ତାଳଚେର ସାର କାରଖାନା ପୁନରୁଦ୍ଧାର ପାଇଁ ଗୁରୁତ୍ୱପୂର୍ଣ ଯୌଥ ବୁଝାମଣା ପତ୍ର ସ୍ୱାକ୍ଷରିତ

ଓଡିଶା ସମେତ ପୂର୍ବ ଭାରତରେ ରୋଜଗାର ସୁଯୋଗ ସହ ଅର୍ଥନୀତିକୁ ସମୃଦ୍ଧ କରିବ – ଧର୍ମେନ୍ଦ୍ର ପ୍ରଧାନ
s2014122460418ନୂଆଦିଲ୍ଲୀ: ତାଳଚେର ସାର କାରଖାନାକୁ ପୁନରୁଦ୍ଧାର କରିବା ପାଇଁ ବୁଧବାର ଦିନ ଭାରତ ସରକାରଙ୍କର ଚାରିଟି ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯଥା ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ଗେଲ), କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ), ରାଷ୍ଟ୍ରୀୟ କେମିକାଲ ଆଣ୍ଡ ଫର୍ଟିଲାଇଜର୍ସ (ଆରସିଏଫ) ଏବଂ ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ (ଏଫସିଆଇଏଲ) ମଧ୍ୟରେ ଏକ ମିଳିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ତାଳଚେର ସାର କାରଖାନାର ପୁନରୁଦ୍ଧାର ହେଲେ ଓଡିଶା ସମେତ ସମ୍ପୂର୍ଣ ପୂର୍ବ ଭାରତର ଅର୍ଥନୀତିରେ ଦୃତ ବିକାଶ ସମ୍ଭବ
ବୋଲି ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ କହିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଚାକିରୀ ଓ ରୋଜଗାର ସୁଯୋଗ ସୃଷ୍ଟି ହେବା ସହ ଦେଶର
କୃଷକଙ୍କ ପାଇଁ ବହୁ ଜରୁରୀୟୁରିଆ ଯୋଗାଇ ଦିଆଯାଇ ପାରିବ ବୋଲି ସେ କହିଛନ୍ତି ।
ସାର କାରଖାନା ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରାଯାଇ ୨୦୧୯ ମସିହା ସୁଦ୍ଧା ଉŒାଦନ ଆରମ୍ଭ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । କୋଇଲାରୁ ଗ୍ୟାସ ନିର୍ମାଣ କରିୟୁରିଆ ଏବଂ ଆମୋନିୟମ ନାଇଟ୍ରେଟ ପ୍ରସ୍ତୁତିର ଶିଳ୍ପ
କେନ୍ଦ୍ର ପ୍ରତିଷ୍ଠା କରିବାରେ ଏହା ଭାରତର ପ୍ରଥମ ପଦକ୍ଷେପ ହେବ ।

ମୋଟରେ ୯ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ଥାପିତ ହେବାକୁ ଯାଉଥିବା ଏହି ସମନ୍ୱିତ ପ୍ରକଳ୍ପର କୋଇଲା
ଗ୍ୟାସିଫିକେସନର ପ୍ରଥମୟୁନିଟରେ ଗେଲର ଅଧିକ ଅଂଶଧନ ରହୁଥିବା ବେଳେ ଦ୍ୱିତୀୟ ଯୌଥ ଉଦ୍ୟୋଗୟୁରିଆ ଓ
ଆମୋନିଆ ନାଇଟ୍ରେଟ କମ୍ପ୍ଲେକ୍ସ ନିର୍ମାଣରେ ଆରସିଏଫର ଅଧିକ ଅଂଶଧନ ରହିବ ।

ଏହି ପ୍ରକଳ୍ପରେ ୩୮୫୦ ଏମଟିପିଡିୟୁରିଆ ପ୍ଲାଣ୍ଟ, ୨୭୦୦ ଏମଟିପିଡି ଆମୋନିଆ ପ୍ଲାଣ୍ଟ, ୮୫୦ ଏମଟିପିଡି ନାଇଟ୍ରିକ
ଏସିଡ ପ୍ଲାଣ୍ଟ ଏବଂ ୧୦୦ ଏମଟିପିଡି ଆମୋନିୟମ ନାଇଟ୍ରେଟ ପ୍ଲାଣ୍ଟ ପ୍ରତିଷ୍ଠିତ ରହିବ ।

କୋଲ ଗ୍ୟାସିଫିକେସନ ପ୍ରକଳ୍ପ ପାଇଁ ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ତରଫରୁ ବୈଷୟିକ ଜ୍ଞାନ କୌଶଳ ଚୟନ କରିବା ପାଇଁ
ଇଚ୍ଛା ପତ୍ର ଆହ୍ୱାନ କରାଯାଇଛି । ଏହି କାର୍ଯ୍ୟ ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ସମ୍ପୂର୍ଣ ହୋଇ କାର୍ଯ୍ୟ ଆରମ୍ଭ ପାଇଁ ପଦକ୍ଷେପ
ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏହା ସହ ସବୁ ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନ ତଥା
ନିର୍ମାଣ କାର୍ଯ୍ୟ ୨୦୧୫-୧୬ ଆର୍ଥିକ ବର୍ଷରୁ ଆରମ୍ଭ ହୋଇ ୨୦୧୯ ମଧ୍ୟରେ ଶେଷ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏହି ପ୍ରକଳ୍ପର ଅନତି ଦୂରରେ ଏକ କୋଲ ବ୍ଲକ ଯୋଗାଇ ଦେବା ପାଇଁ ଭାରତ ସରକାରଙ୍କ ତରଫରୁ କୋଲ ବ୍ଲକ ଚିହ୍ନଟ
କରାଯାଇ ସାରିଛି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ତରଫରୁ ଏହି କୋଲ ବ୍ଲକ ପ୍ରଦାନ ପାଇଁ ପଦକ୍ଷେପ ଆରମ୍ଭ ହୋଇ ସାରିଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ତାଳଚେର ସାର ପ୍ରକଳ୍ପର ପୁନରୁଦ୍ଧାର ପାଇଁ ନୂଆ ସରକାର ଗଠନ ହେବା ପର ଠାରୁ
ପ୍ରତି ଦୁଇ ମାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉଦ୍ୟମରେ ସାର, ଶକ୍ତି ଓ କୋଇଲା
ବିଭାଗ ମନ୍ତ୍ରୀ ମାନଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ କାର୍ଯ୍ୟର ସମୀକ୍ଷା କରୁଛନ୍ତି ।

ଏହି ଚୁକ୍ତିନାମା ସ୍ୱାକ୍ଷର ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଅନନ୍ତ କୁମାର, ରାଷ୍ଟ୍ର ମନ୍ତ୍ରୀ
ହଂସରାଜ ଅହିର, କେନ୍ଦ୍ର କୋଇଲା ଓ ଶକ୍ତି ମନ୍ତ୍ରୀ ପିୟୁଷ ଗୋୟଲ ଉପସ୍ଥିତ ଥିଲେ ।

Share in top social networks!