“ସର୍ଗିଫୁଲ’ ୨୦୧୪ ଉଦ୍ଯାପିତ

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ “ସର୍ଗିଫୁଲ’ମହୋତ୍ସବ-୨୦୧୪ ଆଜି ଉଦ୍ଯାପିତ ହୋଇଛିା ସ୍ଥାନୀୟୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆଠାରେ ଡିସେମ୍ବର ୧୭ ତାରିଖଠାରୁ ଆରମ୍ଭ ହୋଇଥିବା “ସର୍ଗିଫୁଲ’ ଉତ୍ସବରେ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ, ସେବାଶ୍ରମ,ଉଚ୍ଚବିଦ୍ୟାଳୟ, ଆବାସିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଶିକ୍ଷାପୁଞ୍ଜରେ ପଞ୍ଚମରୁ ଦଶମ ଶ୍ରେଣୀରେ ପଢୁଥିବା ୮୦୫ ଜଣ ଛାତ୍ରଛାତ୍ରୀ ଓ ୧୨୬ ଜଣ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦେଇଥିଲୋ

ଏହି tn_17  12 2014 2ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଗତ ନଭେମ୍ବର ମାସରେ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତା
ଆୟୋଜନ କରାଯାଇ କେବଳ ଶ୍ରେଷ୍ଠ ବିଜେତାଙ୍କୁ ଚୟନ କରାଯାଇଥିଲାା ଏହି ଉତ୍ସବରେ ପ୍ରତ୍ୟେକ
ଦିନ ୧୯ଟି ବିଷୟରେ ସିନିୟର୍ ଓ ଜୁନିୟର୍ ବିଭାଗ ପାଇଁ ୨୮ଟି କର୍ମଶାଳାର ଆୟୋଜନ
କରାଯାଇଥିଲାା ଡିସେମ୍ବର ୧୮ ଓ ୧୯ ତାରିଖ ଅପରାହ୍ନରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲାା
ଚଳିତ ବର୍ଷ ବିଜ୍ଞାନ ମେଳାର ଶୀର୍ଷକ ହୋଇଥିଲା “ଦୈନନ୍ଦିନ ଜୀବନରେ ବିଜ୍ଞାନ’ା ଉଭୟ ବିଭାଗ
ପାଇଁ ୧୦ଟି ବିଷୟରେ ମଧ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲାା
ଉଦ୍ଯାପନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା, ଓଡ଼ିଶାର ମୁଖ୍ୟ ଶାସନ
ସଚିବ ଗୋକୁଳ ଚନ୍ଦ୍ର ପତି, ବିଭାଗୀୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ବିଭାଗୀୟ ନିେ”ର୍ଶକ
ଆର୍. ରଘୁପ୍ରସାଦ, ଅନୁସ&ୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର
ନିେ”ର୍ଶକ ପ୍ରଫେସର ଡକଫର ଅଖିଳ ବିହାରି ଓତା, ନିେ”ର୍ଶକ ଶ୍ରୀ ରମେଶ ଚନ୍ଦ୍ର ସାଏ ଆଦି ବହୁ
ପଦାଧିକାରୀ ଉପସ୍ଥିତ ଥିଲୋ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ
ସମ୍ବର୍ଦ୍ଧିତ କରାଯାଇଥିଲାା
ଗ୍ରୁପ୍ ଡ୍ୟାନ୍ସ&୍ରେ (ଆଦିବାସୀ) ବିଭାଗରେ କଳାହାଣ୍ଡିର ସାଂସ୍କୃତିକ ଦଳ ପ୍ରଥମ ହୋଇଥିବା
ବେଳେ (ଅଣ ଆଦିବାସୀ) ଗ୍ରୁପ୍ ଡ୍ୟାନ୍ସ&୍ରେ କନ୍ଧମାଳ ସାଂସ୍କୃତିକ ଦଳକୁ ପ୍ରଥମ ପୁରସ୍କାର ମିଳିଥିଲାା
ସେହିଭଳି ଓ୍ୱାଲ୍ ପେଣ୍ଟିଂରେ ମୟୁରଭଞ୍ଜ ପ୍ରଥମ ପୁରସ୍କାର ପାଇଥିବା ବେଳେ ସ୍ଳୋଗାନ୍
ପ୍ରତିଯୋଗିତାରେ କନ୍ଧମାଳର ଫିରିଙ୍ଗିଆ ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିଲାା
ସର୍ଗି ଫୁଲ-୨୦୧୪ରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀରେ ସମ୍ବଲପୁରର ସାନ୍ଧପଥର ହାଇସ୍କୁଲ
ପ୍ରଥମ, ବାଲେଶ୍ୱରର ବଣଭୂଇଁ ହାଇସ୍କୁଲ ଦ୍ୱିତୀୟ, ମୟୁରଭଞ୍ଜର ରାଇରଙ୍ଗପୁର ବାଳିକା
ଉଚ୍ଚବିଦ୍ୟାଳୟ ତୃତୀୟ ସ୍ଥାନ ଲାଭ କରିଥିଲାା

Share in top social networks!