ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ନବକଳେବର ନିମନ୍ତେ ନିର୍ଦ୍ଧାରିତ ପ୍ରକଳ୍ପଗୁଡିକର ସମୀକ୍ଷା

ନବକଳେବର- ୨୦୧୫ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଧାରିତ ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟତଃ ରାସ୍ତା ନିର୍ମାଣ, ଜାତୀୟ ରାଜପଥ ଓ ରେଳରାସ୍ତା ଦୋହରୀକରଣ, ପୁରୀ ସହର ଭିତରେ ରାସ୍ତା ନିର୍ମାଣ, ନବକଳେବର ସମୟରେ ଯାତାୟାତ ଓ ପାର୍କି, ସ୍ୱାସ୍ଥ୍ୟ ସେବା, ବିଦୁ୍ୟତଯୋଗାଣ ବ୍ୟବସ୍ଥାର ନବୀକରଣ, ଯାତ୍ରୀମାନଙ୍କର ରହଣୀ, ନାଳନ”ର୍ମା ବ୍ୟବସ୍ଥାର ନବୀକରଣ ଓ ନିରାପତ୍ତା ଆଦି ବିଷୟରେ ଆଲୋଚନା ହୋଇଥିଲା ।

ନିର୍ଦ୍ଧାରିତ ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ବୋଲି ବୈଠକରେ ଉପସ୍ଥିତ ପୁରୀ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୱାଲ୍ କହିଥିଲେ । ଜାନୁଆରୀ ୧୫ ତାରିଖ ସୁଦ୍ଧା ନିର୍ଦ୍ଧାରିତ କାର୍ଯ୍ୟସାରଣୀ ଅନୁଯାୟୀ ବାକିଆ ରହିଥିବା କାର୍ଯ୍ୟାଂଶ ପୁରଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପତି ନିେ”ର୍ଶ ଦେଇଛନ୍ତି । ମନ୍ଦିରବେଢ଼ା ଚାରିପଟରେ ଯେଉଁ ପୁରାତନ କୋଠାବାଡି ଗୁଡିକ ଅସୁରକ୍ଷିତ ହୋଇପଡିଛି ବା ବେଆଇନ୍ ଭାବେ ତିଆରି ହୋଇଛି ସେଗୁଡିକୁ ଚିହ୍ନଟ କରି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି ।
ନବକଳେବର ବର୍ଷ ରଥଯାତ୍ରା ସମୟରେ ପୁରୀରେ ଯାତ୍ରୀମାନଙ୍କ ରହଣୀ ପାଇଁ ହୋଟେଲ ମାନଙ୍କରେ ଅଧିକ ବେଡ୍ ବ୍ୟବସ୍ଥା କରାଇବା ଏବଂ ସ୍ୱଳ୍ପ ମୂଲ୍ୟ ଭିତ୍ତିକ ଅସ୍ଥାୟୀ ଆବାସ ନିର୍ମାଣ କରିବା ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ପ୍ରାପ୍ତ ସୂଚନାରୁ ଜଣାପଡିଛି ପ୍ରାୟ ୧ ଲକ୍ଷ ଯାତ୍ରୀଙ୍କ ରହିବା ପାଇଁ ଅସ୍ଥାୟୀ ଆବାସ ଦୁଇ ପ୍ରକାରର ହେବ । ଗୋଟିଏ ପ୍ରକାର ଆବାସ ସଂପୂଣ୍ଣ ର୍
ମାଗଣାରେ ଯାତ୍ରୀମାନଙ୍କୁ ମିଳିବ । ଦ୍ୱିତୀୟ ପ୍ରକାର ଆବାସ ସ୍ୱଳ୍ପ ମୂଲ୍ୟ ଭିତ୍ତିକ ହେବ । ହୋଟେଲ ଓ
ଲଜିଂ ପରିସରରେ ଖାଲିପଡିଥିବା ଜାଗାରେ ଅସ୍ଥାୟୀ ଆବାସ ନିର୍ମାଣ କରିବା ପାଇଁ ସଂପୃକ୍ତ
ମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥି ନିମନ୍ତେ ହୋଟେଲ ଓ ଲଜିଂ ମାଲିକମାନଙ୍କର ବୈଠକ
ଡକାଇବା ପାଇଁ ପର୍ଯ୍ୟଟନ ସଚିବ ଡଃ ଅରବିନ୍ଦ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟ ମନ୍ଦିର ଓ
ବେଢ଼ା ମଧ୍ୟରେ ଥିବା ଅନ୍ୟାନ୍ୟ ଦେବାଦେବୀଙ୍କ ମନ୍ଦିର ମରାମତି ଓ ସଂରଚନା ସୁରକ୍ଷା କାର୍ଯ୍ୟ ଶେଷ
ପର୍ଯ୍ୟାୟରେ ପହଞ୍ଚିଛି । ଆଗକୁ ନୂଆବର୍ଷ ନିମନ୍ତେ ଭିଡର ସମ୍ଭାବନା ଥିବାରୁ ଜଗମୋହନ ମରାମତି କାମ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବବୋଲି ବୈଠକରେ ଉପସ୍ଥିତ ପନିତତ୍ତ୍ୱ ବିଭାଗର ଅଧିକାରୀ
ଜଣାଇଥିଲେ ।
ନବକଳେବର ନିମନ୍ତେ ନିର୍ମାଣ ହେବାକୁଥିବା ବିରମିତ୍ରପୁର-ଜଙ୍କିଆ, ଗୋପ- ବାଲିଘାଇ,
