଭରିଦେଉଥିବା ଅନ୍ଧାରଘରର ଛବି ହେଉଛି ସିନେମା । ଆଜିର ସମାଜରେ ସିନେମା ହେଉଛି ଏକ ମାତ୍ର ମାଧ୍ୟମ, ଯାହାକୁ ଦେଖିଲେ କିଛି ସମୟପାଇଁ ଆମେ ଆମ ଅସ୍ଥିତ୍ୱକୁ ହରାଇ, ନିଜକୁ ପରଦା ଉପରର ଚରିତ୍ର
ହିସାବରେ ଆବିଷ୍କାର କରିଥାଉ । ଭୁଲିଯାଉ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତକୁ । ତେଣୁ ଏଭଳି ମାଧ୍ୟମ ଯେଉଁଦିନ ଆରମ୍ଭ ହୋଇଥିଲା ସେହି ଦିନକୁ ସ୍ମରଣ କରିବା ପାଇଁ ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ଅନୁଷ୍ଠାନ ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ପାଳନ
କରୁଛି ସିନେମା ଦିବସ ।

ସିନେମା କାରିଗର ପ୍ରସ୍ତୁତିରେ ସାରା ଭାରତରେ ନାଁ କରିଥିବା ଏହି ଅନୁଷ୍ଠାନ, ସିନେମା ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ପ୍ରତି ବର୍ଷ ପାଳନ କରିଥାଏ ସିନେମା ଦିବସ । ମାତ୍ର ଏହି ବର୍ଷ ଏହାକୁ ଏକ ନିଆରା ରଙ୍ଗ ଦିଆଯାଇଛି । ଓଡିଆ ସିନେମାର ମାର୍ଗ ଦର୍ଶକ
ସାଜିଥିବା କିଛି ବ୍ୟକ୍ତିତ୍ୱଙ୍କ ସିନେମାକୁ ଛାତ୍ରଛାତ୍ରୀ ମାନଙ୍କପାଇଁ ଚିତ୍ରଣ କରାଯାଉଛି । ଏହାଛଡା ଅନୁଷ୍ଠାନର ପ୍ରାକ୍ତନ ଛାତ୍ରମାନଙ୍କର କିଛି ବଳିଷ୍ଠ ପ୍ରାମାଣିକ ଚିତ୍ରକୁ ମଧ୍ୟ ଏଥିରେ ସ୍ଥାନିତ କରାଯାଇଛି ।

ସିନେମା ଦିବସର ଉଦେ୍ଧଶ୍ୟ ହେଉଛି ସିନେମାକୁ କ୍ୟାରିୟର କରିବାକୁ ଯାଉଥିବା ନୂଆପିଢୀଙ୍କୁ ଭଲ ସିନେମା ନିର୍ମାଣ କରିବାପାଇଁ ଉତ୍ସାହିତ କରିବା । ଭଲ ସିନେମା ନିର୍ମାଣ କରିବାକୁ ହେଲେ ଉଦାହରଣ ହୋଇ ରହିଯାଇଥିବା କିଛି ଭଲ ସିନେମା ଦେଖିବା ଓ ସେଗୁଡିକର ନିର୍ମାଣ ଶୈଳୀ ବିଷୟରେ ତର୍ଜମା କରିବା । ଏହି ଉଦେ୍ଧଶ୍ୟ ନେଇ କରାଯାଇଛି ସିନେମା ଦିବସର ନିଆରା ଆୟୋଜନ ।

Share in top social networks!