ଖାଉଟିର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ରହି ନିଜ ଅଞ୍ଚଳକୁ ଖାଉଟି ସଚେତନ ପରିବେଶ ଭାବରେ ଗଢିବାକୁ ହେବ-ମନ୍ତ୍ରୀ ଶ୍ରୀ ଅମାତ

amatajiଖାଉଟିର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ରହି ନିଜ ଅଞ୍ଚଳକୁ ଖାଉଟି ସଚେତନ ପରିବେଶ ଭାବରେ ଗଢିବାକୁ ହେବ ବୋଲି ଆଜି ରାଜ୍ୟସ୍ତରୀୟ ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଅର୍ଥ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତିା
ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ପର୍ଯ୍ୟାପ୍ତ ସଚେତନତା ଅଭାବରୁ ଖାଉଟିମାନେ ଶୋଷଣର ଶୀକାର ହେଉଛନ୍ତିା ବିଭିନ୍ନ ସମୟରେ ଉଚିତ୍ମୂଲ୍ୟ ଦେଇ ମଧ୍ୟ ସଠିକ୍ ଦ୍ରବ୍ୟ ବା ସେବା ପାଇବାରୁ ବଞ୍ଚିତ ହେଉଛନ୍ତିା

ତେଣୁ ସଜାଗ ରହି, ସାବଧାନତାର ସହ ଦ୍ରବ୍ୟ କ୍ରୟ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକା ଖାଉଟି ସୁରକ୍ଷା ପାଇଁ ଆଇନ୍ରେ ଥିବା ସୁବିଧା ସୁଯୋଗ ପ୍ରତି ଧାରଣା ରହିବା ଜରୁରୀା ରାଜ୍ୟ ସରକାର ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ, କାର୍ଯ୍ୟରତ ସଙ୍ଗଠନ, ଆଇନ ପରାମର୍ଶଦାତା ଅନୁଷ୍ଠାନ ଇତ୍ୟାଦି ସମ୍ପର୍କରେ ଜ୍ଞାନ ଓ ସେଗୁଡିକ ସାହାଯ୍ୟରେ ଖାଉଟିମାନଙ୍କୁ ଶୋଷଣରୁ ସୁରକ୍ଷା ଦେବାକୁ ହେବ ବୋଲି ସେ କହିଥିଲୋ ଖାଉଟିମାନେ ସଂଗଠିତ ହୋଇ ନିଜକୁ ତଥା ସମାଜକୁ ଅସାଧୁ ବ୍ୟବସାୟୀଙ୍କଠାରୁ ଶୋଷଣମୁକ୍ତ ରଖିବାକୁ ପ୍ରୟାସ କରିବାକୁ ପରାମର୍ଶ ଦେବା ସହ ଖାଉଟି ଅଭିଯାନକୁ ଅଧିକ ସଶକ୍ତ କରିପାରିଲେ ଖାଉଟି ସୁରକ୍ଷିତ ହେବ ଓ ରାଜ୍ୟର ପ୍ରଗତି ହୋଇପାରିବ ବୋଲି ଶ୍ରୀ ଅମାତ ମତବ୍ୟକ୍ତ କରିଥିଲୋ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଲେ ଯେ ଖାଉଟି ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ ଓ ସୁଦୂରପ୍ରସାରୀ କରିବାକୁ ହେବା ଖାଉଟି ସୁରକ୍ଷା ଆଇନର ସଦୁପଯୋଗ କରିବା ପ୍ରମୁଖ ଲକ୍ଷ୍ୟ ହେବା ଜରୁରୀା ଛାତ୍ରଛାତ୍ରୀମାନଙ୍କୁ ଏ ସମ୍ବନ୍ଧରେ ସଚେତନ କରାଗଲେ ଖାଉଟି ସୁରକ୍ଷା କାର୍ଯ୍ୟକ୍ରମ ଭବିଷ୍ୟତରେ ଅଧିକ ଫଳବତୀ ହୋଇପାରିବ ବୋଲି ସେ କହିଥିଲୋ ନିର୍ଦ୍ଧାରିତ ମୂଲ୍ୟରେ ଦ୍ରବ୍ୟ କିଣିବା, ବିଲ୍ ମାଗିକରି ନେବା ଓ ଶୋଷଣ ବିରୁଦ୍ଧରେ ଅଭିଯୋଗ କରି ପ୍ରତିକାର ଲୋଡିବା ଆଦି ପ୍ରତି ସମୁଚିତ ଧ୍ୟାନ ଦେବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱାରୋପ କରିଥିଲୋ

ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଭାଗୀୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ କହିଲେ ଯେ ଖାଉଟି ସଚେତନତା କାର୍ଯ୍ୟକ୍ରମକୁ ଏକ ଆନ୍ଦୋଳନ ରୂପ ଦେବାକୁ ହେବା ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରି ଗ୍ରାମବାସୀମାନଙ୍କୁ ସଚେତନ କରିବାକୁ ହେବା ବିଶେଷ କରି ସାଧାରଣ ଗ୍ରାମବାସୀଙ୍କୁ ନକଲି ମାନକ ଚିହ୍ନ, ମନଭୁଲାଣିଆ ବିଜ୍ଞାପନ, ଓଜନ ଠକାଇ ଓ ଗୁଣବତ୍ତାରେ ଖିଲାପ ଇତ୍ୟାଦି ସମ୍ବନ୍ଧରେ ସଚେତନ କରି ଶୋଷଣରୁ ସୁରକ୍ଷା ଦେବା ପାଇଁ ଉଦ୍ୟମ କରିବାକୁ ହେବା ଫଳସ୍ୱରୂପ ଜାତୀୟ ଖାଉଟି ଦିବସ ପାଳନର ଉେ”ଶ୍ୟ ସାଧିତ ହୋଇପାରିବ ବୋଲି ଶ୍ରୀ ପାଢୀ ପ୍ରକାଶ କରିଥିଲୋ

ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିେ”ର୍ଶକ ନିରଞ୍ଜନ ନାୟକ ଓ ଭାରତୀୟ ମାନକ ବୁ୍ୟରୋର ଆଞ୍ଚଳିକ ନିେ”ର୍ଶକ ଏସ୍. ଚୌଧୂରୀ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲୋ ବିଭାଗୀୟ ଯୁଗ୍ମ ଶାସନ ସଚିବ ରନିାକର ରାଉତ ସ୍ୱାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତ ଶାସନ ସଚିବ ରଘୁନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲୋ ଏହି ଉପଲକ୍ଷେ ଆୟୋଜିତ ମହାବିଦ୍ୟାଳୟସ୍ତରୀୟ ଓ ବିଦ୍ୟାଳୟସ୍ତରୀୟ ନିବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲାା ଶେଷରେ କ୍ଷୁଦ୍ରନାଟକ “ଆମ ଅଧିକାର’ ପରିବେଷଣ କରାଯାଇଥିଲାା

Share in top social networks!