ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସପିଟାଲ ସ୍ୱୟଂ ଶାସିତ ହେଲା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ବଧେଇ

cmburlaପଶ୍ଚିମ ଓଡିଶା ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନବ ବର୍ଷର ଉପହାର । ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସିଟାଲକୁ ସ୍ୱୟଂ ଶାସିତ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜାନୁୟାରୀ ପହିଲାରୁ ଏହା କାର୍ଯ୍ୟକାରୀ ହେବ । ନାମ ରହିବ ଭି.ଏସ୍.ଏସ୍. ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏବଂ ଗବେଷଣା କେନ୍ଦ୍ର ( ଠଝଝ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର କ୍ଟଲ ଗରୟସମବକ୍ଷ ଝମସରଦ୍ଭମର ଌ ଜରଗ୍ଦରବକ୍ସମଷ ଉରଦ୍ଭଗ୍ଧକ୍ସର ) । ପଶ୍ଚିମ ଓଡିଶା ବାସୀଙ୍କର ଦୀର୍ଘ ଦିନର ଦାବୀ ପୂରଣ ହୋଇପାରିଛି ।
ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କାଲି ସମ୍ବଲପୁର ଗସ୍ତ କରିବା ସମୟରେ ଏ ନେଇ ଘୋଷଣା କରିଥିଲେ । ତେବେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇଥିବାରୁ ଆଜି ସମ୍ବଲପୁର ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଛି ।
ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହ ସମ୍ବଲପୁର ବିଧାୟିକା ଡାଃ ରାସେଶ୍ୱରୀ ପାଣିଗ୍ରାହୀ , ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ନିବେଦିତା ନାୟକ , ବୁର୍ଲ୍ଲା ଏନ୍.ଏ.ସି ଅଧ୍ୟକ୍ଷା ଚନ୍ଦ୍ରାବତୀ ନାୟକ , ଉପାଧ୍ୟକ୍ଷ ଦେବେନ୍ଦ୍ର ପ୍ରଧାନ , ଭି.ଏସ୍.ଏସ୍ ମେଡିକାଲ କଲେଜ ଛାତ୍ର ସଂଘ ସଭାପତି ବିବେକାନନ୍ଦ ମହାନନ୍ଦ ଏବଂ ଉପସଭାପତି ପ୍ରମୁଖ ପୂର୍ବାହ୍ନରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏଥି ପାଇଁ ବଧେଇ ଓ କୃତଜ୍ଞତା ଜଣାଇଛନ୍ତି । ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସପିଟାଲକୁ ଏହି ମାନ୍ୟତା ମିଳିବା ପରେ ଏବେ ଏହା ଏକ ପୂର୍ଣ୍ଣ ସ୍ୱୟଂ ଶାସିତ ପ୍ରତିଷ୍ଠାନରେ ପରିଣତ ହୋଇ ପାରିବ ।

Share in top social networks!