ଫୁଲନଖରା-ଚାରିଛକ- ଗୋପ, ମାଳତିପାଟପୁର-ବାଲୁଖଣ୍ଡ, ପୁରୀ-କୋଣାର୍କ, ପୁରୀ-ସାତପଡ଼ା
ଆଦି ରାସ୍ତାର ଉନ୍ନତ୍ତିକରଣ କାର୍ଯ୍ୟର ଅଗ୍ରଗତି ବିଷୟରେ ବୈଠକରେ ସମୀକ୍ଷା କରାଯାଇଥିଲା ।
ସେହିପରି ପୁରୀ ସହର ଭିତର ରାସ୍ତା ଗୁଡିକର ପ୍ରଶସ୍ତିକରଣ ଏବଂ ସହର ଭିତରେ ଓ ବାହାରେ ପାର୍କିଂ
ସ୍ଥାନ ପ୍ରସ୍ତୁତି ବିଷୟ ମଧ୍ୟ ସମୀକ୍ଷା କରାଯାଇଥିଲା । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଜଗନ୍ନାଥ ବଲ୍ଲଭ
ମଠ, ତାଳବଣିଆ, ପୁରୀ ଜିଲ୍ଲାସ୍କୁଲ ପାଖ, ସାମନ୍ତ ଚନ୍ଦ୍ରଶେଖର କଲେଜପାଖ, ଦିଗବାରିଣୀ ଛକ,
ଗଦାଧର ହାଇସ୍କୁଲ ପାଖ, ଯାତ୍ରୀକା ନିବାସ ପାଖ, ଇନ୍ ଡୋର ଷ୍ଟାଡିଓମ୍ ଆଦି ପ୍ରାୟ ୧୭ ଟି ସ୍ଥାନରେ
ପାର୍କିଂ ସ୍ଥାନ ନିର୍ମାଣ କରାଯିବ । ପାର୍କିଂ ସ୍ଥାନ ଅନୁସାରେ ସହର ଭିତରେ ‘‘ଯାତାୟତ ଓ ଟ୍ରାଫିକ୍
ଯୋଜନାଦଦ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପତି ନିେ”ର୍ଶ ଦେଇଛନ୍ତି । ଡ଼େଲାଙ୍ଗ-
ସାକ୍ଷୀଗୋପାଳ, ସାକ୍ଷୀଗୋପାଳ- ପୁରୀ ରେଳରାସ୍ତା, ଖୋର୍ଦ୍ଧା ବାଇପାସ ରେଳରାସ୍ତା,
ମାଳତୀପାଟପୁର ବସ୍ଷ୍ଟାଣ୍ଡ ନିର୍ମାଣ, ପୁରୀ ଓ ଆଖପାଖ ଅଂଚଳରେ ପ୍ରାଥମିକ ଚିକିସିାଳୟ ଗୁଡ଼ିକର
ଉନ୍ନତ୍ତିକରଣ, ବଡ଼ଦାଣ୍ଡ ଏବଂ ସମୁଦ୍ରକୂଳରେ ସି.ସି.ଟିଭି ବ୍ୟବସ୍ଥା, ସେବାୟତମାନଙ୍କୁ ପରିଚୟପତ୍ର
ପ୍ରଦାନ ଆଦି କାର୍ଯ୍ୟର ଅଗ୍ରଗତି ସମ୍ବଦ୍ଧରେ ମଧ୍ୟ ସମୀକ୍ଷା କରାଯାଇଥିଲା । ସୂଚନାଯୋଗ୍ୟ, ଇତି
ମଧ୍ୟରେ ପୁରୀ ଜିଲ୍ଲା ଡାକ୍ତରଖାନାରେ ୬ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ. ନିର୍ମାଣ ଶେଷ କରାଯାଇ ଏହାକୁ
କାର୍ଯ୍ୟକ୍ଷମ କରାଯାଇଛି । ଡାକ୍ତରଖାନା ପାଇଁ ସ୍ୱତନ୍ତ୍ର ବିଦୁ୍ୟତ ଯୋଗାଣ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକ୍ଷମ
କରାଯାଇଛି । ନବକଳେବର ସମୟରେ ସ୍ୱାସ୍ଥ୍ୟସେବା ଯୋଗାଣରେ ସହାୟତା କରିବା ପାଇଁ ଅଧିକରୁ
ଅଧିକ ସେ୍ୱଚ୍ଛାସେବୀ, ଏନ୍.ଏସ୍.ଏସ୍. ଏବଂ ଏନ୍.ସି.ସି କ୍ୟାଡ଼େଟ ମାନଙ୍କୁ ଚିହ୍ନଟ କରି ପ୍ରାଥମିକ ତାଲିମ
ଦେବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପତି ନିେ”ର୍ଶ ଦେଇଛନ୍ତି ।

ଉନ୍ନୟନ କମିଶନର ଶ୍ରୀ ଉପେନ୍ଦ୍ର ନାଥ ବେହେରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅର୍ଥ ବିଭାଗ
ଶ୍ରୀ ଆର୍. ବାଲକ୍ରିଷ୍ଣ୍ନ୍, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସି.ଜେ.ବେଣୁଗୋପାଳ, ପୋଲିସ
ମହାନିେ”ର୍ଶକ ଶ୍ରୀ ସଞ୍ଜିବ ମାରିକ୍ଙ୍କ ସମେତ ସଂପୃକ୍ତ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ
ବୈଠକରେ ଯୋଗଦେଇଥିଲେ । ପୁରୀ ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ ବୈଠକରେ ବିଭିନ୍ନ ପ୍ରକଳ୍ପର
ଉପସ୍ଥାପନ କରିବା ସହ ସେଗୁଡିକର ପୂଣ୍ଣ ର୍ାଙ୍ଗ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ସୂଚନା
ଦେଇଥିଲେ ।

Share in top social networks!