ସେସା ଷ୍ଟେର ଲାଇଟ ତରଫରୁ ଯୋଡ଼ାବନ୍ଧ ଗ୍ରାମରେ କମ୍ପୁ୍ୟଟର ଶିକ୍ଷା କେନ୍ଦ୍ର, ଫୁଟବଲ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମ

sesasterଲାଞ୍ଜିଗଡ଼ସ୍ଥିତ ଚମ୍ପାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଯୋଡ଼ାବନ୍ଧ ଗ୍ରାମରେ ସ୍ଥାନୀୟ ଯୁବକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ବେଦାନ୍ତ
ଫାଉଣ୍ଡେସନ ତରଫରୁ ଖୋଲାଯାଇଥିବା କମ୍ପୁ୍ୟଟର ଶିକ୍ଷାକେନ୍ଦ୍ରକୁ ସେସା ଷ୍ଟେରଲାଇଟର ମୁଖ୍ୟ ପରିଚାଳକ ଶ୍ରୀ କେ. କେ
ଡ଼ାଭେ ଉଦଘାଟନ କରିଥିଲେ । ଏହି ମାଗଣା କମ୍ପୁ୍ୟଟର ଶିକ୍ଷାକେନ୍ଦ୍ରଦ୍ୱାରା ସମ୍ପୃକ୍ତ ଗ୍ରାମ ସମେତ ଆଖପାଖ ୨୦ଟି ଗ୍ରାମର
ଯୁବକ ଯୁବତୀ ଓ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ । ବେଦାନ୍ତ ଫାଉଣ୍ଡେସନ ଓ ସେସା ଷ୍ଟେରଲାଇଟର ସାମାଜିକ
ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଶ୍ରୀ ଜଳଜ ମାଲପାଣୀ (ସିଏଫ୍ଓ), ଆଲକା ମେଞ୍ଜ, ସିଦ୍ଧାର୍ଥ ବେହେରା,
ପଲ୍ଲବୀ ବୋଷ, ତପସ୍ୱିନୀ ରାୟ, ତାପସ ପଟ୍ଟନାୟକଙ୍କ ସମେତ କମ୍ପାନୀୟ ଅନ୍ୟକର୍ମଚାରୀମାନେ ଉପସ୍ଥିତ ଥିଲେ । ପୂର୍ବରୁ
ବେଦାନ୍ତ ଫାଉଣ୍ଡେସନ ତରଫରୁ ୯ଟି ମାଗଣା କମ୍ପୁ୍ୟଟର ଶିକ୍ଷାକେନ୍ଦ୍ର ଖୋଲାହୋଇଥିବା ବେଦାନ୍ତ ଫାଉଣ୍ଡେସନର ସିଇଓ ଡ଼ଃ.
ଲୋନା ନାୟକ ସୂଚନା ଦେଇଥିଲେ । କମ୍ପାନୀର ସିଓଓ ଶ୍ରୀ ଡ଼ାଭେ କମ୍ପୁ୍ୟଟର ଶିକ୍ଷା ଦ୍ୱାରା ଯୁବକ ଯୁବତୀମାନେ ଆଗାମୀ
ଦିନରେ ରୋଜଗାରକ୍ଷମ ହେବା ସହ ପ୍ରଧାନମନ୍ତ୍ରୀଙ୍କ ଡ଼ିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମରେ ସହାୟକ ହୋଇପାରିବେ ବୋଲି
କହିଥିଲେ ।
ଏହାଦ୍ୱାରା ଆଖପାଖ ଅଞ୍ଚଳର ୧୨ଶହରୁ ଅଧିକ ଯୁବକ ଯୁବତୀ କମ୍ପୁ୍ୟଟର ଜ୍ଞାନ ଆହରଣ କରିବା ସହ ବିଭିନ୍ନ ସରକାରୀ ଓ
ବେସରକାରୀ ସଂସ୍ଥାରେ ନିଯୁକ୍ତ ହୋଇ ରୋଜଗାରକ୍ଷମ ହୋଇପାରୁଛନ୍ତି ।
ଅନୁରୂପଭାବେ ସ୍ଥାନୀୟ ଶ୍ରୀ ଚୈତନ୍ୟ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେସା
ଷ୍ଟେରଲାଇଟର ସିଓଓ ଶ୍ରୀଯୁକ୍ତ କେକେ ଡ଼ାଭେ ଯୋଗଦେଇ କ୍ରୀଡ଼ା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ବିକାଶ ହେବା ସହ
ଜାତୀୟ ତଥା ଆର୍ନ୍ତଯାତୀୟ ସ୍ଥରରେ ଖେଳାଳି ସୃଷ୍ଟି କରିବା ପାଇଁ କମ୍ପାନୀର ପ୍ରୟାଶ ଜାରି ରହିଥିବା ପ୍ରକାଶ କରିଥିଲେ । ଏହି
କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଜଳଜ ମାଲପାଣୀ (ସିଏଫଓ), ରଞ୍ଜନ ଶର୍ମା (ସିଏସଆର ମୁଖ୍ୟ), ସିଦ୍ଧାର୍ଥ ବେହେରା
(ପିଆରଓ), ଯୁବନେତା ଫକିର ମାଝୀ, ଗୋବିନ୍ଦ, ଲକ୍ଷ୍ମିଧର ସନ୍ତୋଷ ରାୟ, ଭୀମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେସା
ଷ୍ଟେରଲାଇଟର ଜନସମ୍ପର୍କ ବିଭାଗର ସହଭାଗିତାରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାକୁ ଶ୍ରୀ ଚୈତନ୍ୟ ସାଂସ୍କୃତିକ ଅନୁଷ୍ଠାନର
ଗଗନ ପାତ୍ର, ରବିନ୍ଦ୍ର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଲାଞ୍ଜିଗଡ଼ ବ୍ଲକର ୬ ଓ ନର୍ଲା ବ୍ଲର ଦୁଇଟି ଦଳ
ଭାଗ ନେଇଛନ୍ତି । ତେବେ ପ୍ରଥମ ଦିନରେ ଡ଼ଙ୍ଗାଯୋର ଓ ଚନ୍ଦନପୁର ମଧ୍ୟରେ ହୋଇଥିବା ପ୍ରତିଯୋଗୀତାରେ ଡ଼ଙ୍ଗାଯୋର ୩-
୦ ଗୋଲରେ ଚନ୍ଦନପୁରକୁ ହରାଇଛି । ଏହି ଖେଳକୁ ରେଫରୀ ଲାଲୁ ପାତ୍ର ପରିଚାଳନା କରିଥିଲେ ।

Share in top social networks!