ଗ୍ରୀନ୍ ୱାର୍ଲଡ ପକ୍ଷରୁ ମିଶନ ଗ୍ରୀନ୍ ଡ୍ରାଭଇ୍ , ଶ୍ମ୍ମଶାନରେ ସବୁଜିମା ସୃଷ୍ଟି କରିବା ଉଦ୍ୟମ

plantationରାଜଧାନୀରେ ସବୁଜିମା ସୃଷ୍ଟିବାରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଗ୍ରୀନ୍ୱାର୍ଲଡ୍ ତାହାର ବୃକ୍ଷରୋପଣ କାର୍ଯ୍ୟକୁ ଭୁବନେଶ୍ୱର ବାହାରକୁ ବ୍ୟାପକ କରିଛି । ରାଜଧାନୀରେ ଓ ଏହାର ଆଖପାଖ ଅଂଚଳରେ ୨୮୦୦୦ରୁ ଊଦ୍ଧ୍ୱର୍ ବୃକ୍ଷରୋପଣ କରି ସବୁଜିମା ବଳୟ ସୃଷ୍ଟି କରିଥିବା ଗ୍ରୀନ୍ୱାର୍ଲଡ୍
ଏବେ କିଛିଦିନ ତଳେ ନୟାଗଡ, ନିଆଳି ଆଦି ଅଂଚଳରେ ବୃକ୍ଷରୋପଣ କରିଥିବା ବେଳେ ଏବେ କିଛି ଶ୍ମଶାନ ଚାରିପଟେ ସବୁଜିମା ସୃଷ୍ଟି କରିବାକୁ ପଦକ୍ଷେପ ନେଇଛି । ଭୁବନେଶ୍ୱରର ଝାରପଡା, ଡୁମୁଡୁମା ଶ୍ମଶାନ ପରେ ପୁରୀର ସ୍ୱର୍ଗଦ୍ୱାର ଠାରେ ବୃକ୍ଷରୋପଣ କରିଛି ବୋଲି ସଂସ୍ଥ୍ାର ଅଧ୍ୟକ୍ଷ ନୃପେଶ ନାୟକ କହିଛନ୍ତି ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ମିଶି ସଂସ୍ଥାର ସ୍ୱେଚ୍ଛାସେବୀମାନେ ମିଶନ ଗ୍ରୀନ ଡ୍ରାଇଭ୍ ୨୦୧୪ର ଅନ୍ତିମ ପର୍ବରେ ସ୍ୱର୍ଗଦ୍ୱାରଠାରେ ବୃକ୍ଷରୋପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ସାଧାରଣ ସମ୍ପାଦକ ହୃଦୟ ବଲ୍ଲଭ ସାମନ୍ତରାୟ, ମୁଖ୍ୟ ସଂଯୋଜକ ଛବୀନ୍ଦ୍ର ଜେନା ଓ ଅନ୍ୟମାନେ ଯୋଗ ଦେଇଥିଲେ । ଆଗାମୀଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ମଶାନଗୁଡିକ ଚାରିପାଖରେ ସବୁଜିମା ବଳୟ ସୃଷ୍ଟି କରିବା ପାଇଁ ଗ୍ରୀନ ୱାର୍ଲଡ ଉଦ୍ୟମ ଜାରି ରଖିବ ।

Share in top social networks!
Powered By Indic IME