ଓଡିଶାର ଅପରାଜିତା ଓ ସିଦ୍ଧାନ୍ତଙ୍କ ସହ ଦେଶର ୯ ବିଶିଷ୍ଟ ବ୍ୟକ୍ତି ସ୍ୱଚ୍ଛ ଭାରତ ଅଭିଯାନରେ ଧର୍ମେନ୍ଦ୍ରଙ୍କ ଅନୁରୋଧରେ ସାମିଲ ଅନୁରୋଧରେ ସାମିଲ

1920063_738811016202480_6192956557738730690_nସ୍ୱଚ୍ଛ ଭାରତ ଅଭିଯାନକୁ ଆଉ ଗୋଟିଏ ପାଦ ଆଗକୁ ନେବାକୁ ଯାଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ରାଜ୍ୟ ତଥା ଦେଶର ୯ଜଣ ବିଶିଷ୍ଟ ବ୍ୟକ୍ତି ଏହି ଅଭିଯାନରେ ସାମିଲ ହେବା ପାଇଁ ସ୍ୱୀକୃତି ଦେଇଥିବା ଶ୍ରୀ
ପ୍ରଧାନ ପ୍ରକାଶ କରିଛନ୍ତିା

ଏମାନଙ୍କ ମଧ୍ୟରେ ଓଡ଼ିଆ ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ବ୍ରହ୍ମପୁର ସାଂସଦ ତଥା ଓଡ଼ିଆ ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ସାମିଲ ଅଛନ୍ତିା ଅନ୍ୟମାନଙ୍କମଧ୍ୟରେ ବ୍ୟାଡ୍ମିଣ୍ଟନ ଖେଳାଳୀ ଓ ଯୁବ ଆଇକନ୍ ସାଇନା ନେହଓ୍ୱାଲ, ପ୍ରସିଦ୍ଧ ଟେନିସ୍ ଖେଳାଳୀ ମହେଶ ଭୂପତି, ପ୍ରସିଦ୍ଧ ବିଲିୟାଡ୍ ଖେଳାଳୀ ପଙ୍କଜ ଆଡ୍ଭାନୀ, ଲୋକପ୍ରିୟ କ୍ରିକେଟର ବିରାଟ କୋହଲୀ ଓ ରୋହିତ ଶର୍ମା ସାମିଲ ଅଛନ୍ତିା

ସେହିପରି ବିହାରରେ ଗରୀବ ମେଧାବୀ ପିଲାମାନଙ୍କୁ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସଫଳତା ଦେଉଥିବା ସୁପର ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର ଓ ସମାଜସେବୀ କୁନାଲ କିଶୋର ମଧ୍ୟ ଏହି ଅଭିଯାନରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତିା ଏହି ୯ଜଣ ବିଶିଷ୍ଟ ବ୍ୟକ୍ତି ସେମାନଙ୍କର କ୍ଷେତ୍ରରେ ସଫଳତା ଅର୍ଜିତ କରିଛନ୍ତିା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛଭାରତ ଅଭିଯାନରେ ସେ୍ୱଚ୍ଛାକୃତ ଭାବେ ସାମିଲ ହେଉଥିବାରୁ ଶ୍ରୀ ପ୍ରଧାନ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତିା

Share in top social networks!