ଜଣ୍ଡିସ ଆତଙ୍କରେ ଓଡିଶାକୁ ସାହାଯ୍ୟ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

dharmendraଓଡିଶାରେ ଜଣ୍ଡିସ ଆତଙ୍କ ବଢିଚାଲିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନzାଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରି ବିଶେଷଜ୍ଞ ଡାକ୍ତରୀଦଳ ପଠାଇବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ନଡéାଙ୍କୁ ଶ୍ରୀ ପ୍ରଧାନ ସାକ୍ଷାତ
କରିବା ସହ ରାଜ୍ୟରେ ଜଣ୍ଡିସ ଆତଙ୍କ ସମ୍ପର୍କିତ ତଥ୍ୟ ସହ ଏକ ପତ୍ର ପ୍ରଦାନ କରିଛନ୍ତି ।

ପଶ୍ଚିମ ଓଡିଶାର ସମ୍ବଲପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଜଣ୍ଡିସ କାରଣରୁ ବହୁ ବ୍ୟକ୍ତି ମୃତ୍ୟୁ ବରଣ କରିବା ସହ ଶତାଧିକ ଆକ୍ରାନ୍ତ ହେବା ଏକ ଉଦବଗର ବିଷୟ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ଦିନରୁ ସମ୍ବଲପୁରରେ ଏହି ଆତଙ୍କ ଆରମ୍ଭ ହୋଇଥିଲେ ମଧ୍ୟ ଏହି ରୋଗ ବନ୍ଦ ହେବା ପରିବର୍ତେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଯଥା ବରଗଡ, ଢେଙ୍କାନାଳ, କଳାହାଣ୍ଡି, ନୟାଗଡ, କଟକ,
ଜଗତସିଂହପୁର ଓ ଖୋର୍ଧା ଜିଲ୍ଲାକୁ ବ୍ୟାପିବାର ଖବର ମିଳିଛି ।

ପାନୀୟ ଜଳ ସ୍ରୋତ ଦୂଷିତ ହେବା କାରଣରୁ ଏହି ରୋଗ ବ୍ୟାପୁଥିବା ପ୍ରାଥମିକ ଭାବରେ କୁହାଯାଉଛି । ରାଜ୍ୟର ଏପରି ପରିସ୍ଥିତିରେ ସହଯୋଗର ହାତ ବଢାଇବା ପାଇଁ ଦିଲ୍ଲୀରୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ପଠାଇ ଜଣ୍ଡିସର କାରଣ ଓ ନିରାକରଣ ପାଇଁ ତ୍ୱରିତ ପଦକ୍ଷେପର ଆବଶ୍ୟକତା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଆରୋପ କରିଛନ୍ତି । ଜଣ୍ଡିସ ଆକ୍ରାନ୍ତ ରୋଗୀଙ୍କୁ କିପରି ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇ
ପାରିବ ଏବଂ ରୋଗ ବ୍ୟାପିବାକୁ ବନ୍ଦ କରାଯାଇ ପାରିବ ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗକୁ ନିୟୋଜିତ କରି ଓଡିଶାବାସୀଙ୍କୁ ସେବା ଯୋଗାଇ ଦେବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନzାଙ୍କୁ ଅନୁରୋଧ କରିଛନ୍ତି ।

Share in top social networks!