ସ୍ପିକ୍ ମ୍ୟାକେ ପକ୍ଷରୁ ଓଡ଼ିଶାରେ ରୁରାଲ ସ୍କୁଲ୍ ଇନ୍ଟେନ୍ସିଭ୍ କାର୍ଯ୍ୟକ୍ରମର ଶୁଭାରମ୍ଭ

ସ୍ପିକ୍ ମ୍ୟାକେ ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ରୁରାଲ ସ୍କୁଲ୍ ଇନ୍ଟେନ୍ସିଭ୍ କାର୍ଯ୍ୟକ୍ରମ ସ୍ଥାନୀୟ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଫିଜିକ୍ସ୍ କ୍ୟାମ୍ପସ୍ଠାରେ ଶୁଭାରମ୍ଭ ହୋଇଛିା ଡିସେମ୍ବର ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହା ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ୫୦୦ରୁ ଊ–ର୍ ଗ୍ରାମାଞ୍ଚଳ ସ୍କୁଲ ଏବଂ ୧୦୦ରୁ ଊ–ର୍ କଳା ଶିକ୍ଷକ ଭାଗ ନେବୋ ଏଠାରେ ସପ୍ତାହ ଧରି ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଲୋକନୃତ୍ୟ, ନାଟ୍ୟଶାଳା, ଯୋଗ ଏବଂ ଅନେକ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ସମ୍ବୋଧନ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ଏଥିରେ ଭାଗ ନେଉଥିବା ୧୦୦ରୁ ଊ–ର୍ କଳାକାର ସେମାନଙ୍କ କାର୍ଯ୍ୟକ୍ରମ ଦ୍ୱାରା ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବୋ

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି କହିଲେ ଯେ, ମଣିଷର ବୌଦ୍ଧିକତା, ବିଚାର ଓ ସଂସ୍କାର ଅଛିା ସେଥିପାଇଁ ପଶୁଠାରୁ ଅଲଗା ଶ୍ରେଷ୍ଠତମ ଜୀବ ହେଉଛି ମଣିଷା ପରିପୂର୍ଣ୍ଣ ସମାଜର ବିକାଶ ପାଇଁ ସ୍ପିକ୍ ମ୍ୟାକେର ଗଣ ଆନ୍ଦୋଳନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ, ଓଡ଼ିଶାର ପ୍ରଖ୍ୟାତ ଲୋକକଳା, ସଙ୍ଗୀତ ଓ ଚିତ୍ରାଙ୍କନଗୁଡିକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର କରିବାରେ ସ୍ପିକ୍ମ୍ ୟାକେର ଉଦ୍ୟମ ସ୍ୱାଗତ ଯୋଗ୍ୟା ଭୁବନେଶ୍ୱର(ଉତ୍ତର)ର ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ସ୍ପିକ୍
ମ୍ୟାକେର ପ୍ରତିଷ୍ଠାତା ଡଃ କିରନ୍ ସେଠ୍, ସଂସ୍କୃତି ନିେ”ର୍ଶକ ଶ୍ରୀ ସୁଶୀଲ କୁମାର ଦାସ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବେନ୍ଦ୍ର ନାଥ ଜେନା, ନାଇଜରର ନିେ”ର୍ଶକ ପ୍ରଫେସର ଚନ୍ଦ୍ର ଶେଖର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲୋ

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉେ”ଶ୍ୟ ହେଉଛି ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କଳାର
ପ୍ରତିଷ୍ଠିତ ବ୍ୟକ୍ତିଙ୍କ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ଅନୁଭବ ଯାହା ସେମାନଙ୍କ ମଧ୍ୟରେ କଳାପ୍ରତି ଇଚ୍ଛା ଜାଗ୍ରତ
କରାଇବା ସହ ଭାରତୀୟ ସଂସ୍କୃତିକୁ ଅନୁଭବ କରିବାର ଏକ ସୁଯୋଗ ପାଇପାରିବୋ ଏହି ରୁରାଲ୍
ସ୍କୁଲ୍ ଇନ୍ଟେନ୍ସିଭ୍ କାର୍ଯ୍ୟକ୍ରମ ସ୍ପିକ୍ ମ୍ୟାକେ ଏବଂ ଓଡ଼ିଶା ସରକାରଙ୍କ ୪ ବର୍ଷିଆ କୋଲାବରେସନ୍
କାର୍ଯ୍ୟକ୍ରମ ଯାହାକୁ ନରେଓ୍ୱର ରିକ୍ସନ୍ସର୍ଟିନ୍ ସହାୟତାରେ ଅନୁଷ୍ଠିତ ହେଉଛିା ଏହି କାର୍ଯ୍ୟକ୍ରମକୁ
ସଂଯୋଜନା କରୁଛନ୍ତି ଓଡ଼ିଶା ସରକାରଙ୍କ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗା କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଯୋଗ ଗୁରୁ ବି.କେ. ଏସ୍ ଆୟଙ୍ଗର, ଭାରତ ନାଟ୍ୟମ୍
ବିଶାରଦ ଆଦୟାର ଲକ୍ଷଣ, ଯୋହରା ସେହେଗଲ୍(ଫିଲ୍ମ), ଖ୍ୟାତି ସମ୍ପର୍ଣ୍ଣ ଲେଖକୟୁ.ଆର୍. ଅନନ୍ତ
ମୂର୍ତ୍ତି, ଓଲଭ୍ ଡେଲ୍(ସଙ୍ଗୀତ), ସିତାରା ଦେବୀ(କଥକ),ୟୁ ଶ୍ରୀନିବାସ(ମାଣ୍ଡାଲିନ୍)ଙ୍କ ଉପସ୍ଥିତ
ଦର୍ଶକମାନଙ୍କୁ ବିଭୋର କରିଥିଲାା

Share in top social networks!