ଭୁବନେଶ୍ୱରଠାରେ ପଲ୍ଲୀ ଉନ୍ନୟନ ସେବା ସମିତିର ବାଳିକାମାନଙ୍କ ପାଇଁ Amway Opportunity Foundation ଆମୋଦ କେନ୍ଦ୍ରର ଉଦ୍ଘାଟନ କରିଛି

Amway Opportunity Foundationamway (ଏଓଏଫ୍)ର କର୍ପୋରେଟ୍ ସାମାଜିକ ଦାୟୀତ୍ୱବୋଧ (ସିଏସ୍ଆର) କାର୍ଯ୍ୟକ୍ରମସ୍ୱରୂପ, ଓଡ଼ିଶାର ନହରକଣ୍ଟାର ପଲ୍ଲୀ ଉନ୍ନୟନ ସେବା ସମିତିଠାରେ ବାଳିକାମାନଙ୍କ ପାଇଁ ଏକ ଆମୋଦ କେନ୍ଦ୍ରର ଉଦ୍ଘାଟନ କରିଛି । ଅନୁଷ୍ଠାନର ବାଳିକାମାନଙ୍କର ସାମଗ୍ରୀକ ବିକାଶ ହେଉଛି ଏହି ଆମୋଦ କେନ୍ଦ୍ରର ପ୍ରମୁଖ ଉଦେ୍ଧଶ୍ୟ । ପଲ୍ଲି ଉନ୍ନୟନ ସେବା ସମିତି ହେଉଛି ଆମ୍ୱେ ଅପ୍ରଚୁନିଟି ଫାଉଣ୍ଡେସନର ପ୍ରୋଜେକ୍ଟ ସନ୍ରାଇଜ୍ ପାର୍ଟନର ।
ପଲ୍ଲି ଉନ୍ନୟନ ସେବା ସମିତିର ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର, ଭୁବନେଶ୍ୱର, ଶ୍ରୀ ପଞ୍ଚାନନ ଦାସ, ଆଇଏଏସ୍, ସେକ୍ରେଟାରୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା ସରକାର ଓ ଶ୍ରୀମତୀ କେ.ଶାନ୍ତି, ଡେପୁଟି ମେୟର, ଭୁବନେଶ୍ୱର ଯୋଗ ଦେଇ ଏଓଏଫ୍-ପିୟୁଏସ୍ଏସ୍ ସେଣ୍ଟରକୁ ଉଦ୍ଘାଟନ କରିଛନ୍ତି ।
ଆମୱେ ଅପର୍ଚୁନିଟି ଫାଉଣ୍ଡେସନ ଏ ଦିଗରେ ଆଗକୁ ଆସି ୨୦୧୨ରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥାପନା କରିଛି । ଏହାପରେ ଆମ୍ୱେ ଅପର୍ଚୁନିଟି ଫାଉଣ୍ଡେସନର ପିୟୁଏସ୍ଏସ୍ରେ ଥିବା ୨୪୮ ଜଣ ବାଳିକାମାନଙ୍କୁ ଉତ୍ତମ ଗୁଣମାନର ଶିକ୍ଷା ପ୍ରଦାନ କରିବା ପାଇଁ ଏହି ଆମୋଦ କେନ୍ଦ୍ରର ପ୍ରତିଷ୍ଠା କରାଯାଇଛି । ପଲ୍ଲି ଉନ୍ନୟନ ସେବା ସମିତିରେ ଥିବା ସମସ୍ତ ୨୪୮ ଜଣ ବାଳିକାମାନଙ୍କୁ ଏହା ସାଂସ୍କୃତିକ, ଶିକ୍ଷାଗତ, ଆଧ୍ୟାତ୍ମିକ ଓ ଖେଳ ସମ୍ବନ୍ଧିତ ଶିକ୍ଷା ପ୍ରଦାନ କରିବ । ଶ୍ରେଣୀ ୧ରୁ ଶ୍ରେଣୀ ୧୦ ପର୍ଯ୍ୟନ୍ତ ପିୟୁଏସ୍ଏସ୍ର ସମସ୍ତ ଛାତ୍ରୀ ଏହି ସୁବିଧା ପାଇପାରିବେ । ଏହି ସେଣ୍ଟରରେ ଟେବୁଲ୍ ଟେନିସ୍, କ୍ୟାରମ୍, ଚେସ୍ ଓ ମୁ୍ୟଜିକାଲ ଉପକରଣ ଯଥା ହାର୍ମୋନିୟମ, ତାବ୍ଲା ଓ ଇଲେକ୍ଟି୍ରକ ଗିଟାର ଇତ୍ୟାଦି ରହିଛି । ଏଥିପାଇଁ ସ୍ୱତନ୍ତ୍ର ଶିକ୍ଷକ ଆତ୍ମରକ୍ଷା କୌଶଳ, ଯୋଗ, ଧ୍ୟାନ, ସଂଗୀତ, ନୃତ୍ୟ ଓ ଚିତ୍ରାଙ୍କନ ଉପରେ ଶିକ୍ଷା ପ୍ରଦାନ କରିବେ । ଆଗ୍ରହୀ ଝିଅମାନଙ୍କୁ ଏହି ସେଣ୍ଟରରେ ଭବିଷ୍ୟତରେ ବିଉଟିସିଆନ୍ ପାଠ୍ୟକ୍ରମ ଉପରେ ତାଲିମ୍ ପ୍ରଦାନ କରାଯିବ ।
ଏହି ଅବସରରେ ଆମ୍ୱେ ଇଣ୍ଡିଆର ଇଷ୍ଟର୍ଣ୍ଣ ରିଜିୟନ୍ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଦିପ୍ତିରାଗ ଭଟ୍ଟାଚାର୍ଯ୍ୟ ତଥା ଆମ୍ୱେ ଅପରଚୁନିଟି ଫାଉଣ୍ଡେସନର ସ୍ୱେଚ୍ଛାସେବୀ କହିଥିଲେ ଯେ ଭୁବନେଶ୍ୱରଠାରେ ପଲ୍ଲି ଉନ୍ନୟନ ସେବା ସମିତିର ବାଳିକାମାନଙ୍କ ପାଇଁ ଏକ ଆମୋଦ କେନ୍ଦ୍ର ପ୍ରତିଷ୍ଠା କରିପାରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଆମ୍ୱେ ଅପର୍ଚୁନିଟି ଫାଉଣ୍ଡେସନ ସମାଜରେ ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ପିଲାମାନଙ୍କର ବିକାଶ ପାଇଁ ପ୍ରତିଶୃତିବଦ୍ଧ ଏବଂ ପଲ୍ଲୀ ଉନ୍ନୟନ ସେବା ସମିତିକୁ ଆମର ସହାୟତା ଏହାର ଏକ ପ୍ରମାଣ ।
ପଲ୍ଲୀ ଉନ୍ନୟନ ସେବା ସମିତି ସହିତ ଏଓଏଫ୍ର ସହଭାଗୀତା ୨୦୦୮ରେ ଆରମ୍ଭ ହୋଇଥିଲା । ସଂସ୍ଥା ପକ୍ଷରୁ ବିଦ୍ୟାଳୟର ପିଲାମାନଙ୍କ ପାଇଁ ବାର୍ଷିକ ଶିକ୍ଷା ଖର୍ଚ୍ଚ ସହାୟତା ପ୍ରଦାନ କରାଯାଇଥାଏ । ଆମ୍ୱେ ପକ୍ଷରୁ ମଧ୍ୟ ୨୦୧୨ରେ ଏକ କମ୍ପୁ୍ୟଟର କେନ୍ଦ୍ର ସ୍ଥାପନା କରାଯାଇଛି । ଏହା ସାଙ୍ଗକୁ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ଯେଉଁଥିରେ ଚିକିତ୍ସା ୧୦ଟି ଶଯ୍ୟାର ସୁବିଧା ରହିଛି । ୨୦୧୩ରେ ଏଓଏଫ୍ ପକ୍ଷରୁ ଏହି ସଂସ୍ଥା ସହିତ ଜଡ଼ିତ ଥିବା ବ୍ୟକ୍ତିମାନଙ୍କର ଆତ୍ମ ନିଯୁକ୍ତି ପାଇଁ ଏକ ସିଲାଇ କେନ୍ଦ୍ର ସ୍ଥାପିତ ହୋଇଛି ।

Share in top social networks!