କିଟ୍ ରେ ୧୪ତମ ଲିଟିଲ୍ ମିସ୍ ଇଣ୍ଡିଆ ପ୍ରତିଯୋଗିତା ୨୭ରୁ ଆରମ୍ଭ

nanapariଆସନ୍ତା ୨୭ରୁ ନହ୍ନିପରୀ- ଲିଟିଲ୍ ମିସ୍ ଇଣ୍ଡିଆ ପ୍ରତିଯୋଗୀତା ଆରମ୍ଭ ହୋଇ ୨୯ ତାରିଖରେ ଫାଇନାଲ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ୧୧ର ୧୩ ବର୍ଷ ବୟସ୍କ ବାଳିକାମାନଙ୍କ ମଧ୍ୟରେ ଅନୁଷ୍ଠିତ ଏହି ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପାଇଁ ଚଳିତ ବର୍ଷ ୧୨୬ଟି ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ଶ୍ରେଷ୍ଠ ୨୪ ଜଣ ପ୍ରତିଭାବାନ ବାଳିକାମାନଙ୍କୁ ଚୟନ କରାଯାଇ କିଟଠାରେ ହେବାକୁଥିବା ଚୂଡାନ୍ତ ପ୍ରତିଯୋଗୀତାରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛି । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ପ.ବଙ୍ଗ, ଛତିଶଗଡ, ଆସାମ, ଅରୁଣାଞ୍ଚଳପ୍ରଦେଶ, ମଣିପୁରରୁ ସେମିଫାଇନାଲକୁ ଅକ୍ଷରିତା ବୈଦେହୀ ଜୟନ୍ତୀ, ସାଏନା ସାଲୋନିକା, ଶୁଭଶ୍ରୀ ଶ୍ରାବଣୀ, ଐଶ୍ୱର୍ଯ୍ୟା ସାମଲ, ସମୀକ୍ଷା ସାହୁ, ଗାୟତ୍ରୀ ଦାସ, ଶ୍ୱେତା ମିଶ୍ର, ସିଭି କୋଚ୍, ରେୟା ଦତ୍ତ, ମିତାଲି ଭିଲୱାରିଆ, ପ୍ରିୟାଙ୍କି ଗୋସ୍ୱାମୀ, କେ.ଆର.ସନ୍ତୋସୀନୀ, ଭୂମିକା ଦାସ, ସମୃଦ୍ଧି ପଣ୍ଡା, ଅନ୍ୱେସା ନନ୍ଦ, ସଂସ୍କୃତି ମିଶ୍ର,ଏଲିନା ମହାନ୍ତି, ସ୍ମୃତିଶିଖା ପାତ୍ର, ମନିଷା ଦଣ୍ଡପାଟ, ଏମ.ଇନ୍ଦୁଜା, ଅଙ୍କିତାରାଣୀ, ଚନ୍ଦ୍ରିକା ରେଡ୍ଡି, ଓ ସହେବା ରୋମାନ ସେମିଫାଇନାଲ ପ୍ରତିଯୋଗୀତାକୁ ଉନ୍ନୀତ ହୋଇଛନ୍ତି ।
ସେମିଫାଇନାଲିଷ୍ଠଙ୍କ ମଧ୍ୟରେ ତିନି ଦିନ ଧରି ସାଧାରଣଜ୍ଞାନ, ଦଳଗତ ଆଲୋଚନା, ଗୀତ, ନୃତ୍ୟ, ଚିତ୍ରାଙ୍କନ,କ୍ରୀଡା ପ୍ରଭୃତି ପ୍ରତିଯୋଗୀତା କରାଯାଇ ଶ୍ରେଷ୍ଠ ପ୍ରତିଭାବାନ ବାଳିକାକୁ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ଟାଇଟଲରେ ସମ୍ମାନୀତ କରାଯିବ । ନହ୍ନିପରୀ ବିଜେତାକୁ ଏକ ଲକ୍ଷ ଟଙ୍କା ନଗଦ ସହ ମୁକୁଟ, ଉପହାର, ମାନପତ୍ର ଓ ଟ୍ରଫି ଦିଆଯିବ । ଦ୍ୱିତୀୟ ଓ ତୃତୀୟ ବିଜେତାକୁ ଯତାକ୍ରମେ ୩୫ ଓ ୨୦ ହଜାର ଟଙ୍କା ପୁରଷ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ସିନେ ତାରକା, ଶିଳ୍ପଦ୍ୟୋଗୀ ଓ ସମାଜର ବିଶିଷ୍ଟ ବ୍ୟକ୍ତିମାନେ ଯେ୭ାଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ନହ୍ନିପରୀ ସଭାପତି ଡ଼ଃ. ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି । ମାତ୍ର ୧୪ ବର୍ଷ ସମୟ ମଧ୍ୟରେ ଏହି ପ୍ରତିଯୋଗୀତା ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିବା ସହ ବାଳିକାମାନଙ୍କ ପ୍ରତିଭାକୁ ଅଧିକ ବିକଶିତ କରିବାରେ ସହାୟକ ହୋଇଛି ବୋଲି ସମ୍ପାଦକ ମଳୟ ମହାପାତ୍ର ପ୍ରକାଶ କରିଛନ୍ତି ।

Share in top social networks!