ଆସାମ ପ୍ରଭାବିତ ଅଂଚଳରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ

226614_569717943074186_1416129610_nଆସାମର ସୋନିତପୁର ଓ କୋକ୍ରାଝାର ଜିଲ୍ଲାରେ ନ୍ୟାସନାଲ ଡ଼େମୋକ୍ରେଟିକ ଫ୍ରଂଟ୍ ଅଫ ବୋଡ଼ୋ ଲ୍ୟାଣ୍ଡର ଉଗ୍ରପନ୍ଥୀମାନେ ଯେପରି ଭାବରେଶିଶୁ ଓ ମହିଳାମାନଙ୍କ ସମେତ ୫୨ ଜଣ ନିରୀହ ଆଦିବାସୀମାନଙ୍କୁ ହତ୍ୟା କରିଛନ୍ତି, ତାହାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଘୋର ନିନ୍ଦା କରିବା ସହ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ।

ଏହି ପରିସ୍ଥିତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଓରାମ ଆଜି ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ତରୁଣ ଗୋଗେଇଙ୍କ ସହ ଟେଲିଫୋନ ଯୋଗେ ପଚାରି ବୁଝିଛନ୍ତି ଏବଂ ରାଜ୍ୟ ସରକାର ଏହି ପରିସ୍ଥିତିରେ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ଦୁଃଖଦ ଘଟଣାରେ ଆହତମାନଙ୍କୁ ତୁରନ୍ତ ଉପଯୁକ୍ତ ସରକାରୀ ଚିକିତ୍ସା ସେବା ଯୋଗାଇ ଦେବା ସହ ପ୍ରଭାବିତ ଅଂଚଳରେ ଆଇନ୍ କାନୁନ୍ ସୁଦୃଢ଼ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ସହ ଶ୍ରୀ ଓରାମ ଆସାମ ଗ୍ରସ୍ତ କରିଛନ୍ତି । ମନ୍ତ୍ରୀ ଦ୍ୱୟ ପ୍ରଭାବିତ ଅଂଚଳ ଗସ୍ତ କରିବା ସହ ଆସାମର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀମାନଙ୍କ ସହ ସାଂପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିବେ ।

Share in top social networks!