ଆମ୍ ଆଦମୀ ପାର୍ଟିର ନୁତନ ରାଜ୍ୟ କାର୍ଯ୍ୟକାରିଣି ଗଠିତ

aapodisha ଆମ୍ ଆଦମୀ ପାର୍ଟିର କାର୍ଯ୍ୟକାରିଣି କମିଟି ଦୁଇ ଦିନ ଧରି ପାର୍ଟି କାର୍ଯ୍ୟାଳୟଠାରେ କେନ୍ଦ୍ର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ କିରଣ ଭିସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ପାକିସ୍ତାନରେ ନିହତ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ଶୋକ ପ୍ରସ୍ତାବ ଆଗତ କରାଯାଇ ଶ୍ରଦ୍ଧାଁଜଳି ଅର୍ପଣ କରା ଯାଇଥିଲା । ବିସ୍ତୃତ ଆଲୋଚନା ଓ ଭବିଷ୍ୟତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏକ ୨୨ ଜଣିଆ କାର୍ଯ୍ୟକାରିଣି କମିଟି ଗଠନ କରା ଯାଇ ଅଛି ।

ଆବାହକ ଭାବରେ ଶ୍ରୀଯୂକ୍ତ ଧନଦାକାନ୍ତ ମିଶ୍ର, ସମ୍ପାଦକ ଭାବରେ ଶ୍ରୀ ଭରଦ୍ୱାଜ ମିଶ୍ର, କେଷାଧ୍ୟକ୍ଷ ଭାବରେ ଶ୍ୟାମାନନ୍ଦ ମାହାପାତ୍ର ଓ ସାଂଗଠନିକ ଆବାହକ ନିଶିକାନ୍ତ ମାହାପାତ୍ର, ଲିଙ୍ଗରାଜ ପ୍ରଧାନ, ସତ୍ୟବ୍ରତ ପୃଷ୍ଟି, ସୈାମ୍ୟ ସ୍ୱାଇଁ, ମେଜର ପ୍ରିୟଦର୍ଶୀ ଚୈାଧୁରୀ, ସତ୍ୟନାରାୟଣ ମେହେର, ମମତା ପାତ୍ର, ବିନୟ ତିୱାରୀ, ନାରାୟଣ ମାଝୀ, ଜିମୁତ ପ୍ରସାଦ ମିଶ୍ର, ନନ୍ଦଲାଲ ସିଁହ, ଅନୁପମା ସେଠୀ, ପ୍ରଭାତ କୁମାର ମାହାନ୍ତି, ନିରୋଦ ଖୁଣ୍ଟିଆ, ଛବି ମାହାଲି, ପ୍ରବିଣ ଗୁପ୍ତା ଓ ନିମନ୍ତ୍ରିତ ସଭ୍ୟ ଭାବରେ ରଙ୍ଗା ଚରଣ ପ୍ରଧାନ, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ଓ ସରସ୍ୱତି ନନ୍ଦ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୩ ଓ ୪ ତାରିଖ ଦିନ ପାର୍ଟିର ଏକ ଚିନ୍ତନ ଶିବିର ଧେଙ୍କାନାଳଠାରେ ଦୁଇ ଦିନ ଧରି ଅନୁଷ୍ଟିତ ହେବା ପାଇଁ ସ୍ଥିର କରାଯାଇ ଅଛି । ପାର୍ଟିର ଏକ ଅଭିଯୋଗ ଓ ଶୃଙ୍ଖଳା କମିଟି ଗଠନ କରାଯାଇ ଅଛି । ଆଜିର ଏହି ବୈଠକରେ ପର୍ଯ୍ୟବେକ୍ଷକ ଚନ୍ଦ୍ରଶେଖର ବର୍ମା ଉଦ୍ବୋଧନ ଦେଇ କହିଥିଲେ ଯେ ବର୍ତମାନ ଓଡିଶାରେ ପ୍ରତିଦିନ ଦିର୍ନୀତି ଓ ଭ୍ରଷ୍ଟାଚାର ବଢିଚାଲିଛି ତାର ପ୍ରତିବାଦ ହେବା କଥା ।

ଶେଷରେ ଆପ୍ର ଆବାହକ ଧନଦାକାନ୍ତ ମିଶ୍ର ସମସ୍ତ ସଦସ୍ୟଙ୍କର ସହଯୋଗ କାମନା କରି କହିଥିଲେ ଯେ ଓଡିଶାରେ ଆମ୍ ଆଦମୀ ପାର୍ଟିକୁ ବଢେଇବା ଉଚିତ । ଆଜିର ଏହି ବୈଠକରେ କୃଷକମାନଙ୍କର ଅଭାବି ଧାନ ବିକ୍ରୀକୁ ରୋକିବା ପାଇଁ ଆଗାମୀ ଦିନରେ ପାର୍ଟି ତରଫରୁ ରାଜ୍ୟବ୍ୟାପି ଆନେ୍ଦାଳନ କରାଯିବ ବୋଲି ସ୍ଥିର କରାଯାଇଛି । ଜମି ଦୁର୍ନିତିରେ ଲିପ୍ତ ବ୍ୟକ୍ତି ଓ ନେତାମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନବିନ ପଟ୍ଟନାୟକ ଏହାକୁ ନୈତିକତା ଦୃଷ୍ଟିରୁ ନିଜକୁ ଦାୟି ଭାବରେ ଗ୍ରହଣ କରି ଇସ୍ତଫା ଦେବା କଥା ବୋଲି ବୈଠକରେ ଉପସ୍ଥିତ ସଭ୍ୟମାନେ ଯୁକ୍ତି ବାଢିଥିଲେ ।

Share in top social networks!
Powered By Indic IME