“ଆଦିବାସୀ ମାନଙ୍କ ଅଧିକାର ପାଇଁ ପେଶା ଆଇନ୍ ଦିବସ” ପାଳନ

pesaଆଦିବାସୀ ମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଭାଷା, ସମ୍ବଳକୁ ସୁରକ୍ଷା ଏବଂ ବିକାଶ ଦିଗରେ ପେଶା ଆଇନ୍ ୧୯୯୬ରୁ କାର୍ଯ୍ୟକାରି କରିବା ପାଇଁ ସରକାର ପ୍ରତିଶୃତି ବଦ୍ଧ ବୋଲି ମାନ୍ୟବର ଯୁବ ଓ କ୍ରୀଡ଼ାମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି ମତବ୍ୟକ୍ତି କରିଛନ୍ତି । ସି.ଡ଼ବ୍ଲୁ.ଏସ୍. ଏବଂ ଇଣ୍ଡିଜିନିୟସ୍ ପିପୁଲ୍ସ୍ ଫୋରମ ଦ୍ୱାରା ଆୟୋଜିତ ଏକ କର୍ମ ଶାଳାରେ ଯୋଗଦେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଡ଼ଃ ପ୍ରଫୁଲ୍ଲ ମାଝୀ ଆଦିବାସୀମାନଙ୍କୁ ଏକତା ବଦ୍ଧ ହୋଇ ଅଧିକାର ପାଇଁ ଦାବୀ କଲେ ହିଁ ଆଦିବାସୀ ତା’ର ଏତିହ୍ୟ ଏବଂ ପରିଚୟକୁ ପ୍ରତିଷ୍ଠା କରିପାରିବ ବୋଲି ‘ପେଶା ଦିବସ’ ଅବସରରେ ମତ ଦେଇଛନ୍ତି ।

କେନ୍ଦ୍ରୀୟ ପେଶା ଆଇନ୍କୁ ଦୃଷ୍ଟିରେ ରଖି ଓଡ଼ିଶା ଭଳି ଏକ ଆଦିବାସୀ ବହୁଳ ରାଜ୍ୟରେ ସଠିକ୍ ଭାବରେ ଲାଗୁ କଲେ ହିଁ ଆଦିବାସୀ ସେମାନଙ୍କୁ ନ୍ୟାୟ ପାଇପାରିବେ ବୋଲି ସମାଜ ସେବୀ ଶ୍ରୀଯୁକ୍ତ ଅଚୁ୍ୟତ ଦାସ ମତ ଦେଇଥିଲେ । ଓଡ଼ିଶା ଗ୍ରାମପାୟତ ଆଇନ୍ ଓ ଆସିବାସୀମାନଙ୍କ ପାଇଁ ଉଦ୍ଧିଷ୍ଟ ସାମ୍ବିଧାନିକ ବ୍ୟବସ୍ଥା । ଓଡ଼ିଶା ଗ୍ରାମପାୟତ ଆଇନ୍ ଓ ଆଦିବାସୀମାନଙ୍କ ଅଧିକାର କିଭଳି ଭାବରେ କାର୍ଯ୍ୟକ୍ରମ ଗୁଡ଼ିକର ସୁପରିଚାଳନା ଉପରେ ଆଲୋଚନା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ସୁଦାମ ମାରାଣ୍ଡି, ତଳସେରା, ସୁନ୍ଦରଗଡ଼ ବିଧାୟକ ଡ଼ଃ ପ୍ରଫୁଲ୍ଲ ମାଝୀ, ପୂର୍ବତନ ବିଧାୟକ ରାଇରାଙ୍ଗପୁର ପ୍ରହ୍ଲାଦ ପୁିୀ, ପୂର୍ବତନ ବରୀଷ୍ଟ ପ୍ରଶାସନିକ ଅଧିକାରୀ ଡ଼ଃ ଅରବିନ୍ଦ ବେହେରା, ବିଶିଷ୍ଟ ସମାଜ ସେବୀ ଏବଂ ‘ଅଗ୍ରଗାମୀ’ର ପ୍ରତିଷ୍ଠାତା ଅଚୁ୍ୟତ ଦାସ, ସି.ଡ଼ବ୍ଲୁ.ଏସ୍ର ଯୁଗ୍ମ ନିଦେ୍ର୍ଧଶିକା ଚନ୍ଦନା ଦାସ, ଇଣ୍ଡିଜିନିୟସ ପିପୁଲ୍ସ୍ଫୋ ରମ୍ର ଆବାହକ ଥିଓଫିଲ୍ ଗମାଙ୍ଗ ଏଥିରେ ଅଂଶ ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମାଜସେବୀ ଡ଼େମେଓରାଙ୍ଗ ଏବଂ ସନ୍ଦୀପ ପଟ୍ଟନାୟକ, ଧୀରେନ୍ ପଣ୍ଡା, ମନୋହର ଚୌହାନ୍
ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପାୟତରାଜ ପ୍ରତିନିଧି ଏବଂ ଜଙ୍ଗଲ ସୁରକ୍ଷା କମିଟି ପ୍ରତିନିଧିମାନେ
ଅଂଶଗ୍ରହଣ କରି ପେଶା ଆଇନ୍କୁ କିଭଳି ଆଗକୁ କାର୍ଯ୍ୟକାରୀ କରିହେବ, ଏଥିପାଇଁ ନିଜର ମତାମତ ରଖି ମହାମାନ୍ୟ
ରାଜ୍ୟପାଳଙ୍କ ନିକଟରେ ଏକ ଦାବୀପତ୍ର ଉପସ୍ଥାପନ କରିଥିଲେ ।
ଏଥି ସହିତ ଆଦିବାସୀଙ୍କ ଉନ୍ନି ପାଇଁ କାର୍ଯ୍ୟକରୁଥିବା ସମସ୍ତ ସରକାରୀ ବିଭାଗ ଯଥା ଆଦିବାସୀ ହରିଜନ ବିକାଶ
ବିଭାଗ, ପାୟତିରାଜ, ମୁଖ୍ୟ ଶାସନ ସଚୀବଙ୍କୁ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରିବା ପାଇଁ ଡ଼ଃ ଭାରତୀ ମିଶ୍ର, ପ୍ରହ୍ଲାଦ ପୂର୍ୀ,
ଥିଓଫିଲ୍ଗମାଙ୍ଗ ଏବଂ କୃଷ୍ଣଶବର ଦାୟୀତ୍ୱ ନେଇଥିଲେ ।
ସି.ଡ଼ବ୍ଲୁ.ଏସ ତରଫରୁ ବାଳକୃଷ୍ଣ ପଣ୍ଡା ଏହି କାର୍ଯ୍ୟଶ୍ରମକୁ ସଂଯୋଜନା କରିଥିଲେ । ଡ଼ଃ ପରିକ୍ଷିତ ସାହୁ, ଅମଳେନ୍ଦୁ
ଦାସ, ଶୈଳେନ୍ଦ୍ରନାରାୟଣ ମିଶ୍ର, ପୂଜ୍ୟାଘୋଶ ଏବଂ ଦିଗାମ୍ବର ସବର ଏଥିରେ ସହଯୋଗ କରିଥିଲେ ।

Share in top social networks!