ଅଲାରନାଥ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଚ୍ଚସ୍ତରୀୟ ବୈଠକ

ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠର ସର୍ବାଙ୍ଗୀନ ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛିା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଓ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଆଜି ଏକ ଉଚ୍ଚସ୍ତରୀୟ
ବୈଠକରେ କାର୍ଯ୍ୟକ୍ରମର ସମୀକ୍ଷା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିେ”ର୍ଶ ଦେଇଛନ୍ତିା

ଅଲାରନାଥପୀଠକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ପୁରୀ-ବ୍ରହ୍ମଗିରି ରାସ୍ତାର ପ୍ରଶସ୍ତୀକରଣ, ଆବଶ୍ୟକ ପାର୍କିଂ ସ୍ଥଳୀ ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପୀଠକୁ ବିକଳ୍ପ ରାସ୍ତା ନିର୍ମାଣର ଅଗ୍ରଗତିର ସମୀକ୍ଷା କରାଯାଇଛିା ଭିଡ ନିୟନ୍ତ୍ରଣ ପାଇଁ ପ୍ରି ଫାବି୍ରକେଟେଡ୍ ଷ୍ଟିଲ୍ ବ୍ୟାରିକେଡ୍ ସ୍ଥାପନ କରାଯିବା ଏହା ସହିତ ସର୍ବସାଧାରଣ ତଥା ଯାତ୍ରୀଙ୍କ ସୁବିଧା ନିମନ୍ତେ ଶୌଚାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛିା ମନ୍ଦିରର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟକୁ ନବକଳେବର ପୂର୍ବରୁ ଶେଷ କରିବାକୁ ପ୍ରନିତତ୍ତ୍ୱ ବିଭାଗକୁ ନିେ”ର୍ଶ ଦିଆଯାଇଛିା ଅଲାରନାଥ ପୀଠର ଭିତ୍ତିଭୂମି ଉନ୍ନୟନ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇ ତ୍ୱରିତ ପଦକ୍ଷେପ ନେବାକୁ
ସମ୍ପୃକ୍ତ ବିଭାଗକୁ ନିେ”ର୍ଶ ଦିଆଯାଇଛିା

ଏହି ବୈଠକରେ ଶକ୍ତି ବିଭାଗର ପ୍ରମୁଖ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଆଇନ ସଚିବ ମିହିର ରଞ୍ଜନ ପରିଡା, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ଗ୍ରିଡ୍କୋର ସିଏମ୍ଡି ହେମନ୍ତ ଶର୍ମା, କେନ୍ଦ୍ରାଞ୍ଚଳ ଆୟୁକ୍ତ ବିକାଶ ମହାପାତ୍ର, ପୁରୀ ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ

Share in top social networks!