ନବୀନ କହିଲେ ପ୍ୟାରୀଙ୍କ ମୁଖ୍ୟମନ୍ତ୍ରୀ ହେବା ଅଭିଳାଷ ଦିବାସ୍ଵପ୍ନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାରୀଙ୍କ ମୁଖ୍ୟମନ୍ତ୍ରୀ ହେବା ଅଭିଳାଷ ଏକ ଦୂରନ୍ତ ସ୍ଵପ୍ନ ବୋଲି କହିଛନ୍ତି| ନବୀନ କହିଛନ୍ତି ବଜେଡ଼ି ପ୍ରତି ଜନମୋର୍ଚା ଆଡୁ କୌଣସି ବିପଦ ନହିଁ | ଏକଦା ନିଜର ଏକାନ୍ତ ଘନିଷ୍ଠ ପରାମର୍ଶଦାତା ପ୍ୟାରୀ ବାବୁଙ୍କୁ ମେ ୨୯ ବିଦ୍ରୋହ ଘଟଣାରେ ନିଲମ୍ବନ କରିବା, ପରବର୍ତ୍ତୀ କାଳରେ ତାଙ୍କୁ ବେଇମାନ ଓ ଘରେ ନଥିବାବେଳେ ଚୋରି କରିବା ଭଳି ଶବ୍ଦ ରେ ଆକ୍ରମଣ କରିଥିବା ନବୀନବାବୁ ବିଜେଡି କାର୍ଯ୍ୟକାରିଣୀ ରେ ତାଙ୍କୁ ବହିଷ୍କାର କରିଥିଲେ |

ୟା ପରେ ଦୀର୍ଘ କିଛି ମାସ ଧରି ନବୀନବାବୁ ପ୍ୟାରୀ ଙ୍କ ଦ୍ଵାରା ବିଭିନ୍ନ ଫୋରୋମରେ ସମାଲୋଚିତ ଓ ନିନ୍ଦିତ ହୋଇ ଆସୁଥିଲେ ବି ପ୍ରତିକ୍ରିୟା ପ୍ରକାଶ କରୁନଥିଲେ | ଏପରିକି ଗତ ୨୬ ତାରିଖର ବିଜେଡ଼ି ପ୍ରତିଷ୍ଠା ଉଶ୍ଚବ ରେ ବିଜେଡି ର ସବୁ ତୁଙ୍ଗ ନେତାମାନେ ନାଁ ନଧରି ପ୍ୟାରୀଙ୍କୁ ପରୋକ୍ଷରେ କଟୁ ଭାଷାରେ ସମାଲୋଚନା କରିଥିବା ବେଳେ ଦଳର ସଭାପତି ହିସାବରେ ନବୀନ ବାବୁ ତାଙ୍କ ଭାଷଣ ରେ ପ୍ୟାରୀ ଙ୍କ ବିରୋଧରେ ପଦୁଟିଏ ବି କହି ନଥିଲେ | ହେଲେ ବାରିପଦା ସମାବେଶରେ ପ୍ୟାରୀ ବାବୁ ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷ ପୋଷଣ କରିବା ନେଇ ବିବୃତି ଦେବା ଓ ବିଜେଡି କୁ ତାଙ୍କ ହାତ ମୁଠାରୁ ଛଡାଇ ଆଣିବାର ଆହ୍ଵାନ ଦେବା ପରେ ମୁଖ୍ୟମନ୍ତ୍ରୀ ଆଉ ସମ୍ଭାଳି ନପାରି ମୁହଁ ଖୋଲିଛନ୍ତି |

DSC00062ଗୋଟିଏ ପରେ ଗୋଟିଏ ସମାବେଶ କରି ନବୀନ ଙ୍କ ଉପରେ ବର୍ଷି ଚାଲିଥିବା ଓଡିଶା ଜନମୋର୍ଚା ଅଧ୍ୟକ୍ଷ ସାଂସଦ ପ୍ୟାରୀ ମୋହନ ମହାପାତ୍ର ଙ୍କ ଉଦ୍ଧେଶ୍ୟରେ ସେ ପାଲଟା ଜବାବ ଦେଇଛନ୍ତି | ଗତକାଲି ବାରିପଦା ସମାବେଶରେ ବିଜେଡି ସଭାପତି ଙ୍କୁ ବେଶ କଡା ଭାଷାରେ ସମାଲୋଚନା କରିଥିଲେ ପ୍ୟାରୀବାବୁ | ଏପରିକି କର୍ମୀ ଚାହିଁଲେ ତାଙ୍କର ମୁଖ୍ୟମନ୍ତ୍ରୀ ହେବାର କିଛି ଆପତ୍ତି ନହିଁ ବୋଲି ଗଣମାଧ୍ୟମ କୁ କହିଥିଲେ |

Share in top social networks!